ଓଡିଶା

odisha

ETV Bharat / science-and-technology

Google Lens: ଆପଣଙ୍କ ତ୍ବଚା କିପରି ଅଛି, କହିବ ଗୁଗଲ ଲେନ୍ସ - ଗୁଗଲ ଲେନ୍ସ

ବର୍ତ୍ତମାନ ଗୁଗଲ ଲେନ୍ସ କହିବ ସ୍କିନ କଣ୍ଡିସନ । ଯଦି ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତାହେଲେ ସମାଧାନ ଦିଗରେ ମଧ୍ୟ ପରାମର୍ଶ ଦେବ । ଅଧିକ ପଢନ୍ତୁ

Google Lens
Google Lens

By

Published : Jun 15, 2023, 12:08 PM IST

ହାଇଦ୍ରାବାଦ:ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ମହିଳାମାନଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ମୁହଁରେ ଛିଦ୍ର ବା ବ୍ରଣ । ବେଳେବେଳେ ମୁହଁରେ ଏମିତି କିଛି ହୋଇଥାଏ, ଏପିରିକି ତାହାକୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଥାଏ । ତେବେ ଏହାଠାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଅନେକ ପ୍ରକାର ଘରୋଇ ଉପଚାର କରିଥାଉ । କିନ୍ତୁ ଏଥିରୁ ମୁକ୍ତି ମିଳିବା କଷ୍ଟକର ହୋଇଥାଏ । ବେଳେବେଳେ କିଛି ବୁଝିବା ଆଗରୁ ଏହା ବଡ ହୋଇ ସୌନ୍ଦର୍ଯ୍ୟ ଖରାପ ହେବାକୁ ଲାଗିଥାଏ । ତେବେ ଏଣିକି ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଣିକି ସ୍କିନକୁ ନେଇ ସୂଚନା ଦେବ ଗୁଗଲ ଲେନ୍ସ । ବର୍ତ୍ତମାନ ଗୁଗୁଲ୍ ଲେନ୍ସ ତୁମ ଚର୍ମ ସହିତ ଜଡିତ ସମସ୍ତ ଅବସ୍ଥା ବିଷୟରେ ସୂଚନା ଦେବ । ଏହାସହ ଡାକ୍ତରଙ୍କ ପାଖକୁ ଯିବା ଉଚିତ କି ନୁହେଁ ସେ ବିଷୟରେ ମଧ୍ୟ ସୂଚନା ଦେବ ।

ଚେହେରା, ହାତ, ପାଦ କିମ୍ବା ଶରୀରର କୌଣସି ଅଙ୍ଗରେ ଚର୍ମ ସମସ୍ୟା ଦେଖାଯାଏ, ତେବେ ବର୍ତ୍ତମାନ ଗୁଗୁଲ୍ ଲେନ୍ସ ସାହାଯ୍ୟରେ ଆପଣ ଏହା ଜାଣିପାରିବେ, ଏହା କ’ଣ ଏବଂ କେଉଁ ଚିକିତ୍ସା ଦ୍ବାରା ଏହା ଠିକ ହୋଇପାରିବ । ଚର୍ମର ଅବସ୍ଥା ଅନୁଯାୟୀ ଗୁଗୁଲ୍ ଲେନ୍ସ ଆପଣଙ୍କୁ ସୂଚନା ଦେବ ଏବଂ ଏହି ଉପାୟରେ ଆପଣ ଡାକ୍ତରଙ୍କ ପାଖକୁ ଯିବାର ସମୟ ମଧ୍ୟ ଜାଣିପାରିବେ । ଏହାର ଅର୍ଥ ଗୁଗଲ ସ୍କାନ ଚର୍ମର ଅବସ୍ଥାକୁ ଜାଣିବା ସହ ଡାକ୍ତରଙ୍କ ପାଖକୁ ଯିବା ଉଚିତ କି ନୁହେଁ ସେ ବିଷୟରେ ସୂଚନା ଦେବ ।

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

କେମିତି ବ୍ୟବହାର କରିବେ ଗୁଗଲ ଲେନ୍ସ: ଗୁଗୁଲ୍ ଲେନ୍ସ ଆପ ଖୋଲିବା ପରେ ଫଟୋ ଉପରେ କ୍ଲିକ କରନ୍ତୁ । ଏହା ପରେ ସ୍କିନର ଯେଉଁ ସ୍ଥାନରେ ସମସ୍ୟା ରହିଛି ସେହି ସ୍ଥାନକୁ ସ୍କାନରରେ ଦେଖାନ୍ତୁ । ଏହାପରେ ଲେନ୍ସ ଉକ୍ତ ସ୍ଥାନର ବିଭିନ୍ନ ପ୍ରକାର ଫଟୋକୁ ପରଦାରେ ଦେଖାଇବ । ଏହା କେଉଁ ପ୍ରକାର ସମସ୍ୟା ଏବଂ ଉପଚାର ନେଇ ସୂଚନା ଦେବ ।

ଧ୍ୟାନ ଦିଅନ୍ତୁ, କେବଳ ଆପ ଉପରେ ନିର୍ଭର କରନ୍ତୁ ନାହିଁ, ଯଦି ସମସ୍ୟା ଅଧିକ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏହି ଫିଚର ଦିଆଯିବାର କାରଣ ଆପଣ ଘରେ ରହି ସ୍କିନ ବିଷୟରେ ଜାଣପାରିବେ । ଏହାସହ ଡାକ୍ତରଙ୍କ ପରାମର୍ଶ ଦ୍ବାରା ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details