ହାଇଦ୍ରାବାଦ:ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆଉ ଏକ ବଡ଼ ସଫଳତା ମିଳିଛି । ଅଗ୍ନି-ପ୍ରାଇମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଭାରତର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ DRDO ମିଳିତ ଭାବେ ଓଡ଼ିଶା ବାଲେଶ୍ବର ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି । ଏହି ପରୀକ୍ଷଣ ଗତକାଲି ଅର୍ଥାତ ଜୁନ୍ 7 ତାରିଖରେ କରାଯାଇଥିଲା । ଏହା ପୂର୍ବରୁ ଉକ୍ତ ଅଞ୍ଚଳରେ ନୋ ଫ୍ଲାଏ ଜୋନ୍ (NOTAM) ଘୋଷଣା କରାଯାଇଥିଲା । ତେବେ ପରୀକ୍ଷଣ ମଧ୍ୟ ସଫଳ ହୋଇଥିବା କୁହାଯାଉଛି । ଅଗ୍ନି-ପ୍ରାଇମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଗ୍ନି-ପି ବୋଲି ମଧ୍ୟ କୁହାଯାଇଥାଏ । ଏହି ମିସାଇଲ ଉତ୍କ୍ଷେପଣ ବେଳେ ଏହାର ବିଭିନ୍ନ ଦିଗ ଅନୁଧ୍ୟାନ କରିଥିଲା ପ୍ରତିରକ୍ଷା ବିଭାଗ ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ । ତେବେ ଜାଣନ୍ତୁ କଣ ରହିଛି ଏହି କ୍ଷପଣାସ୍ତ୍ରର ବିଶେଷତ୍ବ ।
ଏହା ହେଉଛି ଅଗ୍ନି ସିରିଜର ନ୍ୟୁ ଜେନେରେସନ ବାଲାଷ୍ଟିକ ମିଶାଇଲ । ଏହାର ପରିସର ଏକରୁ ୨ ହଜାର କିଲୋମିଟର ଅଟେ । 34.5 ଫୁଟ ଲମ୍ବା କ୍ଷେପଣାସ୍ତ୍ରରେ ଗୋଟିଏ କିମ୍ବା ଏକାଧିକ Multiple independently targetable reentry vehicle (MIRV) ୱାରହେଡ୍ ସ୍ଥାପନ କରାଯାଇପାରିବ।
MIRVର ଅର୍ଥ ହେଉଛି ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଟାର୍ଗେଟ ଉପରେ ଆକ୍ରମଣ କରାଯାଇପାରେ । ଏହି କ୍ଷେପଣାସ୍ତ୍ର ଉଚ୍ଚ-ତୀବ୍ର ବିସ୍ଫୋରକ, ଥର୍ମୋବାରିକ୍ କିମ୍ବା ପରମାଣୁଆଣବିକ ୱାରହେଡ୍ ବହନ କରିବାର ସକ୍ଷମ ରହିଛି । କ୍ଷେପଣାସ୍ତ୍ରର ଉପରେ 1500ରୁ 3000 କିଲୋଗ୍ରାମ ଓଜନ ବିଶିଷ୍ଟ ୱାରହେଡ୍ ଲଗାଯାଇପାରିବ । ଏହା ଦୁଇ ପର୍ଯ୍ୟାୟ ରକେଟ୍ ମୋଟର ରନ୍ କ୍ଷେପଣାସ୍ତ୍ର ଅଟେ ।