ଓଡିଶା

odisha

ETV Bharat / science-and-technology

ଗୁଗୁଲ ପ୍ଲେ ଷ୍ଟୋର ଜଣାଇବ ସୁରକ୍ଷିତ ଭିପିଏନ ଆପ୍, ରହିବନି ହ୍ୟାକିଙ୍ଗ ଡର

Google Play Store identify Safe & secure VPN Apps : ବ୍ୟକ୍ତିଗତ ଡାଟା ହ୍ୟାକ ହେବାର ଆଶଙ୍କାରୁ ମିଳିବ ମୁକ୍ତି । ସୁରକ୍ଷିତ ଏବଂ ଭରସାଯୋଗ୍ୟ ଭର୍ଚୁଆଲ ପ୍ରାଇଭେଟ୍‌ ନେଟୱର୍କ (ଭିପିଏନ)କୁ ବ୍ୟବହାର କରିବା ହେବ ଅତି ସହଜ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 14, 2023, 10:36 PM IST

ଗୁଗୁଲ ପ୍ଲେ ଷ୍ଟୋର ଜଣାଇବ ସୁରକ୍ଷିତ ଭିପିଏନ ଆପ୍ , ରହିବନି ହ୍ୟାକିଙ୍ଗ ଡର
ଗୁଗୁଲ ପ୍ଲେ ଷ୍ଟୋର ଜଣାଇବ ସୁରକ୍ଷିତ ଭିପିଏନ ଆପ୍ , ରହିବନି ହ୍ୟାକିଙ୍ଗ ଡର

ସାନ୍ ଫ୍ରାନ୍ସିସ୍କୋ : ଏଣିକି କୌଣସି ପ୍ରକାର ଅସୁରକ୍ଷିତ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ ବା ଭିପିଏନ (VPN) ବ୍ୟବହାରକୁ ରହିବନି ଡର । ବ୍ୟକ୍ତିଗତ ଡାଟା ହ୍ୟାକ ହେବାର ଆଶଙ୍କାରୁ ମିଳିବ ମୁକ୍ତି ଏବଂ ସୁରକ୍ଷିତ ଓ ଭରସାଯୋଗ୍ୟ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ)କୁ ବ୍ୟବହାର କରିବା ହେବ ଅତି ସହଜ । ଗୁଗୁଲ ତରଫରୁ ଏହି ୟୁଜର ଫ୍ରେଣ୍ଡଲି ଉଦ୍ୟମ ଆରମ୍ଭ ହୋଇଛି । ଗୁଗୁଲ ନିଜ ପ୍ଲେ ଷ୍ଟୋରରେ ୟୁଜର୍ସଙ୍କୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ)କୁ ଚିହ୍ନିବାରେ ସାହାଯ୍ୟ କରିବା ପାଇଁ ଏକ ବ୍ୟାନର ଦେଖାଇବ ।

ଏହା ମଧ୍ୟ ପଢନ୍ତୁ ...ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍, ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ

ଗୁଗୁଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଏହି ବ୍ୟାନର, ୟୁଜର୍ସଙ୍କୁ 'ସ୍ବତନ୍ତ୍ର ସୁରକ୍ଷା ସମୀକ୍ଷା' ରୂପକ ବ୍ୟାଜ୍ ସମ୍ପର୍କରେ ଜଣାଇବ ଏବଂ ସ୍ବତନ୍ତ୍ର ଭାବେ ଅଟିଡ୍ ହୋଇଥିବା ଆପ୍‌ଗୁଡିକ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ୟୁଜର୍ସଙ୍କ ପାଇଁ କେଉଁ ଆପ୍ ଗୁଡିକ ସ୍ବତନ୍ତ୍ର ସୁରକ୍ଷା ସମୀକ୍ଷା ଦ୍ବାରା ପରୀକ୍ଷିତ ହୋଇଛି, ତାକୁ ବ୍ୟାନର ଦ୍ବାରା ଚିନ୍ହଟ କରିହେବ ଏବଂ ଏହାର ଆରମ୍ଭ ଭିପିଏନ୍ ଆପ୍ଲିକେସନରୁ ହେବାକୁ ଯାଉଛି । ଏହା ସହ ୟୁଜର୍ସଙ୍କ ପାଇଁ 'ଅଧିକ ଜାଣନ୍ତୁ' ର ଅପସନ ରହିଛି , ଯାହା ତାଙ୍କୁ ଆପ୍ ଭାଲିଡେସନ ଡାଇରେକ୍ଟରୀକୁ ନେଇଯିବ ।

ଏହା ମଧ୍ୟ ପଢନ୍ତୁ ....IIT ମାଡ୍ରାସର ନୂଆ ମୋବାଇଲ୍ ଆପ୍ 'ଅପ୍ଟରୁଟ'; ମିଳିବ ସୁଗମ ଲଜିଷ୍ଟିକ ସେବା

ୟୁଜରମାନେ ଆପ୍ ଭାଲିଡେସନ ଡାଇରେକ୍ଟରୀରେ ଅତିରିକ୍ତ ଟେକ୍ନୋଲୋଜି ମୂଲ୍ୟାଙ୍କନ ବିବରଣୀ ମଧ୍ୟ ପାଇ ପାରିବେ । ଯାହା ଦ୍ବାରା ସେମାନଙ୍କୁ ଭିପିଏନ ଆପ୍‌କୁ ଡାଉନଲୋଡ୍‌ କରିବା, ବ୍ୟବହାର କରିବା ଏବଂ ନିଜ ଡାଟା ଉପରେ ଭରସା କରି ଅଧିକ ସଠିକ ନିର୍ଣ୍ଣୟ ନେବାରେ ସହାୟକ ହେବ ବୋଲି ଗୁଗୁଲ ପ୍ରକାଶ କରିଛି । ଭିପିଏନ (VPN) ସେବା ପ୍ରଦାନକାରୀ ନର୍ଡ ଭିପିଏନ, ଗୁଗୁଲ ୱାନ, ଏକ୍ସପ୍ରେସ ଭିପିଏନ ଏବଂ ଅନ୍ୟାନ୍ୟ ଆପ୍‌ଗୁଡିକ ପୂର୍ବରୁ ସ୍ୱତନ୍ତ୍ର ସୁରକ୍ଷା ସମୀକ୍ଷା ଦ୍ବାରା ପରୀକ୍ଷିତ ହୋଇ ସାରିଛି ଏବଂ ସାର୍ବଜନିକ ରୂପେ ବ୍ୟାଜ୍ ଘୋଷିତ ହୋଇ ସାରିଛି । ଅତିରିକ୍ତ ଅନ୍ୟ ଭିପିଏନ ଆପ୍ ଡେଭେଲପରମାନେ ସ୍ବତନ୍ତ୍ର ସୁରକ୍ଷା ସମୀକ୍ଷାର ପରୀକ୍ଷା ପ୍ରକ୍ରିୟାରେ ସାମିଲ୍ ହେବେ ବୋଲି ଗୁଗୁଲ ଆଶା ପ୍ରକଟ କରିଛି । ସୂଚନା ଯୋଗ୍ୟ ଯେ ଭିପିଏନ (VPN) ଆପ୍ ଜରିଆରେ ବିଭିନ୍ନ ନିଷିଦ୍ଧ ୱେବସାଇଟକୁ ସହଜରେ ବ୍ୟବହାର କରିହୁଏ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details