ହାଇଦ୍ରାବାଦ:ବଦଳିବ ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ! 138 ବର୍ଷ ପୁରୁଣା ଟେଲିଗ୍ରାଫ ଆକ୍ଟକୁ ପରବର୍ତ୍ତନ କରିବା ପାଇଁ ସୋମବାର ଅର୍ଥାତ ଡିସେମ୍ବର 18 ତାରିଖରେ କେନ୍ଦ୍ରସରକାର ଲୋକସଭାରେ ଟେଲିକମ୍ୟୁନିକେସନ ବିଲ 2023(The Telecommunications Bill 2023) ଉପସ୍ଥାପନ କରିଥିଲେ । ବିଲ୍ ପାରିତ ହେବା ପରେ ଟେଲିକମ କ୍ଷେତ୍ର ପାଇଁ ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡିଛି । ଏହି ବିଲ୍ରେ ସରକାର ସାଟେଲାଇଟ ଇଣ୍ଟରନେଟ ସେବାର ସ୍ପେକ୍ଟ୍ରମ ନିଲାମୀ ପରିବର୍ତ୍ତେ ଲାଇସେନ୍ସ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଅର୍ଥାତ ଏଣିକି ଟେଲିକମ୍ ସେକ୍ଟରରେ ନିଲାମୀ ପରିବର୍ତ୍ତେ ଲାଇସେନ୍ସ ପ୍ରଦାନ କରାଯିବ । ତେବେ ଏହା ଦ୍ବାରା ବିଲେନିୟର ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ଉପକୃତ ହେବ ବୋଲି ଚର୍ଚ୍ଚା ହେଉଛି ।
ମସ୍କଙ୍କୁ ମିଳିବ ଫାଇଦା: ସାଟେଲାଇଟ୍ ଇଣ୍ଟରନେଟ ସର୍ଭିସ ସ୍ପେକ୍ଟ୍ରମ ପାଇଁ ନିଲାମୀ ପରିବର୍ତ୍ତେ ଲାଇଲେନ୍ସ ଉପରେ ଜୋର କରିଥିଲା ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ । ଲାଇସେନ୍ସ ପଦ୍ଧତି ସଠିକ ଅଟେ ଏହଂ ଏହା ସେମାନଙ୍କର ଖର୍ଚ୍ଚ ଏବଂ ବିନିଯୋଗ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସମସ୍ତ ବିଦେଶୀ କମ୍ପାନୀ ମଧ୍ୟ ଏହା ଉପରେ ଗୁରୁତ୍ବାରୋପ କରିଥିଲେ । ଏଲନ ମସ୍କଙ୍କ ବ୍ୟତୀତ ଆମାଜନର ପ୍ରୋଜେକ୍ଟ କୁଇପର ଏବଂ ବ୍ରିଟିଶ ସରକାରଙ୍କ ସମର୍ଥିତ ୱାନ୍ୱେବ୍ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଖୁସୀ ରହିଛନ୍ତି ।