ଓଡିଶା

odisha

ETV Bharat / science-and-technology

ଆବିଷ୍କାର ହେଲା ଫ୍ରି ସ୍ପେଶ୍ ଅପ୍ଟିକାଲ୍ ଯୋଗାଯୋଗ ସିଷ୍ଟମ - ଗୌହାଟୀର ଗବେଷଣାକାରୀ ଦଳ

ଗୌହାଟୀ ଆଇଆଇଟି ଗବେଷକ ଏକ ନୂତନ ଫ୍ରି ସ୍ପେଶ୍ ଅପ୍ଟିକାଲ୍ ଯୋଗାଯୋଗ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଯାହାଦ୍ବାରା ବାୟୁମଣ୍ଡଳର 1 କିଲୋମିଟର ପରିଧି ମଧ୍ୟରେ ବାୟୁମଣ୍ଡଳୀୟ ଅଶାନ୍ତତା ଏପରିକି ଝଡତୋଫାନକୁ ମଧ୍ୟ ଅବାଧ ବାର୍ତ୍ତା ଓ ଛବି ପ୍ରରଣ କରିପାରିବ । ଅଧିକ ପଢନ୍ତୁ...

ମୁକ୍ତାକାଶ ଆଲୋକୀୟ ସଞ୍ଚାରର ଆବିସ୍କାର କଲେ ଆଇଆଇଟି ଗୌହାଟୀର ଗବେଷଣାକାରୀ
ମୁକ୍ତାକାଶ ଆଲୋକୀୟ ସଞ୍ଚାରର ଆବିସ୍କାର କଲେ ଆଇଆଇଟି ଗୌହାଟୀର ଗବେଷଣାକାରୀ

By

Published : Nov 24, 2020, 4:47 PM IST

Updated : Feb 16, 2021, 7:53 PM IST

ଗୌହାଟୀ: ଆଇଆଇଟି ଗୌହାଟୀର ଗବେଷକମାନେ ଏକ ନୂତନ ଫ୍ରି ସ୍ପେଶ୍ ଅପ୍ଟିକାଲ୍ ଯୋଗାଯୋଗ ସିଷ୍ଟମର ବିକାଶ କରିଛନ୍ତି । ଏହି ଯୋଗାଯୋଗ ସିଷ୍ଟମ ସୂଚନା ସ୍ଥାନାନ୍ତରଣ ପାଇଁ ବ୍ୟବହାର ହୋଇପାରିବ । ଏଠାକାର ଗବେଷକମାନେ ଆଲୋକ ରଶ୍ମୀ ବ୍ୟବହାର କରି ଫ୍ରି ସ୍ପେଶ୍ ଅପ୍ଟିକାଲ୍ ଯୋଗାଯୋଗ ସିଷ୍ଟମର ଅଗ୍ରଗତି କରିଛନ୍ତି । ଯାହା ବାୟୁମଣ୍ଡଳକୁ କ୍ଷତି ପହଞ୍ଚାଇବ ନାହିଁ । ତେବେ ଗବେଷକ ଟିମ ଏହି ଦଳ କହିଛନ୍ତି ଯେ, 1 କିଲୋମିଟର ପରିଧି ମଧ୍ୟରେ ବାୟୁମଣ୍ଡଳୀୟ ଅଶାନ୍ତତା ଏପରିକି ଝଡତୋଫାନକୁ ମଧ୍ୟ ଅବାଧ ବାର୍ତ୍ତା ଓ ଛବି ପ୍ରେରଣ ମଧ୍ୟ କରିପାରିବ ।

କମ୍ୟୁନିକେସନ୍ ଫିଜିକ୍ସ ପତ୍ରିକାର ଜଣେ ନେଚର ଜର୍ଣ୍ଣାଲଙ୍କ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଦୁଇଜଣ ବ୍ୟକ୍ତି ଘର ଭିତରେ କିମ୍ବା ବାହାରେ ରହି ମଧ୍ୟ ଦ୍ରୁତ ତଥା ସୁରକ୍ଷିତ ସଞ୍ଚାର ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥା ବ୍ୟବହାର କରିପାରିବେ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ସିଷ୍ଟମ ହ୍ୟାକିଂ ଏବଂ ଅବାଧ ପ୍ରବେଶକୁ ମଧ୍ୟ ରୋକିପାରିବ, ଯାହା ତାରଯୁକ୍ତ ଏବଂ ଅନ୍ୟାନ୍ୟ ପାରମ୍ପାରିକ ବେତାର ଯୋଗାଯୋଗ ଅପେକ୍ଷା ଏହାକୁ ଅଧିକ ସୁରକ୍ଷିତ କରିଥାଏ । ଫ୍ରି-ସ୍ପେଶ୍ ଯୋଗାଯୋଗରେ, ଭଏସ୍, ଟେକ୍ସଟ୍, କିମ୍ବା ଇମେଜ୍ ଆକାରରେ ତଥ୍ୟ ଅପ୍ଟିକାଲ୍ ଫାଇବର ଅପେକ୍ଷା ବେତାର ଆଲୋକ ବ୍ୟବହାର କରି ପ୍ରସାରିତ ହୁଏ ଏବଂ ଏହା ପରବର୍ତ୍ତୀ ପିଢୀକୁ ଯୋଗାଯୋଗ ପ୍ରଯୁକ୍ତିକୁ ପ୍ରତିନିଧିତ୍ବ କରିବ । ବିଗତ ଦୁଇ ଦଶନ୍ଧି ମୁକ୍ତ ସ୍ଥାନ ଯୋଗାଯୋଗରେ ଅଦ୍ଭୁତପୂର୍ବ ବିକାଶ ଦେଖିଛି ।

ଅଧିକାଂଶ ଫ୍ରି-ସ୍ପେଶ୍ ଯୋଗାଯୋଗ ପ୍ରଣାଳୀ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ବିକଶିତ ହୋଇଛି, ଡାଟା ଏନକୋଡ୍ କରିବା ପାଇଁ ଭର୍ଟେକ୍ସ ବିମ୍ ନାମକ ଏକ ପ୍ରକାର ଆଲୋକ ବିମ୍ ବ୍ୟବହାର କରେ । ସମସ୍ୟା ହେଉଛି ଏକ ଭର୍ଟେକ୍ସ ବିମ୍ ବ୍ୟବହାର ଯାହା ବିସ୍ତାରର ମାଧ୍ୟମ ହୋଇପାରେ । ପ୍ରଭାବରେ, ଆଲୋକ / ଲେଜର ବିମ୍ ବ୍ୟବହାର କରି ବେତାର ଭାବରେ ପଠାଯାଇଥିବା ତଥ୍ୟ ପବନ ପରି ବାୟୁମଣ୍ଡଳୀରେ ବିକୃତ ଭାବେ ବିସ୍ତାର ହୋଇପାରେ ବା କରପଟେଡ୍ ହୋଇପାରେ ।

ଏହି ସମସ୍ୟାକୁ ଦୂର କରିବା ପାଇଁ, ଆଇଆଇଟି ଗୌହାଟୀ ଅନୁସନ୍ଧାନକାରୀମାନେ ତଥ୍ୟକୁ ଏନକୋଡ୍ କରିବା ପାଇଁ ଏବଂ ଲେଜର ବିମର ଫେଜ୍ ପ୍ରୋଫାଇଲ୍ ଆକାରରେ ସମାନ ଭାବରେ ପ୍ରସାରଣ ପାଇଁ ଜର୍ନାଇକ୍ ମୋଡ୍ ନାମକ ଅର୍ଥୋଗୋନାଲ୍ ସ୍ପେସାଲ୍ ଲାଇଟ୍ ମୋଡ୍ ବ୍ୟବହାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:53 PM IST

ABOUT THE AUTHOR

...view details