ଓଡିଶା

odisha

ETV Bharat / science-and-technology

Google New Feature: ଜିବୋର୍ଡରେ ଯୋଡି ହେଲା ପ୍ରୁଫରିଡ ଫିଚର, ଏହା ମିଳିବ ଫାଇଦା - ଗୁଗୁଲ ଜିବୋର୍ଡ

ଗୁଗଲ ପକ୍ଷରୁ ଜିବୋର୍ଡରେ AI Powered ପ୍ରୁଫରିଡ ଫିଚର ଯୋଡିଛି । ଯାହା ୟୁଜର୍ସଙ୍କ ଗ୍ରାମାର ତ୍ରୁଟିକୁ ଯାଞ୍ଚ କରିବ । ଅଧିକ ପଢ଼ନ୍ତୁ

Google new feature
Google new feature

By ETV Bharat Odisha Team

Published : Sep 11, 2023, 3:33 PM IST

ହାଇଦ୍ରାବାଦ:ଏଣିକି ଆଉ ହେବନି 'ଟାଇପିଂ ମିଷ୍ଟେକ୍‌'। ଗୁଗୁଲ ପକ୍ଷରୁ ରୋଲଆଉଟ ହେଲା ନୂଆ ଫିଚର । ବିରାମ ଚିହ୍ନ ସମେତ ସମସ୍ତ ବ୍ୟାକରଣଗତ ତ୍ରୁଟିକୁ ସୁଧାରିବ ଗୁଗୁଲ । ଗୁଗୁଲ ବିଟା ୟୁଜର୍ସଙ୍କ ପାଇଁ ଜିବୋର୍ଡରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସଞ୍ଚାଳିତ ପ୍ରୁଫ୍‌ ରିଡ୍‌ ଫିଚର ରୋଲ୍‌ଆଉଟ୍‌ କରିଛି । ଏନେଇ 9to5 Google ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ, ଜିବୋର୍ଡ ଭର୍ଜନ 13.4ରେ କିବୋର୍ଡ ଟୁଲବାରରେ ପ୍ରୁଫରିଡ ଅପ୍ସନ ଦେଖାଯାଉଛି । ଯାହା ବର୍ତ୍ତମାନ ଆଣ୍ଡ୍ରୋଏଡ୍‌ ବିଟାରେ ଉପଲବ୍ଧ ରହିଛି । ତେବେ ଏହି ଫିଚର ଦ୍ବାରା ଗ୍ରାମାର ତ୍ରୁଟି ସୁଧାରିବା ପାଇଁ ଅପ୍ସନ ମିଳିଥାଏ । ଏହା ସମସ୍ତ ଜେନେରେଟିଭ୍ AI ଦ୍ୱାରା ଚାଳିତ ହେଉଥିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: WhatsApp Group Chat Filter: ଫିଲ୍ଟର ଗ୍ରୁପ ଚାଟ୍‌ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ୍‌, ଚାଟ ଉପରେ ରହିବ ନିୟନ୍ତ୍ରଣ

ଏହି ଫିଚର ପିକ୍ସେଲ ଫୋଲ୍ଡରେ ଗୁଗୁଲର ଜେନେରେଟିଭ୍ AI ସିମ୍ବଲ ସହିତ 'ଫିକ୍ସ ଇଟ୍‌' ଭାବେ ଦେଖାଯିବ । ଯଦି ଆପଣ ଏହି ଫିଚରକୁ ଏନାବେଲ କରୁଛନ୍ତି ତେବେ ଟେକ୍ସ ପ୍ରେସେସିଂ ପାଇଁ ଗୁଗଲକୁ ପଠାଯିବ । ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ଟେକ୍ସଟକୁ ପ୍ରୁଫ୍‌ ରିଡ୍‌ କରାଯାଇଛି ତାହାକୁ ଗୁଗୁଲକୁ ପଠାଯିବ ଏହାପରେ ବ୍ୟାକାରଣ ତ୍ରୁଟି ପରୀକ୍ଷା କରିବା ପାଇଁ ପ୍ରୋସେସ୍‌ କରାଯିବ । ଏହାପରେ ୟୁଜର୍ସ ଭୁଲ ଲେଖିଥିବା ବ୍ୟାକାରଣର ତ୍ରୁଟିକୁ ଠିକ ଭାବେ ସୁଧରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ: WhatsApp Update: ଇନଷ୍ଟାଣ୍ଟ ଭିଡିଓ ମେସେଜରେ ମିଳିବ ଏହି ଅପ୍ସନ, ଏମିତି କରିପାରିବେ ଅନ-ଅଫ

ଜିବୋର୍ଡ ଟୁଲ୍ ବାର୍ ରେ ପ୍ରୁଫ୍‌ ରିଡ୍‌ ଅପ୍ସନକୁ କ୍ଲିକ୍‌ କରିବା ଦ୍ବାରା ଟେକ୍ସଟକୁ ପ୍ରୋସେସ କରାଯିବ। ଏହାପରେ ବିରାମ ଚିହ୍ନଠାରୁ ଆରମ୍ଭ କରି ବ୍ୟାକାରଣ ଗତ ତ୍ରୁଟି ପର୍ଯ୍ୟନ୍ତର ସମସ୍ତ ଭୁଲକୁ ସୁଧାରିବା ପାଇଁ ପରାମର୍ଶ ଦିଆଯିବ। ରିପୋର୍ଟରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ପରାମର୍ଶ ସହିତ ଏକ ଫିକ୍ସ ଇଟ ବଟନ୍ ଦେଖାଯିବ ଏବଂ ଏହାକୁ କ୍ଲିକ୍ କରିବା ସମୟରେ ତ୍ରୁଟିଗୁଡ଼ିକ ସ୍ୱୟଂଚାଳିତ ଭାବରେ ସମାଧାନ ହେବ । ଅର୍ଥାତ ଫିକ୍ସ ଇଟ୍‌ ଅପ୍ସନ କ୍ଲିକ କରିବା ମାତ୍ରେ ତ୍ରୁଟିର ସମାଧାନ ହୋଇପାରିବ । ଏହା ବ୍ୟତୀତ ଗୁଗୁଲ ନିଜର ଆଣ୍ଡ୍ରଏଡ୍ ବ୍ରାଣ୍ଡକୁ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି। ଏଥିରେ ସମସ୍ତ ଲୋୟର କେସ୍ ଅକ୍ଷର(Small letter) ବଦଳରେ କ୍ୟାପିଟାଲ୍ A ସହିତ ଆଣ୍ଡ୍ରଏଡ୍ ଗ୍ରହଣ କରାଯାଇଛି । କମ୍ପାନୀ ଏକ ବୃହତ କରି ଆଣ୍ଡ୍ରଏଡ୍ ଲୋଗୋକୁ ଉନ୍ନତ କରୁଥିବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details