ETV Bharat Odisha

ଓଡିଶା

odisha

ETV Bharat / science-and-technology

ନିଆରା ଉଦ୍ଭାବନ, QR କୋର୍ଡ ସ୍କାନ୍ କରି ଜାଣନ୍ତୁ ବୃକ୍ଷର ସମ୍ପୂର୍ଣ୍ଣ ବିବରଣୀ - କ୍ୟୁଆର କୋର୍ଡ ବ୍ୟବହାର କରି ଜାଣନ୍ତୁ ବୃକ୍ଷ ବାବଦରେ

ପ୍ରାୟତଃ ସପିଂ ମଲ୍ ଏବଂ ରେସ୍ତୋରାଁଗୁଡିକରେ QR କୋଡ୍ ଦେଖିଥିବେ, ବ୍ୟବହାର ମଧ୍ୟ କରିଥିବେ । ହେଲେ କେବେ QR କୋର୍ଡ ବ୍ୟବହାର କରି କୌଣସି ବସ୍ତୁ ବା ଜିନିଷ ବାବଦରେ ଜାଣିନଥିବେ । କିନ୍ତୁ ଏପରି କିଛି ଭିନ୍ନ ଉଦ୍ଧାବନ କରିଛି ପଞ୍ଜାବର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଏବଂ ପରିବେଶ ବିଭାଗ । ଅଧିକ ପଢନ୍ତୁ

Etv Bharaନିଆରା ଉଦ୍ଭାବନ, QR କୋର୍ଡରେ ଜାଣନ୍ତୁ ବୃକ୍ଷର ସମ୍ପୂର୍ଣ୍ଣ ବିବରଣୀt
Etv Bharaନିଆରା ଉଦ୍ଭାବନ, QR କୋର୍ଡରେ ଜାଣନ୍ତୁ ବୃକ୍ଷର ସମ୍ପୂର୍ଣ୍ଣ ବିବରଣୀt
author img

By

Published : Aug 6, 2022, 4:13 PM IST

ଚଣ୍ଡୀଗଡ: ଆପଣ ପ୍ରାୟତଃ ବିଭିନ୍ନ ଦୋକାନ, ସପିଂ ମଲ୍ ଏବଂ ରେସ୍ତୋରାଁଗୁଡିକରେ QR କୋଡ୍ ଦେଖିଥିବେ । ବ୍ୟବହାର ମଧ୍ୟ କରିଥିବେ । QR କୋଡ୍ ମାଧ୍ୟରେ ଅର୍ଥ ନେଣ ଦେଣ କରିଥିବେ, ହେଲେ କେବେ QR କୋର୍ଡ ମାଧ୍ୟମରେ ବୃକ୍ଷ ବାବଦରେ ଜାଣିବାକୁ ପାଇନଥିବେ । ଆଜ୍ଞା ହଁ, ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଏବଂ ପରିବେଶ ବିଭାଗ ଏପରି କିଛି ନିଆରା ଉଦ୍ଧାବନ କରିଛି । ଯାହଦ୍ବାରା ଆପଣ QR କୋର୍ଡ ବ୍ୟବହାର କରି ଗଛ ବାବଦରେ ଜାଣିପାରିବେ ।

ନିଆରା ଉଦ୍ଭାବନ, QR କୋର୍ଡରେ ଜାଣନ୍ତୁ ବୃକ୍ଷର ସମ୍ପୂର୍ଣ୍ଣ ବିବରଣୀ

ପଞ୍ଜାବ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଏବଂ ପରିବେଶ ବିଭାଗର ଏହି ଉଦ୍ଭାବନ ଦ୍ବାରା ଛାତ୍ର କିମ୍ବା ପର୍ଯ୍ୟଟକ ସମସ୍ତଙ୍କ ପାଇଁ ଗଛ ବିଷୟରେ ସୂଚନା ପାଇବା ସହଜ ହୋଇଛି । ଏହି ପଦକ୍ଷେପ ହେଉଛି ବୃକ୍ଷ ସୂଚନା ପାଇଁ ସୃଷ୍ଟି ହୋଇଥିବା ଏକ QR କୋଡ୍, ଯାହା ଥରେ ସ୍କାନ୍ କଲେ ସେହି ବୃକ୍ଷ ବିଷୟରେ ସମସ୍ତ ତଥ୍ୟ ଅତି ସହଜରେ ମିଳିପାରିବ । କେବଳ ଏତିକି ନୁହେଁ, ଗଛ ମୂଳରୁ ପତ୍ର, ଶାଖା ଇତ୍ୟାଦି ସମସ୍ତ ଜ୍ଞାନ କେବଳ ଏକ QR କୋଡ୍ ସ୍କାନ୍ କରି ପାଇଯିବେ । ଏହା ସମଗ୍ର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଉପକୃତ କରିବ । ଏଥିସହ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସୁଥିବା ଅନ୍ୟମାନଙ୍କ ଜ୍ଞାନକୁ ବୃଦ୍ଧି କରିବ ଏବଂ ସେହି ବୃକ୍ଷ ବାବଦରେ ଅଧିକ ସୂଚନା ଦେବ ।

ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଏବଂ ଇକୋଲୋଜି ବିଭାଗର ମୁଖ୍ୟ ଗୁରୁବିନ୍ଦର ସିଂ କହିଛନ୍ତି ଯେ, "ଏହି କାମ ଏକାକି କରିବା ସମ୍ଭବ ନୁହେଁ । ତେଣୁ ସେ ତାଙ୍କ କାର୍ଯ୍ୟକୁ MSc ଛାତ୍ରମାନଙ୍କୁ ନ୍ୟସ୍ତ କରିଥିଲେ ଏବଂ ଦଳଗତ କାର୍ଯ୍ୟ ଏହି ଉପଲବ୍ଧିକୁ ସମ୍ଭବ କରିପାରିଛି । ଯେଉଁ ଛାତ୍ର ଗଛରେ QR କୋଡ୍ ସଂଯୋଗ କରିଛନ୍ତି, ସେହି ଛାତ୍ରଙ୍କ ନାମ ମଧ୍ୟ ସେହି QR କୋଡ୍ ସହିତ ରହିଛି । ଡାଟାବେସ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସୂଚନା ଉପଲବ୍ଧ କରାଯାଇଛି । ସମଗ୍ର ବିଶ୍ୱବିଦ୍ୟାଳୟରେ 50 ରୁ 60 ହଜାର ଗଛ ଅଛି ।" ନିକଟ ଭବିଷ୍ୟତରେ ବିଶ୍ବବିଦ୍ୟାଳୟରେ ସମସ୍ତ ଗଛ ସାମ୍ମୁଖରେ QR କୋଡ୍ ରଖିବାକୁ ଯୋଜନା ଚାଲିଥିବା କହିଛନ୍ତି ।

ABOUT THE AUTHOR

...view details