ହାଇଦ୍ରାବାଦ:ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ ଏଲ 1ର ସଫଳତା କରି ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଡ ହାସଲ କରିଛି ଇସ୍ରୋ । ବର୍ତ୍ତମାନ ମାନବ ମିଶନ ପାଇଁ ପ୍ରଥମ ପଦକ୍ଷେପ ଗ୍ରହଣ କରିବ ଇସ୍ରୋ । ଆଜି ସକାଳ 8ଟାରେ TV-D1(ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1)ଟେଷ୍ଟ ଫ୍ଲାଇଟ୍ ଶୀହରିକୋଟାର ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ କରାଯିବ। ଲଞ୍ଚ ଭ୍ୟୁ ଗ୍ୟାଲେରୀରେ(LVG) ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ଅନୁମତି ମିଳିବ । ତେବେ ଏହାର ଲାଇଭ ମଧ୍ୟ ଦେଖିପାରିବେ ଦର୍ଶକ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଫ୍ଲାଇଟ ଟେଷ୍ଟ ଲଞ୍ଚିଂ ଲାଇଭ୍ ସକାଳ 7ଟା 30 ମିନିଟରୁ ଆରମ୍ଭ ହେବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଏହାକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍ isro.gov.in, ଇସ୍ରୋର ଫେସବୁକ୍ ପ୍ରୋଫାଇଲ facebook.com/ISRO ଏବଂ ଏହାର ୟୁଟ୍ୟୁବ୍ ଚ୍ୟାନେଲ ସହିତ ଡିଡି ନ୍ୟାସନାଲରେ ଦେଖିପାରିବେ । ତେବେ ଏହା ପୂର୍ବରୁ ଲଞ୍ଚ ଭ୍ୟୁ ଗ୍ୟାଲେରୀରେ(LVG) ଲାଇଭ୍ ଦେଖିବା ପାଇଁ ଇସ୍ରୋ ପକ୍ଷରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା କରାଯାଇଥିଲା । https://lvg.shar.gov.in/VSCREGISTRATION/index.jspରେ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନେ ଏହି ଲଞ୍ଚ୍ ଭ୍ୟୁ ଗ୍ୟାଲେରୀରେ ଉପସ୍ଥିତ ରହି ଦେଖିପାରିବେ ।
ଏହା ମଧ୍ୟ ପଢନ୍ତୁ: ମିଶନ ଗଗନଯାନକୁ ନେଇ ଇସ୍ରୋର ପ୍ରଥମ ଫ୍ଲାଇଟ ଟେଷ୍ଟ, ଏଠାରେ ଦେଖିପାରିବେ ଲଞ୍ଚିଂ
ପ୍ରକାଶ ଥାଉକି, ସେପ୍ଟେମ୍ବରରେ ପ୍ରକଳ୍ପ ନିର୍ଦ୍ଦେଶକ ଆର୍ ହଟନ୍ କହିଥିଲେ ଯେ, ଏହା ଭାରତର ପ୍ରଥମ ମାନବ ମହାକାଶ ମିଶନ ହେବ । ଇସ୍ରୋ ଏହି ମିଶନ୍ ପାଇଁ 4 ଜଣ ମହାକାଶଚାରୀଙ୍କୁ ତାଲିମ ଦେଉଛି । ଏହି ମିଶନ ଅଧୀନରେ ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର କକ୍ଷପଥକୁ ପଠାଯିବ ଏବଂ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ ।