ସାନ ଫ୍ରାନ୍ସିସ୍କୋ: ଆସନ୍ତା ବର୍ଷରୁ ୱିଣ୍ଡୋଜ୍ 7 ଏବଂ ୱିଣ୍ଡୋଜ୍ 8.1 ପାଇଁ ସପୋର୍ଟ ବନ୍ଦ କରିବ ଗୁଗୁଲ୍ । କମ୍ପାନୀ ଏକ ଘୋଷଣାରେ କହିଛି ଯେ, ଏକ ନୂତନ କ୍ରୋମ୍ ଭର୍ସନ୍ ସହ ଆସନ୍ତା ବର୍ଷ ଆରମ୍ଭରେ ୱିଣ୍ଡୋଜ୍ 7 ଏବଂ ୱିଣ୍ଡୋଜ୍ 8.1 ପାଇଁ ସମର୍ଥନ ଶେଷ କରିବ(Google to end support for Windows 7, 8.1 next year) । କ୍ରୋମ୍ 110 ରିଲିଜ୍ ହେବା ପରେ ଟେକ୍ ଜଏଣ୍ଟ ଆନୁଷ୍ଠାନିକ ଭାବରେ ଫେବୃଆରୀ 7, 2023 ରେ ୱିଣ୍ଡୋଜ୍ 7 ଏବଂ ୱିଣ୍ଡୋଜ୍ 8.1 ପାଇଁ ସପୋର୍ଟ ବନ୍ଦ କରିବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।
ଭବିଷ୍ୟତର କ୍ରୋମ୍ ରିଲିଜ୍ ଗ୍ରହଣ କରିବା ପାଇଁ, ଉପଭୋକ୍ତାମାନେ ସେମାନଙ୍କର ଡିଭାଇସ୍ ୱିଣ୍ଡୋଜ୍ 10 ବ୍ୟବହାର କରୁଥିବା ଆବଶ୍ୟକ । ଏହି ଅପରେଟିଂ ସିଷ୍ଟମର ଉପଭୋକ୍ତାମାନଙ୍କ ପାଇଁ କୌଣସି ନୂତନ ଅପଡେଟ୍ ହେବ ନାହିଁ, କିନ୍ତୁ କ୍ରୋମର ପୁରୁଣା ଭର୍ସନଗୁଡ଼ିକ କାର୍ଯ୍ୟ କରିବ । ଯଦି କେହି ତଥାପି ୱିଣ୍ଡୋଜ୍ 7 କିମ୍ବା ୱିଣ୍ଡୋଜ୍ 8.1 ବ୍ୟବହାର କରୁଛନ୍ତି, ତେବେ କ୍ରୋମର ସିକ୍ୟୁରିଟି ଅପଡେଟ୍ସ ଏବଂ ନୂତନ ଫିଚର୍ସ ପାଇବାକୁ ଚାହିଁଲେ ୱିଣ୍ଡୋଜର ଏକ ସପୋର୍ଟେଡ୍ ଭର୍ସନକୁ ଅପଗ୍ରେଡ୍ କରିବାକୁ ପରାମର୍ଶ ଦିଆଯାଇଛି ବୋଲି କମ୍ପାନୀ କହିଛି ।