ହାଇଦ୍ରାବାଦ:ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଆଇଫୋନ। ତଥ୍ୟ ଲିକକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆପଲ ପକ୍ଷରୁ ମଧ୍ୟ ଆପଲ ବ୍ୟବହାରକାରୀଙ୍କୁ ମେସେଜ ପଠାଇଥିଲା। ଏହାରୁ ନେଇ ବିରୋଧି ମଧ୍ୟ ତମ୍ବି ତୋଫାନ ଆରମ୍ଭ କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଆପଲକୁ ନୋଟିସ ଜାରି କରାଯାଇଥିଲା। ଅଧିକ ତଥ୍ୟ ପ୍ରଦାନ କରିବା ପାଇଁ ଅପିଲ କରାଯାଇଥିଲା। କିନ୍ତୁ ସରକାରୀ ସ୍ତରରେ ହ୍ୟାକିଂ ନେଇ କୌଣସି ସ୍ପଷ୍ଟତା ରଖିନଥିଲା ଗୁଗଲ। ତେବେ ଆପଲ ଫୋନ ହ୍ୟାକ ନେଇ ଆମେରିକା ଖବର କାଗଜରେ ମଧ୍ୟ ପ୍ରକାଶିତ ହୋଇଥିଲା। ତେବେ ଗତକାଲି(ଗୁରୁବାର) ଆମେରିକା ଖବର କାଗଜରେ ପ୍ରକାଶିତ ରିପୋର୍ଟକୁ ଖଣ୍ଡ କରିଛନ୍ତି କେନ୍ଦ୍ର ରାଷ୍ଟ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଫୋନ ହ୍ୟାକ ନେଇ ସରକାରଙ୍କ ଆଭିମୁଖ୍ୟକୁ ସେ ପ୍ରତ୍ୟାଖାନ କରିଛନ୍ତି। ତେବେ ଅକ୍ଟୋବର ମାସରେ ଜାରି କରାଯାଇଥିବା ହ୍ୟାକକୁ ନେଇ ଦିଆଯାଇଥିବା ଚେତାବନୀର ରାଜନୈତିକ ପ୍ରଭାବକୁ କମ କରିବାରେ ସାହାଯ୍ୟ କରିବା ପାଇଁ ଭାରତୀୟ ଅଧିକାରୀ କମ୍ପାନୀକୁ କହିଥିବା ନେଇ ରିପୋର୍ଟରେ କୁହାଯାଇଥିଲା। ସେ ଏହି ରିପୋର୍ଟକୁ ଅଧା ସତ୍ୟ ଏବଂ ଅଧା କାଳ୍ପନିକ କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ। ଫୋନ ହ୍ୟାକରେ ସରକାରଙ୍କ କୌଣସି ସଂଯୋଗ ନଥିବା କଥା ସେ କହିଛନ୍ତି।
ତେବେ କେନ୍ଦ୍ର ରାଷ୍ଟ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସରେ ପୋଷ୍ଟ କରି କହିଛନ୍ତି, "ୱାଶିଂଟନ୍ ପୋଷ୍ଟର ଅଜବ କାହାଣୀକୁ ଖଣ୍ଡନ କରିବା ଏକ ପ୍ରକାର କ୍ଲାନ୍ତକାରୀ ଅଟେ। କିନ୍ତୁ କାହାକୁ ତ ଏହା କରିବାକୁ ହେବ। ଏହା କାହାଣୀ ଅଧା ଅଧୁରା ଅଟେ। ଆପଲରୁ ସରକାରୀ ଏଜେନ୍ସି CERT-In (Indian Computer Emergency Response Team)ସହିତ ତଦନ୍ତରେ ସହଯୋଗ କରନ୍ତୁ। "
ଏହା ମଧ୍ୟ ପଢନ୍ତୁ: Apple Notification: ‘150 ଦେଶକୁ ଆଲର୍ଟ ମେସେଜ ପଠାଇଛି ଆପଲ’