ଓଡିଶା

odisha

Google Pixel 8 ସିରିଜର ପ୍ରିବୁକିଂ ଆରମ୍ଭ, ଲଞ୍ଚ ହେବା ମାତ୍ରେ କମ୍ପାନୀ ଲଗାଇଲା ରିହାତି

By ETV Bharat Odisha Team

Published : Oct 5, 2023, 3:17 PM IST

ଲଞ୍ଚ ହେବା ପରେ ଆରମ୍ଭ ହେଲା Google Pixel 8 ସିରିଜର ପ୍ରି ବୁକିଂ । ଏମିତି କିଣିଲେ ମିଳିବ ଅଧିକ ଡିସକାଉଣ୍ଟ

google pixel 8 phones
google pixel 8 phones

ହାଇଦ୍ରାବାଦ: ଗୁଗଲ ପକ୍ଷରୁ ଲଞ୍ଚ କରାଯାଇଛି ପିକ୍ସେଲ 8 ଏବଂ 8 ପ୍ରୋ । ତେବେ ଲଞ୍ଚ ହେବା ପରେ ପରେ ହିଁ ଏହାର ପ୍ରି ବୁକିଂ ଆରମ୍ଭ ହୋଇସାରିଛି । ଇ-କମର୍ସ ସାଇଟ ଫ୍ଲିପକାର୍ଡରେ ଏହାର ପ୍ରିବୁକିଂ ଆରମ୍ଭ ହୋଇସାରିଛି । ତେବେ ଏହା ଫୋନରେ ଜମଦାର ବ୍ୟାଙ୍କ ଡିସକାଉଣ୍ଟ ସହିତ ବ୍ୟାଙ୍କ ଅଫର ମଧ୍ୟ ରହିଛି ।

ସୂଚନାଅନୁସାରେ, ଏକାସଙ୍ଗେ ପିକ୍ସେଲ 8 ଏବଂ 8 ପ୍ରୋ କିଣିଲେ 39 ହଜାର 990 ଟଙ୍କାର Pixel Watch କେବଳ 19 ହଜାର 999 ଟଙ୍କା ଏବଂ 19 ହଜାର 990 ଟଙ୍କାର Pixel Buds Pro କେବଳ 8 ହଜାର 999 ଟଙ୍କାରେ କିଣିବାର ମୌକା ମିଳିବ। ତେବେ ଜାଣନ୍ତୁ Pixel 8 ଏବଂ Pixel 8 Proର ଦାମ ଏବଂ ଅଫର ।

Pixel 8 ଏବଂ Pixel 8 Proର ଦାମ: ଗୁଗଲ ପିକ୍ସଲ 8କୁ କମ୍ପାନୀ 8/128GB ଏବଂ 8/256GB ଭେରିଏଣ୍ଟରେ ଲଞ୍ଚ କରିଛି । ଫୋନର ମୂଲ୍ୟ 75 ହଜାର 999 ଟଙ୍କାରୁ ଆରମ୍ଭ ହେଉଛି । ଅନ୍ୟପଟେ ଗୁଲ ପିକ୍ସଲ ପ୍ରୋକୁ କମ୍ପାନୀ 12/256GB ଏବଂ 12/512GB ଷ୍ଟୋରେଜ ଭେରିଏଣ୍ଟରେ ଲଞ୍ଚ କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ 1 ଲକ୍ଷ 6 ହଦାର 999 ଟଙ୍କା ରହିଛି ।

Pixel 8 ଏବଂ Pixel 8 Proର ଅଫର: ଯଦି ଆପଣ ଫ୍ଲିପକାର୍ଡରେ ଏହି ଫୋନର ପ୍ରିବୁକିଂ କରୁଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଡିସକାଉଣ୍ଟ ସହିତ ଆଡିସନାଲ ଏକ୍ସଚେଞ୍ଜ ଅଫର ମିଳିବ । Pixel 8ରେ 8000 ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ଏବଂ 3000 ଟଙ୍କା ପର୍ଯ୍ଯନ୍ତ ଏକ୍ସଚେଞ୍ଜ ଅଫର ମିଳିବ । ଅନ୍ୟପଟେ ଯଦି Pixel 8 Pro କଥା ଦେଖିବା ତେବେ ଏଥିରେ 9000 ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ଏବଂ 4000 ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମିଳିବ । ତେବେ କହିରଖୁଛୁ କି ଏହି ଅଫର କେବଳ ICICI ଏବଂ Axis ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ କାର୍ଡ ପାଇଁ ଉପଲବ୍ଧ ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଆସୁଛି ଖୁସିର ଦିନ, ୟୁଜର୍ସଙ୍କ ମନ କିଣିବ ଏହି ଫିଚରଫୁଲ୍‌ ସ୍ମାର୍ଟଫୋନ୍‌

Pixel 8 ଏବଂ Pixel 8 Proର ସ୍ପେସ: ସ୍ପେସିଫିକେସନ କଥା ଦେଖିବା ପିକ୍ସେଲ 8ରେ 120Hz ରିଫ୍ରେସ ରେଟ ସହିତ 6.2 ଇଞ୍ଚର Actua ଡିସପ୍ଲେ ରହିଛି । ଏଥିରେ 2000 ନିଟ୍ସର ପିକ ବ୍ରାଇଟନେସ ରହିଛି । ଅନ୍ୟପଟେ ପିକ୍ସେଲ 8 ପ୍ରୋରେ 120Hz ରିଫ୍ରେସ ରେଟ ସହିତ 6.7 ଇଞ୍ଚର Super Actua ଡିସପ୍ଲେ ରହିଛି । ଏଥିରେ 2400 ନିଟ୍ସର ପିକ ବ୍ରାଇଟନେସ ରହିଛି । ଏହି ଦୁଇଟି ସ୍ମାର୍ଟଫୋନ ଗୁଗଲର ଇନହାଉସ Tensor G3 ଚିପସେଟରେ କାମ କରେ।

ଫଟୋଗ୍ରାଫି ପାଇଁ ପିକ୍ସେଲ 8ରେ ଡୁଆଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 50MP ପ୍ରାଇମେରୀ କ୍ୟାମେରା ଏବଂ 12MP ଅଲଟ୍ରାବ୍ରାଇଟ କ୍ୟାମେରା ରହିଛି । ଫ୍ରଣ୍ଟରେ 10.5 MPର ଫ୍ରଣ୍ଟ କ୍ୟାମେରା ରହିଛି । ଅନ୍ୟପଟେ ପିକ୍ସେଲ 8 ପ୍ରୋରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 48MP ଅଲଟ୍ରାଓ୍ବାଇଡ, 50MP ଓ୍ବାଇଡ ଲେନ୍ସ ଏବଂ 48MPର ଟେଲିଫଟୋ ଲେନ୍ସ 5X ଅପ୍ଟିକାଲ ଜୁମ କରିବାର ସୁବିଧା ରହିଛି। ଫ୍ରଣ୍ଟରେ 10.5MPର କ୍ୟାମେରା ରହିଛି। ତେବେ ପ୍ରୋ ମଡେଲରେ ଏକ ଟେମ୍ପ୍ରେଚର ସ୍ପେନ୍ସର ମିଳିଥାଏ। ଯାହା ସାହାଯ୍ୟରେ ଆପଣ ନିଜ ଶରୀରର ତାପମାତ୍ରା ମଧ୍ୟ ମାପି ପାରିବେ।

ABOUT THE AUTHOR

...view details