ଓଡିଶା

odisha

ETV Bharat / science-and-technology

Chandrayaan 3: ଘୁଞ୍ଚି ପାରେ ଚନ୍ଦ୍ରଯାନ -3 ଲ୍ୟାଣ୍ଡିଂ, ଏମିତି କହିଲେ ISRO ବୈଜ୍ଞାନିକ - ଚନ୍ଦ୍ରଯାନ 3

ଆସନ୍ତାକାଲି (ବୁଧବାର) ସଂଧ୍ୟା 5.20ରୁ ଆରମ୍ଭ ହେବ ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ପ୍ରକ୍ରିୟା । ସେହି ଐତିହାସିକ ମୂହୁର୍ତ୍ତକୁ ଉତ୍କଣ୍ଠାର ସହିତ ସମଗ୍ର ଦେଶ ଚାହିଁ ରହିଛି । ମାତ୍ର ଏହାର ଲାଣ୍ଡିଂ ଘୁଞ୍ଚିପାରେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

Chandrayaan 3 landing may postpone
ଘୁଞ୍ଚି ପାରେ ଚନ୍ଦ୍ରଯାନ -3 ଲାଣ୍ଡି

By

Published : Aug 22, 2023, 12:52 PM IST

ନୂଆଦିଲ୍ଲୀ: ଭାରତୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3ର ସଫଳତା ପାଇଁ ଚାହିଁ ରହିଛନ୍ତି ପ୍ରତିଟି ଭାରତୀୟ । ସମୟ ଯେତିକି ବଢୁଛି ଉତ୍କଣ୍ଠା ସେତିକି ବଢୁଛି । ଦିନକ ପରେ ଜହ୍ନ ରାଇଜରେ ପହଞ୍ଚିବ ଭାରତ । ଆସନ୍ତାକାଲି (ବୁଧବାର) ଅର୍ଥାତ ଅଗଷ୍ଟ 23 ସଂଧ୍ୟା 5.20 ରୁ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ଆସନ୍ତାକାଲି ଯଦି ସ୍ଥିତି ଅନୁକୂଳ ନହୁଏ ତେବେ ଆସନ୍ତାକାଲି ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ କରିନପାରେ ଚନ୍ଦ୍ରଯାନ -3 । ଲ୍ୟାଣ୍ଡିଂ ପ୍ରକ୍ରିୟା ଅଗଷ୍ଟ 27 ତାରିଖକୁ ଘୁଞ୍ଚିପାରେ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ନିର୍ଦ୍ଦେଶକ ନିଲେଶ ଦେଶାଇ ।

ଏହା ବି ପଢନ୍ତୁ...Chandrayaan 3: ଲ୍ୟାଣ୍ଡରକୁ ସ୍ବାଗତ କଲା CH-2 ଅର୍ବିଟର, ୨୩ ସନ୍ଧ୍ୟା 5.20ରୁ ଲ୍ୟାଣ୍ଡିଂ ଲାଇଭ୍‌

ଲାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚିପାରେ । ଏମିତି କିଛି ସଙ୍କେତ ଦେଇଛନ୍ତି ଅହମ୍ମଦାବାଦସ୍ଥିତ ଇସ୍ରୋ ମହାକାଶ ପ୍ରୟୋଗ କେନ୍ଦ୍ରର ନିର୍ଦ୍ଦେଶକ ନିଲେଶ ଦେଶାଇ । ସେ କହିଛନ୍ତି, "ଲ୍ୟାଣ୍ଡିଂର ଦୁଇଘଣ୍ଟା ପୂର୍ବରୁ ଆମକୁ ଦେଖିବାକୁ ପଡ଼ିବ ଯେ ପାଗ ଅନୁକୂଳ ଅଛି ନା ନାହିଁ । ଯଦି ଲ୍ୟାଣ୍ଡରର ସ୍ଥିତି ଠିକ ଥିବ ଏବଂ ପାଗ ଅନୁକୂଳ ରହିଥିବ ତେବେ ଲ୍ୟାଣ୍ଡର ଆସନ୍ତାକାଲି ଅର୍ଥାତ 23 ଅଗଷ୍ଟ ସନ୍ଧ୍ୟା 6ଟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ । କିନ୍ତୁ ଯଦି ସ୍ଥିତି ପ୍ରତିକୂଳ ଥିବ ତେବେ ଲ୍ୟାଣ୍ଡିଂ ତାରିଖ ଅଗଷ୍ଟ 27 ତାରିଖକୁ ଘୁଞ୍ଚାଇ ଦିଆଯିବ ।"

ଏହା ବି ପଢନ୍ତୁ...Soft Landing: 'ହେବନି କୌଣସି ଅସୁବିଧା, ଚନ୍ଦ୍ରଯାନ-୩କୁ ମିଳିବ ବିରାଟ ସଫଳତା'

ସେ ଆହୁରି କହିଛନ୍ତି, "ଆମେ 23 ଅଗଷ୍ଟରେ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରିବୁ । ଲ୍ୟାଣ୍ଡିଂ ସମୟ ସନ୍ଧ୍ୟା 5ଟା 47ରୁ ଆରମ୍ଭ ହୋଇ ପାଖାପାଖି 17 ମିନିଟ 21 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ରୋଭର ପ୍ରଜ୍ଞା ସହିତ ଏଲଏମ ବିକ୍ରମ ଅଗଷ୍ଟ 23 ସନ୍ଧ୍ୟା 6ଟା 4ରେ ଚନ୍ଦ୍ରରେ ଅବତରଣ କରିବ । ଲ୍ୟାଣ୍ଡର ପ୍ରକ୍ରିୟା ପରେ ପରିସ୍ଥିତିକୁ ଅନୁଧ୍ୟାନ କରାଯିବ । 23 ଅଗଷ୍ଟରେ ସଫ୍ଟ ଲ୍ୟାଣ୍ଡିଂର ଲକ୍ଷ୍ୟ ରଖାଯାଇଛି ମାତ୍ର ସ୍ଥିତି ଯଦି ଅନୁକୂଳ ନହୁଏ ତେବେ ଚିନ୍ତା କରିବାର ନାହିଁ ଆସନ୍ତା 27 ତାରିଖରେ 18 କିମି ଉଚ୍ଚତାରୁ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରୁବୁ ।"

ଏହା ବି ପଢନ୍ତୁ...Chandrayaan-3: ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବିକ୍ରମ ଲ୍ୟାଣ୍ଡର, ଲ୍ୟାଣ୍ଡିଂ ପୂର୍ବରୁ ପଠାଇଲା ଚନ୍ଦ୍ର ଫଟୋ

ପ୍ରକାଶ ଥାଉ କି, ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା । ପ୍ରାୟ 50 ଦିନର ଯାତ୍ରା ପରେ ଚନ୍ଦ୍ର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-3 । ଆସନ୍ତାକାଲି ଚନ୍ଦ୍ରଯାନ-3 ନିଶ୍ଚୟ ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶାରେ ରହିଛନ୍ତି ଭାରତବାସୀ । 2019ରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିଥିଲା କିନ୍ତୁ ଦୁର୍ଭାଗ୍ୟବସତଃ ଲ୍ୟାଣ୍ଡରର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଫଳରେ ଇସ୍ରୋର ଉଦ୍ଦେଶ୍ୟ ପୂରଣ ହୋଇପାରିନଥିଲା ।

ABOUT THE AUTHOR

...view details