ଓଡିଶା

odisha

ETV Bharat / science-and-technology

Google Meet Feature: ଏଣିକି କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ୍ ପିକ୍ ସେଟ୍ କରିପାରିବେ ଗ୍ରୁପ୍ ଆଡମିନ୍

ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟେକ୍ ଜିଆଣ୍ଟ ଗୁଗୁଲ୍ ଆଣିବାକୁ ଯାଉଛି ଆଉ ଏକ ଫିଚର୍ସ । ଏଣିକି ଗୁଗୁଲ୍‌ ମିଟ୍‌ରେ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ୍ ପିକ୍ ସେଟ୍ କରାଯାଇ ପାରିବ । ଅଧିକ ପଢନ୍ତୁ

By

Published : Mar 16, 2023, 4:47 PM IST

Google Meet
Google Meet

ୱାଶିଂଟନ୍: କାର୍ଯ୍ୟକ୍ଷେତ୍ରରେ ଦିନକୁ ଦିନ ବଢୁଛି ଗୁଗଲ୍‌ ମିଟ୍‌ର ଉପଯୋଗିତା । କାର୍ଯ୍ୟଭାରକୁ ସରଳ ଓ ସୁବିଧାଜନକ କରିବାରେ ଗୁଗୁଲ୍‌ ମିଟ୍ ପ୍ରମୁଖ ଭୂମିକା ନିଭାଉଥିବାରୁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟେକ୍ ଜିଆଣ୍ଟ ଗୁଗୁଲ୍ ସର୍ବଦା ନୂଆନୂଆ ଫିଚର୍ସ ଆଣିଥାଏ । ଏଥର ମଧ୍ୟ କମ୍ପାନୀ ଏକ ଆକର୍ଷଣୀୟ ଫିଚର ଘୋଷଣା କରିଛି । କମ୍ପାନୀର ଭିଡିଓ-ଯୋଗାଯୋଗ ସେବା "ଗୁଗୁଲ୍ ମିଟ୍"ରେ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ୍ ପିକ୍ ସେଟ୍‌ କରିପାରିବେ ୟୁଜର୍ସ ଆଡମିନ୍‌ । ଏହି ସୁବିଧା ମାଧ୍ୟମରେ ଗ୍ରୁପ୍ କଲ୍ ଆଡମିନ୍ ସେମାନଙ୍କ ୟୁଜର୍ସଙ୍କ ପାଇଁ କଷ୍ଟମ୍ ବ୍ୟାକଗ୍ରାଉଣ୍ଡ୍ ପିକ୍‌ ପ୍ରଦାନ କରିପାରିବେ ।

ୱାର୍କସ୍ପେସ୍ ଅପଡେଟ୍ସ ଏକ ବ୍ଲଗ୍ ପୋଷ୍ଟରେ ଟେକ୍ ଜିଆଣ୍ଟ୍ ଗୁଗୁଲ୍ କହିଛି ଯେ, "ଆମେ ଆମର ବ୍ୟବହାରକାରୀଙ୍କଠାରୁ ଶୁଣିଛୁ ଯେ ବ୍ୟାକ୍‌ଗ୍ରାଉଣ୍ଡ୍ ଇମେଜ୍ ରହିଲେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିଡିଓ କଲ୍ ମିଟିଂରେ ସୁବିଧାଜନକ ହୋଇପାରିବ ।" ଏହି ନୂତନ ଫିଚର୍ସ ମାଧ୍ୟମରେ, ଆଡମିନ୍‌ମାନେ ଗୁଗୁଲ୍ ମିଟ୍‌ରେ 'ବ୍ୟାକଗ୍ରାଉଣ୍ଡ୍ ରିପ୍ଲେସ୍' ଫିଚର୍ସ ପାଇଁ ପ୍ରତିଛବିଗୁଡ଼ିକର ଏକ ସେଟ୍ ପ୍ରଦାନ କରିପାରିବେ । ଏହା ଉପଭୋକ୍ତାମାନଙ୍କୁ ସହଜରେ ଏକ ଇମେଜ୍ ବାଛିବା ପାଇଁ ଅନୁମତି ଦେବ, ଯାହାକି ସେମାନଙ୍କ କମ୍ପାନୀର ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଏବଂ ଶୈଳୀକୁ ସଠିକ୍ ଭାବରେ ପ୍ରତିନିଧିତ୍ୱ କରୁଥିବ ।

ଏହା ମଧ୍ୟ ପଢନ୍ତୁ:-Google AI Features: ଏହି ସବୁ ପ୍ଲାଟ୍‌ଫର୍ମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣିବ ଗୁଗୁଲ୍

କମ୍ପାନୀ କହିଛି ଯେ, ଏହି ସୁବିଧା ଆସିବା ପରେ କମ୍ପାନୀର ଗ୍ରୁପ୍ ମିଟିଂରେ ଅନ୍ୟ କେଉଁ ସଂସ୍ଥାର କର୍ମଚାରୀ ଯୋଗ ଦେଇଛନ୍ତି କି ନାହିଁ ଜାଣିପାରିବେ । କାରଣ ଉପଭୋକ୍ତାମାନେ ସେମାନଙ୍କର ମିଟିଂ ସ୍କ୍ରିନର ଉପର ବାମପଟ କୋଣରେ ଏକ ଲେବଲ୍ ଦେଖିବେ । ଏହି ଲେବଲ୍ ଦର୍ଶାଏ ଯେ, ମିଟିଂ ହୋଷ୍ଟର ଡୋମେନ୍ ପାଇଁ ବାହ୍ୟ ଅଂଶଗ୍ରହଣକାରୀମାନେ ଏଥିରେ ଯୋଗ ଦେଇଛନ୍ତି । ତେବେ କହି ରଖୁଛୁ ଯେ, ଗତ ମାସରେ ଟେକ୍ ଜିଆଣ୍ଟ ଉଭୟ iOS ଏବଂ ଆଣ୍ଡ୍ରଏଡ୍ ମୋବାଇଲରେ ୟୁଜର୍ସଙ୍କ ପାଇଁ ଅନେକ ନୂତନ 360-ଡ଼ିଗ୍ରୀ ଭିଡିଓ ବ୍ୟାକ୍‌ଗ୍ରାଉଣ୍ଡ୍ ଫର୍ ମିଟ୍ ଲଞ୍ଚ କରିଥିଲା ।

ଅନ୍ୟପଟେ ଗୁଗୁଲ୍‌ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଉପରେ ଅଧିକ ଫୋକସ୍‌ କରୁଛି । ଚାଟ୍‌ ଜିପିଟି ସହ ପ୍ରତିଯୋଗିତା ପାଇଁ କମ୍ପାନୀ ଅଧିକ କାମ କରୁଛି । ଦୁଇ ଦିନ ତଳେ ଗୁଗୁଲ୍ ଏହାର ବିଭିନ୍ନ ପ୍ଲାଟଫର୍ମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣିବାକୁ ଯାଉଛି ବୋଲି ଘୋଷଣା କରିଛି । ଡକସ୍, ଜିମେଲ୍, ସିଟ୍ସ, ସ୍ଲାଇଡ୍, ମିଟ୍ ଏବଂ ଚାଟ୍ ଆଦି ପ୍ଲାଟଫର୍ମରେ ଏହି ସୁବିଧା ରହିବ ।

ABOUT THE AUTHOR

...view details