ଓଡିଶା

odisha

ETV Bharat / science-and-technology

IIT ମାଡ୍ରାସର ନୂଆ ମୋବାଇଲ୍ ଆପ୍ 'ଅପ୍ଟରୁଟ'; ମିଳିବ ସୁଗମ ଲଜିଷ୍ଟିକ ସେବା

IIT ମାଡ୍ରାସର ବୈଜ୍ଞାନିକମାନେ ତିଆରି କରିଛନ୍ତି 'ଅପ୍ଟରୁଟ' ମୋବାଇଲ୍ ଆପ୍ । ଏହି ଆପ୍ ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 14, 2023, 8:15 AM IST

'ଅପ୍ଟରୁଟ' ଦେବ ସୁଗମ ଲଜିଷ୍ଟିକ ସେବା , ଆଇ.ଆଇ.ଟି ମାଦ୍ରାସ୍ ର ନୂଆ ମୋବାଇଲ୍ ଆପ୍
'ଅପ୍ଟରୁଟ' ଦେବ ସୁଗମ ଲଜିଷ୍ଟିକ ସେବା , ଆଇ.ଆଇ.ଟି ମାଦ୍ରାସ୍ ର ନୂଆ ମୋବାଇଲ୍ ଆପ୍

ଚେନ୍ନାଇ: ଏଣିକି ଜିନିଷ ପରିବହନରେ ଆଉ ରହିବନି କୌଣସି ଝିଂଝଟ । ଆଇଆଇଟି ମାଡ୍ରାସର ବୈଜ୍ଞାନିକମାନେ ତିଆରି କରିଛନ୍ତି ଏକ ନୂଆ ମୋବାଇଲ୍ ଆପ୍ । ବିଭିନ୍ନ ସହରଗୁଡିକ ମଧ୍ୟରେ ଲଜିଷ୍ଟିକ ବା ଜିନିଷ ପରିବହନରେ ସୁଗମତା ଏବଂ ସହଜତା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କରିଛନ୍ତି 'ଅପ୍ଟରୁଟ' ମୋବାଇଲ୍ ଆପ୍ । ଏହି ଆପ୍ ବର୍ତ୍ତମାନ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବାବେଳେ ସମଗ୍ର ଭାରତରେ ଦିଲ୍ଲୀ, ଚଣ୍ଡିଗଡ, କୋଲକାତା, ଇନ୍ଦୋର, ଚେନ୍ନାଇ, କୋଏମ୍ବାଟୁର, ଗୁରୁଗ୍ରାମ, ହାଇଦ୍ରାବାଦ, ଜୟପୁର, ପୁନେ ଭଳି 21 ଗୋଟି ସହରରେ ସେବା ଯୋଗାଇ ଦେଉଛି ।

ଏହି ଆପ୍ଲିକେସନ ଜରିଆରେ ମାଲ୍ ପରିବହନ ପାଇଁ ବ୍ୟବହାରକାରୀ ସିଧାସଳଖ ଡ୍ରାଇଭର ସହ ଯୋଗାଯୋଗ କରିପାରିବେ । ଯାହାଦ୍ବାରା ବିନା କୌଣସି ମଧ୍ୟସ୍ଥି ଏବଂ ବିନା କୌଣସି କମିସନ ବା ଅନବୋର୍ଡିଙ୍ଗ ଭଡା ଖର୍ଚ୍ଚରେ ସେମାନେ ନିଜ ଜିନିଷପତ୍ର ଗୁଡିକୁ ଅତି ସହଜ ଭାବେ ଅନ୍ୟ ସହରକୁ ପରିବହନ କରିପାରିବେ ।

ଏହାମଧ୍ୟ ପଢନ୍ତୁ:ସହଜ ହେବ ଅନ୍ୟ ଭାଷାକୁ ବୁଝି କଥା ହେବା, ସାମସଙ୍ଗ ଆଣୁଛି ଏହି ଫିଚର

ଏହି ଷ୍ଟାର୍ଟ୍ଅପର ପ୍ରାରମ୍ଭିକ ଭର୍ସନକୁ ଆଇଆଇଟି ମାଡ୍ରାସରେ ପରୀକ୍ଷା କରି ସଫଳତା ସହ ଲଞ୍ଚ କରାଯାଇ ଥିବାବେଳେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ଏନ. ଏସ ନାରାୟଣ ସ୍ବାମୀ ଏବଂ ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ଅନୁଜ ଫୁଲିଆ ଏହି ଆପ୍ଲିକେସନକୁ ମିଶି କରି ତିଆରି କରିଛନ୍ତି । ସେମାନେ ଏହି ଆପ୍ଲିକେସନର ମୌଳିକ ଧାରଣାକୁ 2020 ମସିହାରେ ମେକ୍ସିକୋ ଠାରେ ଅନୁଷ୍ଠିତ ଜେନେଟିକ୍ସ ଆଣ୍ଡ ଇଭୋଲ୍ୟୁସନାରୀ କମ୍ପ୍ୟୁଟେସନ କନଫରେନ୍ସରେ ଉପସ୍ଥାପନା କରିଥିଲେ । ଏହି ଆପ୍ଲିକେସନ ଯଥାକ୍ରମେ ଡ୍ରାଇଭର ଏବଂ ଗ୍ରାହକ ଭଳି ଦୁଇଟି ୟୁଜର ମୋଡରେ ପରିଚାଳିତ ହୋଇଥାଏ । ଏହା ଏକ ସବସ୍କ୍ରିପସନ ଆଧାରିତ ସେବା ଅଟେ ଯଦ୍ବାରା ଡାଇରେକ୍ଟ ପେମେଣ୍ଟର ବ୍ୟବସ୍ଥା ରହିଛି ।

ଏହାମଧ୍ୟ ପଢନ୍ତୁ: ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍, ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ

ଏହି ଆପ୍ଲିକେସନର ସହ ପ୍ରତିଷ୍ଠାତା ଅନୁଜ ଫୁଲିଆ କହିଛନ୍ତି ଯେ, ଏହି ଆପ୍ଲିକେସନ ଜରିଆରେ ବିନା କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପରେ ବ୍ୟବହାରକାରୀ ସିଧାସଳଖ ଡ୍ରାଇଭର ସହ ଯୋଗାଯୋଗ କରିପାରିବେ । ଏଥିରେ ଆମେ ଜିରୋ ପର୍ସେଣ୍ଟ କମିସନରେ ସେବା ଯୋଗାଉଛୁ । ଏ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ 500ରୁ ଊର୍ଦ୍ଧ୍ବ ସହରରେ ସେବା ଯୋଗାଇବାର ଲକ୍ଷ୍ୟ ରଖିଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details