ବେଜିଂ: ଚୀନର ଟେକ୍ନୋଲୋଜି ବ୍ରାଣ୍ଡ ହୱାଇ(Huawei) ଚଳିତ ବର୍ଷ ଶେଷ ସୁଦ୍ଧା ବୈଦ୍ୟୁତିକ କାର ନିର୍ମାଣ ପାଇଁ ଯୋଜନା କରୁଛି । ତେବେ ଏହି ବର୍ଷର ଶେଷ ବେଳକୁ ବୈଦ୍ୟୁତିକ କାରର କିଛି ମଡେଲର ନାମ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି ।
ତେବେ ବର୍ତ୍ତମାନ ବୈଦ୍ୟୁତିକ କାରର ଚାହିଦା ବଢୁଥିବାରୁ ହୱାଇର ଗ୍ରାହକ ବ୍ୟବସାୟିକ ଗୋଷ୍ଠୀର ମୁଖ୍ୟ ରିଚାର୍ଡ ୟୁ ଚଳିତ ବର୍ଷର ଶେଷ ସୁଦ୍ଧା ବୈଦ୍ୟୁତିକ କାର ନିର୍ମାଣ ପାଇଁ ଯୋଜନା କରୁଛନ୍ତି । ତେବେ ଏହି କମ୍ପାନୀ ବିଶ୍ବ ବଜାରରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ମାର୍ଟଫୋନ ତିଆରି କରିଛି । ହୱାଇ କମ୍ପାନୀ 2 ଅଟୋ ମୋବାଇଲ କମ୍ପାନୀ ସହିତ ମିଳିତ ଭାବରେ ଏହି ବୈଦ୍ୟୁତିକ କାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି ।
BAIC ଗ୍ରୁପର ବ୍ଲୁପାର୍କ ନ୍ୟୁ ଏନର୍ଜି ଟେକ୍ନୋଲୋଜି ସହିତ ଏହି ବୈଦ୍ୟୁତିକ କାର ନିର୍ମାଣ ପାଇଁ ଆଲୋଚନା କରିଥିବା ଜଣାପଡିଛି । ଅନ୍ୟ ଚୀନ କମ୍ପାନୀ ସାଓମି(Xiaomi) ମଧ୍ୟ ଏହିଭଳି କାର ତିଆରି ପାଇଁ ମଧ୍ୟ ଯୋଜନା କରୁଛି । ଏହି କାରର ନିର୍ମାଣ ପ୍ରତି କମ୍ପାନୀର ସିଇଓ ଲେ ଜୁନ ତତ୍ପରତା ପ୍ରକାଶ କରିଥିବା ସୂଚନା ମିଳିଛି ।
ଗତ 2013 ମସିହାରେ ସାଓମିର ସିଇଓ 2ଥର ଆମେରିକା ଗସ୍ତ କରି ଟେସଲା କମ୍ପାନୀର ସିଇଓ ଏଲନ ମସ୍କଙ୍କୁ ଭେଟିଥିଲେ । ତେବେ ଏହି ଗସ୍ତରୁ ବୈଦ୍ୟୁତିକ କାର ନିର୍ମାଣ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ତେବେ ଭାରତର ଅଟୋମୋବାଇଲ କମ୍ପାନୀ ଟାଟା, ମହିନ୍ଦ୍ରା ମଧ୍ୟ ସ୍ମାର୍ଟ ଯାନବାହନ ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
@IANS