ଓଡିଶା

odisha

ପ୍ରଥମ ରାଜ୍ୟ ଭାବେ ଗୁଜୁରାଟର ସମସ୍ତ ଜିଲ୍ଲାରେ Jio True 5G ସେବା ସଂଯୋଗ

By

Published : Nov 25, 2022, 12:16 PM IST

ଦେଶରେ ପ୍ରଥମ ରାଜ୍ୟ ଭାବରେ ଗୁଜୁରାଟର ସମସ୍ୟ ଜିଲ୍ଲାରେ ରିଲାଏନ୍ସ ଜିଓ ପହଞ୍ଚାଇଲା 5G ସେବା(Gujarat 1st state to get Jio True 5G across all districts) । ଅଧିକ ପଢନ୍ତୁ

ପ୍ରଥମ ରାଜ୍ୟ ଭାବରେ ଗୁଜୁରାଟର ସମସ୍ତ ଜିଲ୍ଲାରେ Jio True 5G ସେବା ସଂଯୋଗ
ପ୍ରଥମ ରାଜ୍ୟ ଭାବରେ ଗୁଜୁରାଟର ସମସ୍ତ ଜିଲ୍ଲାରେ Jio True 5G ସେବା ସଂଯୋଗ

ମୁମ୍ବାଇ: ପ୍ରଥମ ରାଜ୍ୟ ଭାବେ ଗୁଜୁରାଟର ସମସ୍ତ ଜିଲ୍ଲାରେ ପହଞ୍ଚିଲା 5G ସେବା(Gujarat 1st state to get Jio True 5G across all districts) । ରିଲାଏନ୍ସ ଜିଓ ଏନେଇ ଶୁକ୍ରବାର(ନଭେମ୍ବର 25) କହିଛି ଯେ, 33ଟି ଜିଲ୍ଲା ମୁଖ୍ୟାଳୟରେ 'True 5G' ସେବା ଉପଲବ୍ଧ ହେବାରେ ଗୁଜୁରାଟ ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି । ଏହା ସହିତ ଜିଓ 'ଟ୍ରୁ 5ଜି' ବର୍ତ୍ତମାନ ଦିଲ୍ଲୀ NCR ସମେତ ଭାରତର 10 ଟି ସହରରେ ପହଞ୍ଚି ପାରିଛି ।

ଏକ ମଡେଲ୍ ରାଜ୍ୟ ଭାବରେ, ଜିଓ ଗୁଜୁରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ 4.0 ଏବଂ IoT(Internet of Things) ସେକ୍ଟରରେ ଟ୍ରୁ 5G ଚାଳିତ ପଦକ୍ଷେପ ଆରମ୍ଭ କରିବ ଏବଂ ପରେ ଏହାକୁ ସାରା ଦେଶରେ ବିସ୍ତାର କରିବ ବୋଲି କମ୍ପାନୀ କହିଛି । କମ୍ପାନି ଆହୁରି ମଧ୍ୟ କହିଛି ଯେ, Education-For-All'(ସମସ୍ତଙ୍କ ପାଇଁ ଶିକ୍ଷା) ଇନିସିଏଟିଭର ଏକ ଅଂଶ ଭାବରେ ଆରମ୍ଭରୁ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଜିଓ ଗୁଜୁରାଟର 100ଟି ବିଦ୍ୟାଳୟକୁ ଡିଜିଟାଇଜେସନ୍ କରିବ ।

ଆମର ଦୃଢ ଟ୍ରୁ 5G ନେଟୱାର୍କ ସହିତ 100 ପ୍ରତିଶତ ଜିଲ୍ଲା ମୁଖ୍ୟାଳୟ ସଂଯୁକ୍ତ ଥିବା ଗୁଜୁରାଟ ବର୍ତ୍ତମାନ ପ୍ରଥମ ରାଜ୍ୟ । ଏହି ଟେକ୍ନୋଲୋଜିର ପ୍ରକୃତ ଶକ୍ତି ଏବଂ ଏହା କିପରି 100 କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇବ ତାହା ପ୍ରଦର୍ଶନ କରିବାକୁ ଚାହୁଁଛୁ ବୋଲି ରିଲାଏନ୍ସ ଅଧ୍ୟକ୍ଷ ଆକାଶ ଏମ ଅମ୍ବାନୀ କହିଛନ୍ତି । ଜିଓ ପୂର୍ବରୁ ଘୋଷଣା କରିଥିଲା ​​ଯେ, ପୁଣେରେ 'ଟ୍ରୁ 5ଜି' ଉପଲବ୍ଧ ହେବ, ଯାହା 1Gbps ବେଗରେ ଅସୀମିତ(unlimited) 5G ଡାଟା ପ୍ରଦାନ କରିବ ।

ନଭେମ୍ବର 23 ରୁ ପୁଣେର ଜିଓ ବ୍ୟବହାରକାରୀଙ୍କୁ ଜିଓ ୱେଲ୍‌କମ୍ ଅଫରକୁ ବିନା ମୂଲ୍ୟରେ ଅନଲିମିଟେଡ୍ ଡାଟା ଉପଭୋଗ କରିବାକୁ ଇନଭାଇଟ୍ କରିଥିଲା । ଗତ ସପ୍ତାହରେ, ଜିଓ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବାଦ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ସମେତ ସମଗ୍ର ଦିଲ୍ଲୀ-ଏନସିଆର ଅଞ୍ଚଳରେ 'ଟ୍ରୁ 5G' ସେବା ଯୋଗାଇ ଦେଇଥିଲା ।

ABOUT THE AUTHOR

...view details