ଓଡିଶା

odisha

By

Published : Apr 22, 2022, 6:18 PM IST

ETV Bharat / science-and-technology

ଯୁବ ଇଞ୍ଜିନିୟରଙ୍କ ନିଆରା ପ୍ରୟାସ, ରିମୋଟରେ ନିୟନ୍ତ୍ରିତ ନଳକୂପ ମୋଟର

ଏବେ ରିମୋଟ ଦ୍ବାରା କଣ୍ଟ୍ରୋଲ ହୋଇପାରିବ ନଳକୂପ ମୋଟର । ଚାଷୀଙ୍କୁ ଜଳସେଚନରେ ସହାୟତା ଯୋଗାଇବା ପାଇଁ ଏଭଳି ଅତ୍ୟାଧୁନିକ ଡିଭାଇସ ଆଣିଲେ ହରିୟାଣା ଇଞ୍ଜିନିୟର । ଅଧିକ ପଢନ୍ତୁ

ହରିୟାଣା ଇଞ୍ଜିନିୟର ଅତ୍ୟାଧୁନିକ ଡିଭାଇସ, ରିମୋଟରେ ନିୟନ୍ତ୍ରଣ ହେବ ନଳକୂପ ମୋଟର
ହରିୟାଣା ଇଞ୍ଜିନିୟର ଅତ୍ୟାଧୁନିକ ଡିଭାଇସ, ରିମୋଟରେ ନିୟନ୍ତ୍ରଣ ହେବ ନଳକୂପ ମୋଟର

ଚଣ୍ଡିଗଡ଼:କୃଷି କ୍ଷେତ୍ରରେ ଜଳ ସେଚନ ପାଇଁ ଦେଖାଯାଉଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଅତ୍ୟାଧୁନିକ ଡିଭାଇସ ବିକଶିତ କଲେ ହରିୟାଣା ହିସାର ଅଞ୍ଚଳର ଯୁବ ଇଞ୍ଜିନିୟର ସୁନୀଲ କୁମାର । ସେ ନଳକୂପ ମୋଟରକୁ ରିମୋଟ ଦ୍ବାରା ନିୟନ୍ତ୍ରଣ କରିବା ପାଇଁ ଏହି ଡିଭାଇସର ନିର୍ମାଣ କରିଛନ୍ତି । ସୁନୀଲ ଜଣେ ଚାଷୀ ପରିବାରର ପୁଅ ହୋଇଥିବା ବେଳେ ବାପାଙ୍କୁ ସମସ୍ୟାରେ ଦେଖିବା ପରେ ଏପରି ଏକ ଡିଭାଇସ ନିର୍ମାଣ କରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି ।

ସୁନୀଲଙ୍କ ବାପା ଚାଷଜମିକୁ ଜଳସେଚନ ପାଇଁ ନଳକୂପ ପାଣି ଉପରେ ନିର୍ଭର କରନ୍ତି । ନଳକୂପ ପାଣି ଉଠାଇବା ଲାଗି ମୋଟର ଚାଲୁ କରିବା ପାଇଁ ବିଦ୍ୟୁତ ସପ୍ଲାଏର ଆବଶ୍ୟକତା ରହିଥାଏ । ବିଦ୍ୟୁତ ସପ୍ଲାଏ ପାଇଁ ସେ ପ୍ରତିଦିନ ରାତିରେ ଅନେକ ସମସ୍ୟା ଭୋଗିଥାନ୍ତି । ବାପାଙ୍କ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କାମ କରୁଥିବା ସୁନୀଲ ଡିଭାଇସ କିଛି ନିର୍ମାଣ ପାଇଁ ଚିନ୍ତା କରିଥିଲେ । ରିମୋଟ କଣ୍ଟ୍ରୋଲ ପାଇଁ ଏହି ଅତ୍ୟାଧୁନିକ ଡିଭାଇସ ବିକଶିତ କରିବା ପାଇଁ ସେ ହରିୟାଣା ୟୁନିଭର୍ସିଟିର ABIC(କୃଷି-ବ୍ୟବସାୟ କେନ୍ଦ୍ର) ପକ୍ଷରୁ ଅନୁମତି ଆଣିଥିଲେ । ଏବେ ହରିୟାଣା ଓ ରାଜସ୍ଥାନର ପ୍ରାୟ ୫ ହଜାରରୁ ଅଧିକ ଚାଷୀ ଏହି ଡିଭାଇସକୁ ବ୍ୟବହାର କରି ଉପକୃତ ହେଉଛନ୍ତି । ନେପାଳର ମଧ୍ୟ ପ୍ରାୟ ୨୫୦ ଜଣ ଚାଷୀ ଉପକୃତ ହେଉଥିବା ଜଣାପଡ଼ିଛି ।

କିପରି କାମ କରେ ଏହି ଡିଭାଇସ ?

ଏହି ଡିଭାଇସକୁ ଚାଲୁ କରିବାର ଅତ୍ୟନ୍ତ ସହଜ ବୋଲି କହିଛନ୍ତି ସୁନୀଲ । ଫୋନ୍ ନମ୍ବର ଡାଏଲ୍ ହେବା ପରେ ମୋଟରର ସାମ୍ପ୍ରତିକ ସ୍ଥିତି ଯେପରିକି ପାୱାର ସ୍ଥିତି, ପାୱାରଲୋଡ୍‌ କ୍ଷମତାକୁ ପ୍ରତିଫଳିତ କରେ । ଚାଷୀମାନେ ନମ୍ବରକୁ କଲ କରି ବିଦ୍ୟୁତ୍ ଯୋଗାଣ ସ୍ଥିତି ଯାଞ୍ଚ କରିପାରିବେ । ମୋଟର ଟର୍ନ୍ ଅନ୍ କରିବାକୁ, ନମ୍ବରକୁ କଲ କରି ୭ ଦବାଇବା ଆବଶ୍ୟକ । ସେପଟେ ବନ୍ଦ ସମୟରେ ୯ ଦବାଇବାକୁ ପଡିଥାଏ । ଯଦି କୌଣସି ବୈଦ୍ୟୁତିକ ଯୋଗାଣ ଉପଲବ୍ଧ ନହୁଏ ବିଦ୍ୟୁତ୍ ଫେରି ଆସିବା ପରେ ଡିଭାଇସ୍ ଉପଭୋକ୍ତାଙ୍କୁ ଏକ ପାଠ୍ୟ ବାର୍ତ୍ତା ମାଧ୍ୟମରେ ସୂଚିତ କରେ ।

ଏହି ଉପକରଣଟି ପାଞ୍ଚ ବର୍ଷ ପୂର୍ବେ ସୁନୀଲ ତିଆରି କରିଥିଲେ । ଯେଉଁମାନେ ଏହାକୁ କିଣିଥିଲେ ସେମାନେ ବର୍ତ୍ତମାନ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି । ଏହି ଅଂଶଗୁଡିକରେ ଚାଷୀଙ୍କ ସବୁଠାରୁ ବଡ ଖର୍ଚ୍ଚ ହୋଇଥାଏ ଯେତେବେଳେ ଷ୍ଟାର୍ଟର ମୋଟର ଜଳି ଯାଇଥାଏ । ହେଲେ ଏହି ଡିଭାଇସ୍ ନିଶ୍ଚିତ କରେ ଯେ ଏହା ଘଟିବ ନାହିଁ ଏବଂ କୌଣସି ଅସୁବିଧା ହେବା ମାତ୍ରେ ଉପଭୋକ୍ତାଙ୍କୁ ସତର୍କ କରାଇଥାଏ । ଉଚ୍ଚ କିମ୍ବା ନିମ୍ନ ଭୋଲଟେଜ୍ କ୍ଷେତ୍ରରେ ଏହା ସ୍ବୟଂଚାଳିତ ଭାବରେ ମୋଟରକୁ ବନ୍ଦ କରିଦିଏ ।

ABOUT THE AUTHOR

...view details