ଓଡିଶା

odisha

ETV Bharat / science-and-technology

ମହାକାଶରୁ ଫଟୋ ପଠାଇଲା EOS-06 ସାଟେଲାଇଟ୍ - ଇସ୍ରୋ

ନଭେମ୍ବର 26ରେ ଉତ୍‌କ୍ଷେପଣ ହୋଇଥିବା ଆର୍ଥ ଅବଜରଭେସନ୍ ସାଟେଲାଇଟ୍-06(EOS-06) ପ୍ରେରଣ କଲା ଚିତ୍ର । ଅଧିକ ପଢନ୍ତୁ

ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା EOS-06 ସାଟେଲାଇଟ୍ ଆରମ୍ଭ କଲା ଚିତ୍ର ପ୍ରେରଣ
ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା EOS-06 ସାଟେଲାଇଟ୍ ଆରମ୍ଭ କଲା ଚିତ୍ର ପ୍ରେରଣ

By

Published : Dec 1, 2022, 1:05 PM IST

ବେଙ୍ଗାଲୁରୁ: ମହାକାଶକୁ ଇସ୍ରୋ ଉତକ୍ଷେପଣ କରିଥିବା ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍(EOS-06) ଆରମ୍ଭ କଲା ଚିତ୍ର ପ୍ରେରଣ । ପୃଥିବୀ ପୃଷ୍ଠର ବିଭିନ୍ନ ଅଞ୍ଚଳର ଚିତ୍ର ମହାକାଶରୁ ପ୍ରେରଣ କରିଛି ଏହି ସାଟେଲାଇଟ୍ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) ନଭେମ୍ବର 26ରେ ଆର୍ଥ ଅବଜରଭେସନ୍ ସାଟେଲାଇଟ୍-06(Earth Observation Satellite-06) ମହାକାଶକୁ ପ୍ରେରଣ କରିଥିଲା ।

ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା EOS-06 ସାଟେଲାଇଟ୍ ଆରମ୍ଭ କଲା ଚିତ୍ର ପ୍ରେରଣ

ଏନେଇ ଜାତୀୟ ମହାକାଶ ଏଜେନ୍ସି(ISRO) ବୁଧବାର(ନଭେମ୍ବର 30)ରେ ସୂଚନା ଦେଇଛି । ISRO ମୁଖ୍ୟାଳୟ ପକ୍ଷରୁ ତେଲେଙ୍ଗାନାର ଶାଦନଗର, ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରରେ ଗ୍ରହଣ କରାଯାଇଥିବା ପ୍ରଥମ ଦିନର ଚିତ୍ର ଟ୍ୱିଟରରେ ସେୟାର କରାଯାଇଛି, ଯାହା ହିମାଳୟ ଅଞ୍ଚଳ, ଗୁଜୁରାଟର କୁଚ ଅଞ୍ଚଳ ଏବଂ ଆରବ ସମୁଦ୍ରକୁ ଆଚ୍ଛାଦନ କରିଛି ।

ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା EOS-06 ସାଟେଲାଇଟ୍ ଆରମ୍ଭ କଲା ଚିତ୍ର ପ୍ରେରଣ

ଏଥିରେ କୁହାଯାଇଛି ଯେ, ସେମାନେ ଓସେନ କଲର୍ ମନିଟର(OCM) ଏବଂ ସାଗର ପୃଷ୍ଠଭୂମି ତାପମାତ୍ରା ମନିଟର(Surface Temperature Monitor, SSTM) ସେନ୍ସର (EOS-06 ବୋର୍ଡରେ) ଦ୍ୱାରା ଏହି ଚିତ୍ର ଉତକ୍ଷେପଣ ହୋଇଛି ।

ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା EOS-06 ସାଟେଲାଇଟ୍ ଆରମ୍ଭ କଲା ଚିତ୍ର ପ୍ରେରଣ

ଏହି ଚିତ୍ରଗୁଡ଼ିକ ISRO ଚେୟାରମ୍ୟାନ୍ ଏସ୍ ସୋମନାଥଙ୍କ ଦ୍ବାରା ଭର୍ଚୁଆଲ୍ ମୋଡ୍‌ରେ ୟୁ.ଆର୍ ରାଓ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକ ଏମ ଶଙ୍କରନ୍ ଏବଂ NRSC ନିର୍ଦ୍ଦେଶକ ପ୍ରକାଶ ଚୌହାନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ।

ABOUT THE AUTHOR

...view details