ଓଡିଶା

odisha

ETV Bharat / science-and-technology

ଭାଙ୍ଗିଲା ସୂର୍ଯ୍ୟପୃଷ୍ଠର ବଡ ଅଂଶ, ଚିନ୍ତାରେ ବୈଜ୍ଞାନିକ

ସୂର୍ଯ୍ୟଙ୍କ ଉପରେ ଆସୁଛି କି ବିପଦ ? ନାସା ରିପୋର୍ଟ ଅନୁସାରେ ସୂର୍ଯ୍ୟପୃଷ୍ଠର ଏକ ଅଂଶ ଭାଙ୍ଗିଯାଇ ଘୂର୍ଣ୍ଣିବଳୟ ପରି ସୂର୍ଯ୍ୟଙ୍କ ଚତୁର୍ପାଶ୍ବରେ ଘୂରିବୁଲୁଛି । ଅଧିକ ପଢନ୍ତୁ

Huge Piece Of Sun Breaks Off
Huge Piece Of Sun Breaks Off

By

Published : Feb 11, 2023, 6:06 PM IST

ୱାଶିଂଟନ:ଯାହାଙ୍କ ଆତ-ଯାତରେ ଦିନ ରାତି ସମ୍ଭବ ହେଉଛି ବର୍ତ୍ତମାନ ସେ ବିପଦରେ ! ଆଜ୍ଞା ହଁ, ଠିକ୍ ଅନୁମାନ କରୁଛନ୍ତି, ଆମେ କହୁଛୁ ସୂର୍ଯ୍ଯଙ୍କ କଥା । ନାସା ରିପୋର୍ଟ ଅନୁସାରେ ସୂର୍ଯ୍ୟପୃଷ୍ଠର ଏକ ବୃହତ ଅଂଶ ଭାଙ୍ଗିଯାଇଛି । ଏବେ ଏହି ଭଗ୍ନ ଅଂଶ ଘୂର୍ଣ୍ଣିବଳୟ ପରି ସୂର୍ଯ୍ୟଙ୍କ ଚତୁର୍ପାଶ୍ବରେ ଘୂରିବୁଲୁଛି । ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ ସୌର ପ୍ରଣାଳୀର ଏହି ବିରଳ ଦୃଶ୍ୟ କଏଦ୍ କରିଛି । ତେବେ ଏହି ସଙ୍କେତ ପୃଥିବୀ ଉପରେ କି ପ୍ରଭାବ ପକାଇବ ତାକୁ ନେଇ ଚିନ୍ତାରେ ବୈଜ୍ଞାନିକ ।

ସୂର୍ଯ୍ୟଙ୍କଠାରୁ ସର୍ବଦା ଉଚ୍ଚ ଶକ୍ତିସମ୍ପନ୍ନ ଶିଖା ନିର୍ଗତ ହୋଇଥାଏ । ଯାହାଫଳରେ ପୃଥିବୀର ଯୋଗାଯୋଗ ଉପରେ ପ୍ରଭାବ ପଡେ । ତେଣୁ ସୂର୍ଯ୍ୟଙ୍କର ଏକ ବଡ ଅଂଶ ଭାଙ୍ଗିଯିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ଏଥିସହ ପୃଥିବୀ ଉପରେ ଏହାର କି ପ୍ରଭାବ ପଡିବ ଜାଣିବା ପାଇଁ ବୈଜ୍ଞାନିକଙ୍କ ଉତ୍କଣ୍ଠା ବଢିଛି ।

ଏହା ମଧ୍ୟ ପଢନ୍ତୁ:-ଇସ୍ରୋର ସବୁଠୁ କ୍ଷୁଦ୍ର ରକେଟ୍ SSLV-D2ର ସଫଳ ଉତ୍‌କ୍ଷେପଣ

କହି ରଖୁଛୁ ଯେ, ସ୍ପେସ୍ ପାଣିପାଗ ବିଭାଗର ଡ. ତମିଥା ସ୍କୋଭ୍ ଟ୍ୱିଟରରେ ଏହି ଭିଡିଓ ସେୟାର କରିଥିଲେ । ଡ. ସ୍କୋଭ୍ ଏନେଇ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, "ଉତ୍ତର ମେରୁ ନିକଟରେ ଏକ ମୁଖ୍ୟ ଅଂଶ ଫିଲାମେଣ୍ଟରୁ କିଛି ଭାଗ ଭାଙ୍ଗି ଯାଇଛି । ବର୍ତ୍ତମାନ ଏହା ସୂର୍ଯ୍ୟଙ୍କ ଚତୁର୍ପାଶ୍ବରେ ଏକ ବଡ ଘୂର୍ଣ୍ଣିବଳୟ ଭଳି ଘୂରିବୁଲୁଛି ।" ଅନ୍ୟପଟେ ଦୀର୍ଘଦିନ ଧରି ସୂର୍ଯ୍ୟ ଉପରେ ଗବେଷଣା କରୁଥିବା ୟୁଏସ୍ ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ଆଟ୍‌ମୋସଫେରିକ୍ ରିସର୍ଚ୍ଚର ସୋଲାର୍ ଫିଜିସିଷ୍ଟ୍ ସ୍କଟ୍ ମ୍ୟାକିନୋଟୋଶ୍ କହିଛନ୍ତି ଯେ, ସୌର ଶିଖା ଭାଙ୍ଗିବା ପରେ ଏଭଳି ବଳୟ ଆଜି ପର୍ଯ୍ୟନ୍ତ କେବେ ଦେଖାଯାଇ ନଥିଲା ।

ଏହା ମଧ୍ୟ ପଢନ୍ତୁ:-ଆଉ ଏକ ପୃଥିବୀ ଠାବ ! କଣ ଏଠାରେ ବି ବାସ କରିପାରିବ ମାନବ

ସେପଟେ ନାସା ଅନୁସାରେ, "ପୂର୍ବରୁ ଏପରି ଘଟଣା ଅନେକ ଥର ହୋଇଛି । ସୂର୍ଯ୍ୟର କିଛି ଅଂଶ ଭାଙ୍ଗିଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ ମଧ୍ୟ ବର୍ତ୍ତମାନର ଘଟଣା ଚିନ୍ତା ବଢାଇଛି । ଏଥିପାଇଁ ସୂର୍ଯ୍ୟ ଉପରେ 24 ଘଣ୍ଟା ନଜର ରଖାଯାଉଛି ।" ତେବେ ଏପରି ସଂଙ୍କେତ ପୃଥିବୀ ଉପରେ କି ପ୍ରଭାବ ପକାଉଛି ତା' ଉପରେ ରହିଛି ସମସ୍ତଙ୍କ ନଜର ।

ABOUT THE AUTHOR

...view details