ଓଡିଶା

odisha

ETV Bharat / science-and-technology

ଇନଷ୍ଟାଗ୍ରାମ ବ୍ୟବହାର ହେବ ଆହୁରି ମଜାଦାର, ଆସୁଛି ଏହି ନୂଆ ଫିଚର - ବର୍ଥ ଡେ ଭୁଲିବାକୁ ଦେବନି ଇନଷ୍ଟାଗ୍ରାମ

ଇନଷ୍ଟାଗ୍ରାମ ବ୍ୟବହାର ହେବ ଆହୁରି ମଜାଦାର । ଏଣିକି ଆଉ ଫୋଲର୍ସଙ୍କ ବାର୍ଥ ଡେ ଭୁଲିବେନି ୟୁଜର୍ସ । ଅଧିକ ପଢନ୍ତୁ

instagram birthday feature
instagram birthday feature

By ETV Bharat Odisha Team

Published : Oct 23, 2023, 3:21 PM IST

ହାଇଦ୍ରାବାଦ:ବର୍ତ୍ତମାନ ସୋସିଆଲ ମିଡିଆ କବଳରେ ଯୁବପିଢି । ଫେସବୁକ, ହ୍ବାଟ୍ସଆପ, ୟୁଟ୍ୟୁବ ଅପେକ୍ଷା ଅଧିକ ୟୁଜର୍ସ ଇନଷ୍ଟାଗ୍ରାମକୁ ପସନ୍ଦ କରୁଥିବା ଦେଖାଯାଉଛି। ଅଧିକକୁ ଅଧିକ ସମୟ ଇନଷ୍ଟାଗ୍ରାମରେ ବିତାଉଛନ୍ତି ଯୁବପିଢି। ତେବେ ଇନଷ୍ଟାଗ୍ରାମ ମଧ୍ୟ ୟୁଜର ଏକ୍ସପିରିୟନ୍ସକୁ ବୃଦ୍ଧି କରିବା ପାଇଁ ସମୟ ସମୟରେ ନୂଆ ନୂଆ ଫିଚର ରୋଲଆଉଟ କରୁଛି । ତେବେ ଏହାରି ଭିତରେ ଆଉ ଏକ ଫିଚର ରୋଲଆଉଟ କରିବାକୁ ଯାଉଛି କମ୍ପାନୀ । ଯାହାରି ଫେସବୁକ ଭଳି କାମ କରିବ । ଏଣିକି ଆଉ ଇନଷ୍ଟାଗ୍ରାମ ୟୁଜର୍ସ ଭୁଲିବେନି ୟୁଜର୍ସ । ଫେସବୁକ ଭଳି ଇନଷ୍ଟାଗ୍ରାମରେ ଆସିବ ବାର୍ଥଡେ ନୋଟିଫିକେସନ ଫିଚର । ତେବେ ବାର୍ଥଡେ ଫିଚର ସମେତ ଆଉ 3ଟି ଫିଚର ମଧ୍ୟ ଖୁବ ଶୀଘ୍ର ଆସିବ ବୋଲି କୁହାଯାଇଛି । ସେଲଫି ଭିଡିଓ, ଅଡିଓ ନୋଟ ଏବଂ ଜନ୍ମଦିନ ନୋଟିଫିକେସନ ପାଇବେ ୟୁଜର୍ସ ।

ବର୍ଥ ଡେ ଫିଚର: ଆପରେ ଜନ୍ମଦିନ ସେଲିବ୍ରେସନକୁ ଉନ୍ନତ କରିବା ପାଇଁ ଇନଷ୍ଟାଗ୍ରାମରେ ଜନ୍ମଦିନ ଫିଚର ରୋଲଆଉଟ କରାଯିବ। ଯାହା ଫୋଲର୍ସଙ୍କ ଜନ୍ମଦିନ ଅପଡେଟ ଦେବ। ଯେଉଁଦିନ ଫୋଲର୍ସଙ୍କ ବାର୍ଥ ଡେ ଥିବ, ଏହି ଫିଚର ଆଲର୍ଟ ଭଳି କାମ କରିବ। ଯଦି କହିବା ଫେସବୁକରେ ରୋଲଆଉଟ ହୋଇଥିବା ଫିଚର ଭଳି ଏହା କାମ କରିବ। ଏହି ଫିଚର ରୋଲଆଉଟ ହେବା ଦ୍ବାରା ୟୁଜର୍ସ ଏକ୍ସପିରିୟନ୍ସ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସେଲଫି, ଭିଡିଓ ଏବଂ ଅଡିଓ ନୋଟ୍ସ: ଏକ ରିପୋର୍ଟ ଅନୁଯାୟୀ, ଜୁଜର୍ସଙ୍କ ଅଡିଓ ଏବଂ ଭିଡିଓ ନୋଟ୍ସ ଅଧିକ ପସନ୍ଦ ହୋଇଥାଏ। ଏହା ଦ୍ବାରା ୟୁଜର୍ସ ପରସ୍ପର ସହିତ ଅପଡେଟ ସେୟାର କରିବାରେ ସକ୍ଷମ ହେବେ। ଏହି ଦ୍ବାରା ଫଲୋର୍ସଙ୍କ ସହ କଥା ହେବା ଆହୁରି ହେବ ସହଜ। ଏହି ଅଭିଜ୍ଞତାକୁ ଆହୁରି ବୃଦ୍ଧି କରାଇବା ପାଇଁ କମ୍ପାନୀ ଅଡିଓ ଏବଂ ସେଲଫି ଭିଡିଓ ନୋଟ୍ ଘୋଷଣା କରିଛି। ତେବେ ଏହି ସବୁ ଫିଚର ସହିତ ମଲ୍ଟିପଲ ଷ୍ଟୋରୀ ଫିଚର ଅପ୍ସନ ମିଳିବ ବୋଲି ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: Instagram Storiesରେ ଟ୍ୟାଗିଂ କରିବା ଆହୁରି ହେବ ସହଜ, ନୂଆ ଫିଚର ଆଣିବ ମେଟା

ଗତ 2ମାସ ପୂର୍ବରୁ ଇନ୍‌ଷ୍ଟାଗ୍ରାମ ମୁଖ୍ଯ ଆଦାମ ମୋସେରୀ ନିଜର ବ୍ରଡ୍‌କାଷ୍ଟ ଚ୍ୟାନେଲରେ ନୂତନ ଫିଚର ବିଷୟରେ ସୂଚନା ସେୟାର କରିଥିଲେ। ତାଙ୍କର କହିବା ଅନୁସାରେ, "ଆମେ ଏକ ଗ୍ରୁପ୍ ମେନ୍ସନ ଫିଚର ଉପରେ କାର୍ଯ୍ୟ କରୁଛୁ । ଯାହା ସାହାଯ୍ୟରେ ଆପଣ ଗୋଟିଏ ମେନସନ ଜରିଆରେ ସମସ୍ତଙ୍କୁ ଟ୍ୟାଗ୍‌ କରିପାରିବେ । ଟ୍ୟାଗ୍‌ ହୋଇଥିବା ବ୍ୟକ୍ତି ମଧ୍ୟ ଉକ୍ତ ପୋଷ୍ଟକୁ ନିଜ ଷ୍ଟୋରୀରେ ସେୟାର କରିପାରିବେ । ସେମାନେ ଚାହିଁଲେ ମଧ୍ୟ ସେୟାର କରି ପୁଣି ଆଉ କାହାରିକୁ ଟ୍ୟାଗ କରିପାରିବେ। ଏଥିପାଇଁ ଆଉ ପୃଥକ ପୃଥକ ଟ୍ୟାଗ କରିବାକୁ ପଡିବ ନାହିଁ।"

ABOUT THE AUTHOR

...view details