ଓଡିଶା

odisha

ETV Bharat / science-and-technology

ନୂଆବର୍ଷରୁ ଗୁଗଲ ମ୍ୟାପର ନୂଆ ଫିଚର, ଭାରତୀୟଙ୍କୁ ମିଳିବ ଫାଇଦା

Google Address Descriptor Service: ନୂଆ ବର୍ଷରେ ଗୁଗଲ ମ୍ୟାପ ୟୁଜର୍ସଙ୍କୁ ମିଳିବ ନୂଆ ଫିଚର । ଭାରତରେ ଗୁଗଲ ମ୍ୟାପ ଏଭଳି ଏକ ଫିଚର ରୋଲଆଉଟ କରିବାକୁ ଯାଉଛି ଯାହା ଦ୍ବାରା ଅତି ସହଜରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ୟୁଜର୍ସ। ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 20, 2023, 5:45 PM IST

Google Address Descriptor Service:
Google Address Descriptor Service:

ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ମୋବାଇଲର ବ୍ୟବହାର ବୃଦ୍ଧି ପାଇଛି । ସମସ୍ତ କାମରେ ଲୋକେ ମୋବାଇଲକୁ ଖୋଜି ଥାଆନ୍ତି । କୌଣସି ଏକ ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ସମସ୍ତେ ଗୁଗଲ ମ୍ୟାପର ବ୍ୟବହାର କରିଥାଆନ୍ତି । ଗନ୍ତବ୍ୟସ୍ଥଳ ଆଉ କେତେ ଦୂର ଜାଣିବା ପାଇଁ ଗୁଗଲ ମ୍ୟାପର ଆବଶ୍ୟକତା ପଡିଥାଏ । ଅଧିକ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ଗୁଗଲ ମ୍ୟାପ ଏକ ମୁଖ୍ୟ ଫିଚର ଅଟେ । ଗୁଗଲ ମଧ୍ୟ ସମୟର ବ୍ୟବଧାନରେ ନୂଆ ନୂଆ ଫିଚର ଯୋଡି ୟୁଜର ଅଭିଜ୍ଞତା ବୃଦ୍ଧି କରିଥାଏ। ତେବେ ନୂଆ ବର୍ଷରେ ୟୁଜର୍ସଙ୍କୁ ମିଳିବ ନୂଆ ଫିଚର। ଯାହା ଦ୍ବାରା କି ଯାତ୍ରା କରିବା ଆହୁରି ସହଜ ହେବ। ନୂଆ ବର୍ଷର ଆରମ୍ଭରେ ଗୁଗଲ ଆଡ୍ରେସ ଡେସକ୍ରିପ୍ଟର ସର୍ଭିସ ଲଞ୍ଚ କରିବା ନେଇ ସୂଚନା ଦେଇଛି।

ତେବେ ଏହି ଫିଚର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସୁବିଧା ପ୍ରଦାନ କରାଯିବା ନେଇ ଆଶା କରାଯାଉଛି । ତେବେ ନୂଆ ବର୍ଷ ଆରମ୍ଭରୁ ହିଁ ଏହି ଫିଚର ରୋଲଆଉଟ ହେବ ବୋଲି ଚର୍ଚ୍ଚା ହେଉଛି। ମ୍ୟାପର ବ୍ୟବହାର କରୁଥିବା ବ୍ୟକ୍ତି ଦ୍ବାରା ସେୟାର କରାଯାଇଥିବା ଲୋକେସନର ନିକଟତମ ଲ୍ୟାଣ୍ଡମାର୍କ ଏବଂ ସେଠାରୁ ଲ୍ୟାଣ୍ଡମାର୍କର ଦିଗ ମଧ୍ୟ ଜାଣି ହେବ । ଯେଉଁମାନେ ଗନ୍ତବ୍ୟସ୍ଥଳକୁ ଠିକ ଭାବେ ଜାଣିନଥିଲେ ସେହି ୟୁଜର୍ସ ଏହି ଫିଚର ଦ୍ବାରା ଅଧିକ ଉପକୃତ ହେବେ ବୋଲି କୁହାଯାଇଛି। ଏଣିକି ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ରାସ୍ତା ବିଷୟରେ ନଜାଣି ମଧ୍ଯ ପହଞ୍ଚିବାରେ କୌଣସି ସମସ୍ଯା ହେବ ନାହିଁ। ଲ୍ୟାଣ୍ଡମାର୍କର ନିକଟତମ ସ୍ଥାନ ବିଷୟରେ ଅବଗତ ରହିଥିଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆହୁରି ସୁବିଧା ହେବ।

ଏହା ମଧ୍ୟ ପଢନ୍ତୁ: ଗୁଗଲ ମ୍ୟାପରେ ଆସିବ 5 ନୂଆ ଫିଚର, ମିଳିବ AI ଅପଗ୍ରେଡ ସୁବିଧା

ତେବେ ଏନେଇ ଗୁଗଲ ମ୍ୟାପର ଓ୍ବାଇଡ ପ୍ରେସିଡେଣ୍ଟ ତଥା ଜେନେରାଲ ମ୍ୟାନେଜର ମିରିୟମ ଡୋନିୟଲ କହିଛନ୍ତି, ଏହି ସେବା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ କରିବାକୁ ଯାଉଛି । ଏହା ଭାରତୀୟଙ୍କ ପାଇଁ ବେଶେଷ ଉପଯୋଗୀ ହେବ । କାରଣ ଭାରତରେ ଅନେକ ସ୍ଥାନର ସଠିକ ଠିକଣା ଉପଲବ୍ଧ ନଥାଏ । ଉଦାହରଣ ସ୍ବରୂପ ଯଦି କୌଣସି ୟୁଜର୍ସ କୌଣସି ଏକ ସ୍ଥାନକୁ ବସଷ୍ଟାଣ୍ଡ ପାଖରେ ରହିଥିବା ରେସ୍ତୋରାଁ ବିଷୟରେ କହିବ, ତାହେଲେ ମ୍ୟାପ ଉକ୍ତ ରେସ୍ତୋରାଁର ନିକଟତମ ବସଷ୍ଟାଣ୍ଡ ଚିହ୍ନଟ କରିବ ଏବଂ ଏହା ଠାରୁ ରେସ୍ତୋରାଁର ଦିଗ ଦେଖାଇବ ।

ପ୍ରକାଶଥାଉକି, ଗତ କିଛି ଦିନ ପୂର୍ବରୁ ଗୁଗଲ ମ୍ୟାପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅପଗ୍ରେଡ ସୁବିଧା ମିଳିବା ନେଇ ଘୋଷଣା କରାଯାଇଥିଲା। ଏହି ଫିଚର ସାହାଯ୍ୟରେ ଏଆଇ ଦ୍ୱାରା କ୍ୟାମେରା ଭ୍ୟୁରେ ବସ୍ତୁ ଏବଂ ସ୍ଥାନ, ଯେପରିକି ଏଟିଏମ୍‌, ଟ୍ରାଞ୍ଜିଟ୍ ଷ୍ଟେସନ୍, ରେସ୍ତୋରାଁ, କଫି ଦୋକାନ ଖୋଜିବାରେ ସହାୟକ ହେବ ।

ABOUT THE AUTHOR

...view details