ନୂଆଦିଲ୍ଲୀ: ଗୁଗୁଲ୍ ମିଟ୍ରେ ଭିଡିଓ କଲିଂକୁ ସୁବିଧାଜନକ କରିବା ପାଇଁ ଟେକ୍ ଜଏଣ୍ଟ ଗୁଗୁଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର୍ସ(Google meet new feature) ଘୋଷଣା କରିଛି । ଏହି ନୂତନ ଫିଚର୍ସ ମାଧ୍ୟମରେ ଜଣେ ଉପଭୋକ୍ତା, ସଭାରେ ଯୋଗଦେବା ପୂର୍ବରୁ, ମିଟ୍ ସ୍ୱୟଂଚାଳିତ ଭାବରେ ଭିଡିଓକୁ ଫ୍ରେମ୍ କରିପାରିବ, ଯେପରିକି ସମସ୍ତେ ସମାନ ଭାବରେ ଦୃଶ୍ୟମାନ ହେବେ(Google Meet to automatically zoom in on your face) । ଏନେଇ କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛି ।
ଏହାଦ୍ବାରା ସଭାରେ ଆଲୋଚନା ହେଉଥିବା ବିଷୟବସ୍ତୁରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ ବୋଲି କମ୍ପାନୀ କହିଛି, କାରଣ ଏହି ସ୍ୱୟଂଚାଳିତ ଫ୍ରେମ୍ କେବଳ ଥରେ ମାତ୍ର କାମ କରିବ । କିନ୍ତୁ ଭିଡିଓଟି ଯେକୌଣସି ସମୟରେ ମାନୁଆଲରେ ରିଫ୍ରେମ ହୋଇପାରିବ । ଏହି ଫିଚର୍ସରେ କୌଣସି ଆଡମିନି ନିୟନ୍ତ୍ରଣ ନାହିଁ ।