ହାଇଦ୍ରାବାଦ:ଇନଷ୍ଟାଗ୍ରାମ୍ ସର୍ବଦା ୟୁଜର୍ସ ଫ୍ରେଣ୍ଡଲୀ ଫିଚର ଉପରେ କାର୍ଯ୍ୟ କରିଆସୁଛି । କମ୍ପାନୀ ବର୍ତ୍ତମାନ ଏକ ସମାନ ଫିଚର ରୋଲ୍ ଆଉଟ୍ କରିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ନିଜ ଫ୍ରେଣ୍ଡ୍ ଲିଷ୍ଟରେ ରହିଥିବା ବ୍ୟକ୍ତିଙ୍କର ପୋଷ୍ଟରେ କଣ୍ଟେଣ୍ଟ୍ ଯୋଡ଼ି ପାରିବେ । ଏହାର ଅର୍ଥ ଯଦି ଆପଣ ନିଜ ଆକାଉଣ୍ଟରେ କୌଣସି ପୋଷ୍ଟ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଫୋଲର୍ସ ଫୋଟ ଏବଂ ଭିଡିଓ ସବ୍ମିଟ୍ କରିପାରିବେ ।
ତେବେ ସୂଚନା ମୁତାବକ, କମ୍ପାନୀ ଏହି ଫିଚର୍କୁ ଶୀଘ୍ର ରୋଲଆଉଟ କରିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ନିଜର ଫୋଲର୍ସ ପୋଷ୍ଟରେ ଭିଡିଓ ଏବଂ ଫଟୋ ଦେଇପାରିବେ । ଏଥିପାଇଁ ଇନ୍ଷ୍ଟାଗ୍ରାମର ନିମ୍ନରେ ବାମ ପାର୍ଶ୍ବରେ ଏକ ଅପ୍ସନ୍ ମିଳିବ । ଯାହାକୁ ଟ୍ୟାପ୍ କରି ୟୁଜର୍ସ ଏହି ଫିଚରର ବ୍ୟବହାର କରି ଫୋଲର୍ସଙ୍କୁ ନିଜ ପୋଷ୍ଟରେ ଆଡ୍ଅନ୍ କରିପାରିବେ ।
ରୋଲଆଉଟ ହେବାକୁ ଥିବା ଫିଚର ଦ୍ବାରା ଏହି ସୁବିଧା ପାଇବେ ୟୁଜର୍ସ: ରିପୋର୍ଟରେ ଏକ ଉଦାହରଣ ଦିଆଯାଇ କୁହାଯାଇଛି ଯେ, ଯେତେବେଳେ କିଛି ବ୍ୟକ୍ତି ଏକ ଗୋଷ୍ଠୀ ହୋଇ ବୁଲିବାକୁ ଯାଆନ୍ତି, ସେତେବେଳେ ସମସ୍ତେ ଅଲଗା ଅଲଗା ଫୋନରେ ନିଜର ଫଟୋ ଉଠାଇଥାଆନ୍ତି । ଫଳରେ କେତେକ କ୍ଷେତ୍ରରେ ସମସ୍ତେ ନିଜର ଫଟୋ ପାଇନଥାଆନ୍ତି । ତେବେ ଏଭଳି ସ୍ଥିତିରେ ଏହି ଫିଚର ସହାୟକ ହେବ। ଫଟୋ ଆଡ୍ କରିବା ପାଇଁ ଇନଷ୍ଟାଗ୍ରାମର ଏହି ଫିଚର ସାହାଯ୍ୟ କରିବ ବୋଲି କୁହାଯାଇଛି ।