ଓଡିଶା

odisha

ETV Bharat / science-and-technology

ବୃଦ୍ଧି ପାଉଛି ଡାଟା ବ୍ୟବହାର, 2025 ସୁଦ୍ଧା ଦେଶରେ ନିର୍ମାଣ ହେବ 45ରୁ ଅଧିକ Data Centres - ଡାଟା ସେଣ୍ଟର ପ୍ଲାନିଂ

ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି 2025 ସୁଦ୍ଧା ଭାରତରେ ନିର୍ମାଣ ହେବ 45 ରୁ ଅଧିକ ଡାଟା କେନ୍ଦ୍ର(data centres), ମୁମ୍ବାଇରେ ସ୍ଥାପନ ହେବ ସର୍ବାଧିକ । ଅଧିକ ପଢନ୍ତୁ

ବୃଦ୍ଧି ପାଉଛି ଡାଟା ବ୍ୟବହାର, 2025 ସୁଦ୍ଧା ଦେଶରେ ନିର୍ମାଣ ହେବ 45 ରୁ ଅଧିକ Data Centres
ବୃଦ୍ଧି ପାଉଛି ଡାଟା ବ୍ୟବହାର, 2025 ସୁଦ୍ଧା ଦେଶରେ ନିର୍ମାଣ ହେବ 45 ରୁ ଅଧିକ Data Centres

By

Published : Aug 31, 2022, 1:12 PM IST

ମୁମ୍ବାଇ: COVID-19 ମହାମାରୀ ପରେ ଡାଟା କେନ୍ଦ୍ର, ବ୍ୟବସାୟକୁ ଏକ ଅପ୍ରତ୍ୟାଶିତ ଟେଲୱିଣ୍ଡ୍ ଯୋଗାଇ ଦେଇଛି । ସେକ୍ଟର ଗୁଡିକରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଏବଂ ଡିଜିଟାଇଜେସନ୍ ବିଶ୍ବସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଇ ଥିବାବେଳେ ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ ମଧ୍ୟ ପୂର୍ବ ଏକ ଦଶନ୍ଧି ତୁଳନାରେ ବୃଦ୍ଧି ପାଇଛି ଡାଟା ବ୍ୟବହାର । ଲକଡାଉନ ପର ଠାରୁ ବ୍ୟାଙ୍କିଙ୍ଗ, ଶିକ୍ଷା, ସପିଂ, ଏପରିକି ଦୈନନ୍ଦିନ ଜୀବନର ସମସ୍ତ ଦିଗ ଡିଜିଟାଲ ଇକୋସିଷ୍ଟମକୁ ପରିବର୍ତ୍ତିତ ହୋଇଛି ।

ଫଳରେ ସରକାରଙ୍କ ପଦକ୍ଷେପ ମଧ୍ୟ ଡିଜିଟାଲ ଅର୍ଥନୀତି ଆଡକୁ ଆଗକୁ ବଢିବାରେ ଲାଗିଛି । ଏହାଦ୍ୱାରା ସାରା ଦେଶରେ ଡାଟା ବ୍ୟବହାର ଏବଂ ଇଣ୍ଟରନେଟ୍ ବ୍ୟାଣ୍ଡୱିଡଥ୍ ବ୍ୟବହାର ବୃଦ୍ଧି, ସୋସିଆଲ୍ ମିଡିଆର କ୍ରମାଗତ ବିସ୍ତାର, ସ୍ମାର୍ଟ ଡିଭାଇସର ବ୍ୟବହାର, ଡାଟା ଲୋକାଲାଇଜେସନ୍, କ୍ଲାଉଡ୍ ସେବା ଗ୍ରହଣ ଏବଂ ବହୁ ଭାରତୀୟ କମ୍ପାନୀର ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଦ୍ୱାରା ପରିଚାଳିତ ହେଉଛି ।

ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି 2025 ସୁଦ୍ଧା ଭାରତରେ 1325 ବର୍ଗଫୁଟ ଏବଂ 1015 ମେଗାୱାଟ ଆଇଟି କ୍ଷମତା ବିଶିଷ୍ଟ 45 ରୁ ଅଧିକ ଡାଟା କେନ୍ଦ୍ର ପ୍ରସ୍ତୁତ ନେଇ ଯୋଜନା ଚାଲିଥିବା ଏକ ରିପୋର୍ଟରେ ଦର୍ଶାଯାଇଛି । ANAROCK-Binswanger ରିପୋର୍ଟ ଅନୁଯାୟୀ, ଦେଶରେ 24 ନିୟୁତ ବର୍ଗଫୁଟ ଏବଂ ମୋଟ ଆଇଟି କ୍ଷମତା 1,752 ମେଗାୱାଟ ସହିତ 183 ଟି ଡାଟା କେନ୍ଦ୍ର ରହିବ ।

IT କ୍ଷମତା (ପାଖାପାଖି 1,015 ମେଗାୱାଟ) ଦୃଷ୍ଟିରୁ, ଏହି ଯୋଜନାବଦ୍ଧ ନୂତନ ଯୋଗାଣର 69 ପ୍ରତିଶତରୁ ଅଧିକ ମୁମ୍ବାଇ ଏବଂ ଚେନ୍ନାଇରେ ଆସିବ । କେବଳ ମୁମ୍ବାଇରେ 51 ପ୍ରତିଶତ ରହିବ । ବର୍ତ୍ତମାନ, ସମଗ୍ର ଭାରତରେ 138 ଡାଟା କେନ୍ଦ୍ର ଅଛି, ଯାହାକି 11 ନିୟୁତ ବର୍ଗଫୁଟ ଏବଂ 737 ମେଗାୱାଟ ଆଇଟି କ୍ଷମତା (building ready) ଅଛି । ବର୍ତ୍ତମାନର ଆଇଟି କ୍ଷମତାର ଅତିକମରେ 57 ପ୍ରତିଶତ ସାମୂହିକ ଭାବରେ ମୁମ୍ବାଇ ଏବଂ ଚେନ୍ନାଇରେ ଅଛି ।

ଶିଳ୍ପ ଏବଂ ଲଜିଷ୍ଟିକ୍ ଏବଂ ଡାଟା କେନ୍ଦ୍ର, ANAROCK କ୍ୟାପିଟାଲ୍ ସଭାପତି ଦେବୀ ଶଙ୍କର କହିଛନ୍ତି, "ଭାରତ ଡାଟା ସେଣ୍ଟର୍ ଇଣ୍ଡଷ୍ଟ୍ରିର ବର୍ତ୍ତମାନର ଆକାର ପ୍ରାୟ 5.6 ବିଲିୟନ ଡ଼ଲାର୍ ଏବଂ ଏହା ବୃଦ୍ଧି ପାଇବାକୁ ବାଧ୍ୟ । 2025 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ଆନୁମାନିକ ଡାଟା କେନ୍ଦ୍ରର ଚାହିଦା 2,100 ମେଗାୱାଟ ହେବ ବୋଲି ଆଶା କରାଯାଉଛି ।"

ଏହି ସମୟରେ, ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ପ୍ରାୟ 2,688 ମେଗାୱାଟ ଭବିଷ୍ୟତରେ ଯୋଜନାବଦ୍ଧ ଯୋଗାଣର ଅତିରିକ୍ତ ସମ୍ଭାବନା ରହିଛି । ଏହି ଯୋଗାଣ ପାଇଁ ଜମି ଡିସି ଅପରେଟରଙ୍କ ଦ୍ବାରା ଲକ୍ ହୋଇଯାଇଛି, କିନ୍ତୁ ପ୍ରକୃତ ଚାହିଦା ଏବଂ ପୂର୍ବ ଯୋଜନାବଦ୍ଧ ପର୍ଯ୍ୟାୟର ଫଳାଫଳକୁ ଆଧାର କରି ପ୍ରୋଜେକ୍ଟ ଉପରେ ଯୋଜନା କରାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହି ଯୋଜନାବଦ୍ଧ ଆଇଟି କ୍ଷମତାର ପ୍ରାୟ 78 ପ୍ରତିଶତ ମୁମ୍ବାଇ ଏବଂ ହାଇଦ୍ରାବାଦରେ କେନ୍ଦ୍ରୀଭୂତ ହେବ ।

ଡାଟା ପରିଚାଳନା ପାଇଁ 30 ପ୍ରତିଶତ କମ୍ପାନୀ ହାଇବ୍ରିଡ୍ hybrid (Cloud+data centre) ହୋଷ୍ଟିଂ ସେବା ଉପରେ ଦୃଷ୍ଟି ରଖିଥିବାବେଳେ 72% ପ୍ରଫେସନାଲ୍ ସେମାନଙ୍କ ସଂସ୍ଥାରେ କୋଭିଡ୍-19 ପରେ ଡାଟା ବୃଦ୍ଧି ହେଉଥିବା ଦେଖିବାକୁ ପାଇଛନ୍ତି ।

ABOUT THE AUTHOR

...view details