ହାଇଦ୍ରାବାଦ: ଖୁବଶୀଘ୍ର ମେଟା ମାଲିକାନା ଇନଷ୍ଟାଗ୍ରାମରେ ଆସିବ ନୂଆ ଫିଚର । ଏଣିକି ଆପରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଇନଷ୍ଟାଗ୍ରାମରେ ଏଆଇ ସାହାଯ୍ୟରେ ବ୍ୟାକ୍ ଗ୍ରାଉଣ୍ଡ ଇମେଜ ବା ଫଟୋ ପରିବର୍ତ୍ତନ କରିପାରିବେ ୟୁଜର୍ସ । ବର୍ତ୍ତମାନ ଏହି ଫିଚର ଟେଷ୍ଟିଂ ଷ୍ଟେଜରେ ରହିଥିବା ବେଳେ ଖୁବଶୀଘ୍ର ରୋଲଆଉଟ ହେବା ନେଇ ସୂଚନା ରହିଛି ।
ଇନଷ୍ଟାଗ୍ରାମର ଏହି ନୂଆ ଫିଚରର ନାମ ବ୍ୟାକଡ୍ରପ(Backdrop) ରଖାଯାଇଛି । ଏନେଇ ମେଟାର ଜେନେରେଟିଭ ଏଆଇ ପ୍ରମୁଖ ଅହମ୍ମଦ ଅଲ ଧଲେ ପକ୍ଷରୁ ସୂଚନା ଦିଆଯାଇଛି । ଇନଷ୍ଟାଗ୍ରାମର ଏହି ବ୍ୟାକଡ୍ରପ ଫିଚର ବର୍ତ୍ତମାନ ଆମେରିକୀୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଥିବା କୁହାଯାଇଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସ ଗୋଟିଏ କ୍ଲିକରେ ବ୍ୟାକ୍ ଗ୍ରାଉଣ୍ଡ ଫଟୋକୁ ପରିବର୍ତ୍ତନ କରିପାରିବେ । ଏଥିପାଇଁ କୌଣସି ଷ୍ଟକ ଇମେଜର ଆବଶ୍ୟକତା ରହିବ ନାହିଁ । ଏହି ଫିଚର ଦ୍ବାରା ବ୍ୟାକ୍ ଗ୍ରାଉଣ୍ଡ ଫଟୋ ପରିବର୍ତ୍ତନ କରିବାକୁ ହେଲେ ୟୁଜର୍ସଙ୍କୁ ଏଆଇ ଟୁଲର ଉପଯୋଗ କରିବାକୁ ହେବ ।
ଉଦାହରଣ ସ୍ବରୂପ ଯଦି ଆପଣ ବ୍ୟାକ୍ ଗ୍ରାଉଣ୍ଡ ଡାଏନସରର ଫଟୋ ରଖିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ chased by dinosaurs ପ୍ରମ୍ପ୍ଟର ବ୍ୟବହାର କରିବାକୁ ହେବ । ଏହା ବ୍ୟତୀତ ୟୁଜର୍ସ ନିଜ ଆବଶ୍ୟକତା ଅନୁସାରେ ପ୍ରମ୍ପ୍ଟ ବ୍ୟବହାର କରିପାରିବେ।