ଚେନ୍ନାଇ: ଜାନୁଆରୀ 2023ରେ ବ୍ରିଟେନର ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ର (OneWeb) 36 ଟି ଉପଗ୍ରହର ପରବର୍ତ୍ତୀ ସେଟ୍ ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ(ISRO gearing up for launching 2nd set of 36 OneWeb satellites in Jan 2023 ) । Rocket LVM3 ମାଧ୍ୟମରେ କ୍ରୁସିଆଲ କ୍ରାୟୋଜେନିକ ଇଞ୍ଜିନ୍ ଟେଷ୍ଟ୍ ପରେ ଏହି ଉତ୍କ୍ଷେପଣ ନେଇ ସଜବାଜ ।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(Indian Space Research Organisation, ISRO) ଅନୁଯାୟୀ, ମହେନ୍ଦ୍ରଗିରିରେ ଥିବା ISRO ପ୍ରପୁଲସନ୍ କମ୍ପ୍ଲେକ୍ସର ହାଇ ଆଲ୍ଟିଚୁଡ୍ ଟେଷ୍ଟ ସୁବିଧାରେ ଏକ CE-20 ଇଞ୍ଜିନର ଫ୍ଲାଇଟ୍ ହଟ୍ ଟେଷ୍ଟ 25 ସେକେଣ୍ଡ ପର୍ଯ୍ୟନ୍ତ ସଫଳତାର ସହ କରାଯାଇଛି । ଏହି ଇଞ୍ଜିନ୍ LVM3-M3 ମିଶନ୍ ପାଇଁ ୱାନୱେବ ଇଣ୍ଡିଆ-1 ଉପଗ୍ରହର 36 ଟି ପରବର୍ତ୍ତୀ ସେଟ୍ ଉତକ୍ଷେପଣ ପାଇଁ ଚିହ୍ନଟ ହୋଇଛି ବୋଲି ISRO କହିଛି । ଏହାର ପରବର୍ତ୍ତୀ ଅନ୍ୟ 36ଟି ଉପଗ୍ରହ ଉତ୍କ୍ଷେପଣ ନେଇ ପ୍ରସ୍ତୁତି ଚାଲିଛି ।
LVM3 ଯାନର କ୍ରାୟୋଜେନିକ୍ ଉପର ପର୍ଯ୍ୟାୟ (C25 ପର୍ଯ୍ୟାୟ) ତରଳ ଅମ୍ଳଜାନ ଏବଂ ତରଳ ହାଇଡ୍ରୋଜେନ୍ (LOX-LH2) ପ୍ରୋପେଲାଣ୍ଟ ମିଶ୍ରଣ ସହିତ କାର୍ଯ୍ୟ କରୁଥିବା ଏକ CE-20 ଇଞ୍ଜିନ୍ ଦ୍ୱାରା ଚାଳିତ । ଏହି ଇଞ୍ଜିନ୍ ଶୂନ୍ୟସ୍ଥାନରେ 186.36 kNର ଏକ ନୋମିନାଲ ଥ୍ରଷ୍ଟ୍ ବିକଶିତ କରେ । ତେବେ ନୋମିନାଲ ଥ୍ରଷ୍ଟ୍ ଏକ ଜେଟ୍ ଇଞ୍ଜିନ୍, ଯାହା ସାଧାରଣତ ଅନ୍ତର୍ଜାତୀୟ ସ୍ତରର ବାୟୁମଣ୍ଡଳ(International Standard Atmosphere,ISA) କିମ୍ବା ଗରମ ଦିନର ଅବସ୍ଥା ପାଇଁ ସି' ଲେବଲ୍ ଷ୍ଟାଟିକ୍(Sea Level Static) ସ୍ଥିତିକୁ ସୂଚିତ କରେ । ଏହି ପରୀକ୍ଷଣରେ ଇଞ୍ଜିନ ସିଷ୍ଟମର ସନ୍ତୋଷଜନକ କାର୍ଯ୍ୟଦକ୍ଷତାକୁ ନିଶ୍ଚିତ କରିଛି ।