ହାଇଦ୍ରାବାଦ:ସବୁଦିନ, ସବୁକାମରେ ଆବଶ୍ୟକ ହେଉଥିବା ସର୍ଚ୍ଚ ଇଞ୍ଜିନ ଗୁଗଲର ଆଜି ଜନ୍ମ ଦିନ । ଆଜି(27 ସେପ୍ଟେମ୍ବର) ଗୁଗଲକୁ 25 ବର୍ଷ ପୂର୍ତ୍ତି ହୋଇଛି । ପ୍ରତିବର୍ଷ ପରି ଜନ୍ମଦିନ ଅବସରରେ କମ୍ପାନୀ ଏହାର ଡୁଡଲ୍ ଅପଡେଟ୍ କରିଛି । ଜନ୍ମଦିନ ଅବସରରେ ଗୁଗୁଲ ଏକ ସ୍ୱତନ୍ତ୍ର ଡୁଡଲ୍ ତିଆରି କରିଛି ଉତ୍ସବ ପାଳନ କରୁଛି । 25 ବର୍ଷ ପୂର୍ବ ଗୁଗଲର ଜନ୍ମ କିଭଳି ହୋଇଥିଲା ଏବଂ ସମୟର ପରିବର୍ତ୍ତନ ସହିତ ଗୁଗଲର ଲୋଗେରେ କିଭଳି ପରିବର୍ତ୍ତନ ହୋଇଥିଲା ତାହା ଦର୍ଶାଯାଇଛି ।
ଏକ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ଭାବରେ ଗୁଗଲ ଆଜି ଦୁନିଆର ସବୁଠୁ ବଡ଼ ପ୍ଲାଟଫର୍ମ । ସାରା ବିଶ୍ୱରେ ଲକ୍ଷ ଲକ୍ଷ ଉପଭୋକ୍ତା ଏହି ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର କରନ୍ତି । ଆଜିକା ସମୟରେ ପ୍ରତି ମୁହୁର୍ତ୍ତରେ ଆବଶ୍ୟକ ହୁଏ ଗୁଗଲ । ସେପ୍ଟେମ୍ବର 1998ରେ କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ୟୁନିଭରସିଟିର ଦୁଇ ଛାତ୍ର ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନଙ୍କ ଦ୍ବାରା ଗୁଗଲର ଆବିଷ୍କୃତ ହୋଇଥିଲା । ଉଭୟେ Google.stanford.edu ଏଡ୍ରାସରେ ଏକ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ତିଆରି କରିଥିଲେ । ଏହାକୁ ଆନୁଷ୍ଠାନିକ ଭାବରେ ଲଞ୍ଚ କରିବା ପୂର୍ବରୁ, ଲେରି ଏବଂ ବ୍ରିନ୍ ଏହାର ନାମ Backrub ରଖିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଗୁଗଲ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Google New Feature: ଜିବୋର୍ଡରେ ଯୋଡି ହେଲା ପ୍ରୁଫରିଡ ଫିଚର, ଏହା ମିଳିବ ଫାଇଦା
ଏହି କାରଣରୁ କମ୍ପାନୀକୁ ମିଳିଲା ନୂଆ ସଫଳତା: ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ସାରା ସର୍ତ୍ତ ଇଞ୍ଜିନ ପ୍ଲାଟଫର୍ମ ରହିଥିଲେ ହେଁ ଗୁଗଲ କାହିଁକି ଏତେ ଲୋକପ୍ରିୟତା ସାଉଁଟିଲା ? ଯଦି କହିବା ଲୋକପ୍ରିୟତା ହେବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମେ, ଉପଭୋକ୍ତା ଇଣ୍ଟରଫେସ୍ ଏବଂ ଦ୍ୱିତୀୟଟି ହେଉଛି ଉନ୍ନତ ଅନୁସନ୍ଧାନ ଫଳାଫଳ । ଏହି ଦୁଇଟି କାରଣ ଯୋଗୁଁ କମ୍ପାନୀ ଲୋକପ୍ରିୟତା ହାସଲ କରିବା ପରେ କମ୍ପାନୀର ଅଭିବୃଦ୍ଧି ହୋଇଥିଲା । ଗୁଗଲ ନୂଆ ପ୍ରଡୋକ୍ଟ ଏବଂ ସେବା ଆରମ୍ଭ କରିଥିଲା, ଯାହା ପରେ ବଜାରରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା। କମ୍ପାନୀ Gmail, ୟୁଟ୍ୟୁବ୍ ସହିତ ମୋବାଇଲ୍ ପାଇଁ ଆଣ୍ଡ୍ରଏଡ୍ ସିଷ୍ଟମ୍ ପ୍ରବର୍ତ୍ତନ କରି ବଜାରରେ ଏହାର ପରିଚୟ ପ୍ରତିଷ୍ଠା କରିଥିଲା । ଯାହାକି ଆଜି ଘରେ ଘରେ ବ୍ୟବହାର ହେଉଛି । ସମ୍ପ୍ରତି କମ୍ପାନୀ ଗୁଗଲ Bard ମଧ୍ୟ ଲଞ୍ଚ କରିଛି ଯାହା ଏକ AI ଟୁଲ ଅଟେ । ଏହାର ସାହାଯ୍ୟରେ ବ୍ରାଉଜିଂ ଅଭିଜ୍ଞତା ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।
କିଭଳି ଦେଖାଯାଉଛି ଡୁଡଲ: ଯଦି ଆମେ ଡୁଡଲ କଥା ଦେଖିବା ତେବେ କେବଳ O Oରେ ହିଁ ପରିବର୍ତ୍ତନ ହୋଇଛି । ଏହା ବଦଳରେ 25 ଲେଖା ହୋଇଥିବା ଦେଖିବାକୁ ମିଳିଛି । ଏହାକୁ କ୍ଲିକ କରିବା ଦ୍ବାରା ଏକ ପେଜ ଖୋଲିବ ଯେଉଁଥିରେ କି ଗୁଗଲ ବିଷୟରେ ସବିଶେଷ ତଥ୍ୟ ମିଳିବ । କେବଳ ଏତିକି ନୁହେଁ ସ୍କ୍ରଲ ଡାଉନ୍ କରିବା ପରେ ଏହାପରେ ଏକ ପାର୍ଟିପେପରର ଅପ୍ସନ୍ ମିଳିବ। ଏହାକୁ କ୍ଲିକ କରିବା ପରେ ରଙ୍ଗବେରଙ୍ଗର ପେପର ପୁରା ସ୍କ୍ରିନରେ ଦେଖାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ