ହାଇଦ୍ରାବାଦ: ପ୍ରଥମ ଉପଗ୍ରହ ଉତକ୍ଷେପଣ ସହିତ ଋଷର ଅବିଶ୍ୱସନୀୟ ସଫଳତା ପରେ NASA (ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା) ୧୯୫୮ ମସିହାରେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ମହାକାଶ ଅନୁସନ୍ଧାନ ଏବଂ ଏରୋନେଟିକ୍ସ ଗବେଷଣା ପରିଚାଳନା ପାଇଁ ଆମେରିକାରେ ନାସାର ପ୍ରତିଷ୍ଠା କରାଯାଇଥିଲା । କହିରଖୁଛୁ କି, ଶୀତଳ ଯୁଦ୍ଧ ସମୟରେ ନାସା ପ୍ରତିଷ୍ଠା ହୋଇଥିଲା । ଆମେରିକା ଏବଂ ସୋଭିଏତ ଋଷ ମଧ୍ୟରେ ହୋଇଥିଲା । ନାସାର ଅର୍ଥ ହେଉଛି ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ । ଏହା ଆମେରିକାରେ ଅବସ୍ଥିତ ଏକ ସରକାରୀ ଏଜେନ୍ସି । ଯାହାର ବାୟୁ, ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠା ରହିଛି ।
ନାସାର ମୁଖ୍ୟ ଉଦ୍ଦେଶ୍ୟ: ଗହନ ବୈଜ୍ଞାନିକ ତଥ୍ୟ ଏବଂ ବୈଷୟିକ ଜ୍ଞାନର ବିକାଶ ହେଉଛି ନାସାର ମୂଳ ଉଦ୍ଦେଶ୍ୟ । ପୃଥିବୀ ଏବଂ ମହାକାଶକୁ ଅଧ୍ୟୟନ ଏବଂ ଅନୁସନ୍ଧାନ କରିବା ନାସାରା କାର୍ଯ୍ୟ । ମାନବ ଏବଂ ରୋବୋଟିକ୍ ସ୍ପେସ୍ ମିଶନ୍ ଯୋଜନା କରିବା, ନୂତନ ଉଚ୍ଚ ବୈଷୟିକ ଉପକରଣ ଏବଂ ଉପଯୋଗୀ ବିଜ୍ଞାନ ଉଦ୍ଭାବନ କରିବା ଏବଂ ବିଶ୍ବରେ ବିଜ୍ଞାନ ଏବଂ ଅନ୍ତରୀକ୍ଷରେ ପ୍ରତିଯୋଗିତାମୂଳକ ମାଧ୍ୟମକୁ ପ୍ରୋତ୍ସାହିତ କରିବା ନାସାର ଉଦ୍ଦେଶ୍ୟ ଅଟେ।
ନାସାର ଉପଲବ୍ଧି:
- ପ୍ରତିଷ୍ଠା ପରଠାରୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି ନାସା । 1990 ମସିହାରେ ନାସା ହବଲ୍ ସ୍ପେସ୍ ଟେଲିସ୍କୋପ୍ ଲଞ୍ଚ କରିଥିଲା । ହବଲ୍ ସ୍ପେସ୍ ଟେଲିସ୍କୋପ୍ ଆମକୁ ବ୍ରହ୍ମାଣ୍ଡର ଆଶ୍ଚର୍ଯ୍ୟଜନକ ଫଟୋକୁ ସାମ୍ନାକୁ ଆଣିଥିଲା ।
- ଏହା ସହିତ ନାସା ସୌରମଣ୍ଡଳର ପ୍ରତ୍ୟେକ ଗ୍ରହରେ ରୋବୋଟିକ୍ ପ୍ରୋବ ଲଞ୍ଚ କରିଥିଲା ।
- ନାସା ପୃଥିବୀ ଠାରୁ ୨୫୦ ମିଲି ଅର୍ଥାତ ପ୍ରାୟ ୪୦୦ କିଲୋମିଟରେ ଉଚ୍ଚରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ମଧ୍ୟ ନିର୍ମାଣ କରିଛି ।
- ଆଜିକା ସମୟରେ ନାସା ଅନ୍ତରୀକ୍ଷ ଅନ୍ବେଷଣରେ ସବୁଠାରୁ ଆଗରେ ରହିଛି ଏବଂ ସକ୍ଷମ କରିବା ପାଇଁ ନୂଆ ଟେକ୍ନୋଲୋଜିର ମଧ୍ୟ ବିକାଶ କରୁଛି ।
- ନାସାର କିଛି ବଡ ସଫଳତା ମଧ୍ୟରେ ଚନ୍ଦ୍ରକୁ ପ୍ରଥମ ମାନବ ମିଶନ, ଭଏଜର୍ ମିଶନ୍ ଏବଂ ହବଲ ସ୍ପେସ ଟେଲିସ୍କୋପ ସାମିଲ ଅଟେ ।