ଓଡିଶା

odisha

ETV Bharat / science-and-technology

ଚୀନ୍-ପାକିସ୍ତାନ ସାବଧାନ ! ଗୁପ୍ତତଥ୍ୟ ସଂଗ୍ରହ ପାଇଁ 5 ବର୍ଷରେ 50 ସାଟେଲାଇଟ ଲଞ୍ଚ ଲକ୍ଷ୍ୟ - 5 ବର୍ଷରେ 50 ସାଟେଲାଇଟ ଲଞ୍ଚ

ISRO Satellite Launch: ଆଗାମୀ 5 ବର୍ଷ ମଧ୍ୟରେ 50ଟି ସାଟେଲାଇଟ ଉତକ୍ଷେପଣ କରିବ ଇସ୍ରୋ । ଏନେଇ ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ଅଧିକ ପଢନ୍ତୁ

ISRO Satellite Launch
ISRO Satellite Launch

By ETV Bharat Odisha Team

Published : Dec 29, 2023, 12:10 PM IST

ମୁମ୍ବାଇ: ବିଜ୍ଞାନ ଯୁଗରେ ଭାରତର ସଫଳତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏକ ବଡ ପ୍ରୋଜେକ୍ଟ ଉପରେ କାର୍ଯ୍ୟ ଆରମ୍ଭ କରିଛି । ତେବେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 50ଟି ସାଟେଲାଇଟ ଉତକ୍ଷେପଣ ନେଇ ଲକ୍ଷ୍ୟ ରଖିଛି ଭାରତ । ଏନେଇ ଭାରତୀୟ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଗତକାଲି(ଗୁରୁବାର) ଏହି ସୂଚନା ଦେଇଛନ୍ତି ।

ଏସ ସୋମନାଥଙ୍କ କହିବା ଅନୁସାରେ, "ଏହି ସାଟେଲାଇଟ କକ୍ଷପଥ ଚାରିପଟେ ଏକ ଲେୟାର ତିଆରି କରିବ । ଯାହାକି ସୈନ୍ୟମାନଙ୍କ ଗତିବିଧି ଉପରେ ନଜର ରଖିବା, ହଜାର ହଜାର କିଲୋମିଟରର କ୍ଷେତ୍ରରେ ଫଟୋ ଉତ୍ତୋଳନ କରିବାରେ ସକ୍ଷମ ହୋଇପାରିବ ।" ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ବମ୍ବେର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ଟେକଫେଷ୍ଟକୁ ସମ୍ବୋଧିତ କରିବା ସମୟରେ ଏଭଳି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ପରିବର୍ତ୍ତନକୁ ଦୃଷ୍ଟିରେ ରଖିବା ତଥା ତଥ୍ୟକୁ ବିଶ୍ଲେଷଣ କରିବା ପାଇଁ AI ଏବଂ ଡାଟା ସମ୍ବନ୍ଧୀୟ ପ୍ରୟାସ ପାଇଁ ସାଟେଲାଇଟର କ୍ଷମତା ବୃଦ୍ଧି କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଶକ୍ତିଶାଳୀ ରାଷ୍ଟ୍ର ବନେଇବା ସହିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ସାଟେଲାଇଟ ଫ୍ଲିଟର ଆକାର ପର୍ଯ୍ୟାପ୍ତ ପରିମାଣର ନାହିଁ । ଏହା ପରିବର୍ତ୍ତୀ ସମୟରେ ଆଜିର ରହିଥିବା କ୍ଷମତା ଠାରୁ 10 ଗୁଣ ମୁକାବିଲା କ୍ଷମତା ରହିବା ଉଚିତ । ତେବେ ଏହି ମହାକାଶଯାନ ଦେଶର ସୀମା ତଥା ପଡୋଶୀ ଅଞ୍ଚଳରେ ନଜର ରଖିବାରେ ସକ୍ଷମ ହେବ ।

ଏହା ମଧ୍ୟ ପଢନ୍ତୁ: ଏଲ-1 ପଏଣ୍ଟରେ କେବେ ପହଞ୍ଚିବ ଆଦିତ୍ୟ ଏଲ-1 ? ଏଭଳି କହିଲେ ଇସ୍ରୋ ମୁଖ୍ୟ

ତେବେ ଆଗାମୀ 5 ବର୍ଷ ମଧ୍ୟରେ 50ଟି ଉପଗ୍ରହକୁ ଏକାଠି କରିବା ପାଇଁ ଆମେ ଚୂଡାନ୍ତ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ । ତେବେ ଅଧିକ ଗୁପ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ ସମସ୍ତ ସାଟେଲାଇଟକୁ ଭାରତ ପାଇଁ ଲଞ୍ଚ କରାଯିବ ବୋଲି ସେ ଜଣାଇଛନ୍ତି । ଯଦି ଭାରତ ଏହି ଉପଗ୍ରହ ସାହାଯ୍ୟରେ ଗୁପ୍ତ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହେବ ତାହାଲେ ଦେଶ ସମ୍ମୁଖୀନ ହେଉଥିବା ବିପଦକୁ କେତେକ ଉପାୟରେ ହ୍ରାସ କରାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details