ଓଡିଶା

odisha

ଡିଜିଟାଲ ଜାଲିଆତି ନିୟନ୍ତ୍ରଣ ଲକ୍ଷ୍ୟ, ୭୦ ଲକ୍ଷ ମୋବାଇଲ୍ ନମ୍ବର ବ୍ଲକ୍‌ କଲେ ସରକାର

By ETV Bharat Odisha Team

Published : Nov 29, 2023, 1:56 PM IST

Mobile Number Suspended: ସରକାର ୭୦ ଲକ୍ଷ ମୋବାଇଲ୍ ନମ୍ବରକୁ ବନ୍ଦ କରିଛନ୍ତି । ବଢୁଥିବା ଡିଜିଟାଲ ଜାଲିଆତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

୭୦ ଲକ୍ଷ ମୋବାଇଲ୍ ନମ୍ବର ବନ୍ଦ କଲେ ସରକାର, ଏହି କାରଣରୁ ନିଆଗଲା କାର୍ଯ୍ୟାନୁଷ୍ଠାନ
୭୦ ଲକ୍ଷ ମୋବାଇଲ୍ ନମ୍ବର ବନ୍ଦ କଲେ ସରକାର, ଏହି କାରଣରୁ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଧୁନିକ ଟୋକ୍ନାଲୋଜିର ବ୍ୟବହାର କରି ମାତିଛନ୍ତି ଡିଜିଟାଲ ଲୁଟେରା । ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ଡିଜିଟାଲ ଜାଲିଆତି । ବର୍ତ୍ତମାନ ଏନେଇ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ୭୦ ଲକ୍ଷ ମୋବାଇଲ୍ ନମ୍ବରକୁ ବ୍ଲକ୍‌ କରିଛନ୍ତି । ଏହାର ଅର୍ଥ ଏହି ମୋବାଇଲ୍ ନମ୍ବରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଡିଜିଟାଲ୍ ଠକେଇକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଏହି କାରଣରୁ ମୋବାଇଲ୍ ନମ୍ବର ବନ୍ଦ କରାଗଲା

ଏଗୁଡ଼ିକ ସେହି ମୋବାଇଲ୍ ନମ୍ବର ଯାହା ଏକ ପ୍ରକାର ସନ୍ଦେହଜନକ କାରବାର ସହ ସଂଯୁକ୍ତ ଥିଲା । ବାସ୍ତବରେ ଆର୍ଥିକ ସଚିବ ବିବେକ ଯୋଶୀ ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି । ଇଣ୍ଟରନେଟ ଯୁଗରେ ଡିଜିଟାଲ ପେମେଣ୍ଟକୁ ନେଇ ହୋଇଥିବା ଠକେଇକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ସୂଚନା ଥାଉ କି, ଆର୍ଥିକ ସଚିବ ବିବେକ ଯୋଶୀ ଡିଜିଟାଲ୍ ପେମେଣ୍ଟ ଏବଂ ଆନୁସଙ୍ଗିକ ପ୍ରସଙ୍ଗରେ ଠକେଇ ଉପରେ ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ।

ପରବର୍ତ୍ତୀ ବୈଠକ ଜାନୁଆରୀରେ ଅନୁଷ୍ଠିତ ହେବ

ଯୋଶୀ କହିଛନ୍ତି ଯେ ଡିଜିଟାଲ ଠକେଇର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କଗୁଡିକ ସେମାନଙ୍କର ପ୍ରକ୍ରିୟା ଏବଂ ସିଷ୍ଟମଗୁଡ଼ିକୁ ଆଗୁଆ ମଜଭୁତ କରିବାକୁ କୁହାଯାଇଛି । ଏଥିସହ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (AEPS) ଠକେଇ ସମ୍ପର୍କରେ ଆର୍ଥିକ ସଚିବ ବିବେକ ଯୋଶୀ କହିଛନ୍ତି ଯେ, ରାଜ୍ୟମାନେ ଏହି ପ୍ରସଙ୍ଗରେ ଧ୍ୟାନ ଦେବା ଆବଶ୍ୟକ । ଏହା ସହ ରାଜ୍ୟ ସରକାର ମଧ୍ୟ ଡାଟା ସୁରକ୍ଷାକୁ ମଜଭୁତ କରିବା ଉପରେ ଧ୍ୟାନ ଦେବା ଉଚିତ୍ । ବୈଠକ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଏହି ପ୍ରସଙ୍ଗରେ ବୈଠକ ଜାରି ରହିବ । ଏହାସହ ଆସନ୍ତା ବର୍ଷ ଜାନୁଆରୀରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ବୈଠକ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ମାତିଛନ୍ତି ଡିଜିଟାଲ ଠକ: କ୍ଷଣିକରେ ହେଉଛି ଆକାଉଣ୍ଟ ଖାଲି, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ଠକେଇ ମାମଲା କିପରି ହ୍ରାସ ହେବ?

ବିବେକ ଯୋଶୀ କହିଛନ୍ତି ଯେ ଡିଜିଟାଲ ଠକେଇ ବିଷୟରେ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହିପରି ଠକେଇକୁ ରୋକିବା ପାଇଁ ସମାଜକୁ ଏହି ବିଷୟରେ ଅବଗତ କରାଇବା ଆବଶ୍ୟକ । ଏଥିସହ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସାଇବର ଠକେଇ ବିଷୟରେ ସମାଜକୁ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ABOUT THE AUTHOR

...view details