ହାଇଦ୍ରାବାଦ:ଦେଶର ନାମ ଇଣ୍ଡିଆ ବଦଳରେ ଭାରତ ହେବା ନେଇ ସରକାରଙ୍କ ପ୍ରସ୍ତୁତି ଜାରି ରହିଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ରାଜନୈତିକ ହଟଚମଟ ଦେଖାଯାଉଥିବା ବେଳେ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦେଶର ଇଂରାଜୀ ନାମ ଇଣ୍ଡିଆରୁ ଭାରତ କରାଯାଇ ନାହିଁ । ବାଦବିବାଦ ଭିତରେ ଗୁଗଲ ଇଣ୍ଡିଆର ନାମ ପରିବର୍ତ୍ତନକୁ ସ୍ବୀକୃତି ଦେଲା ଭଳି ଜଣାପଡୁଛି । ଗୁଗଲ ମ୍ୟାପ୍ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କଲେ ଦକ୍ଷିଣ ଏସିଆର ଏକ ଦେଶ ଦେଖିପାରିବେ । ଏହାସହ ଭାରତର ତ୍ରିରଙ୍ଗା ପତାକା ଡିଜିଟାଲ କୋଡ୍ ମଧ୍ୟ ଡିସ୍ପ୍ଲେ' ହେଉଥିବା ନଜର ଆସିଛି ।
କହିରଖୁଛୁ କୁ, ଗୁଗଲ ମ୍ୟାପରେ ଆପଣ ଯେକୌଣସି ଭାଷାରେ ସର୍ଚ୍ଚ କଲେ ମଧ୍ୟ କୌଣସି ତଫାତ ଦେଖାଯିବ ନାହିଁ । ଯଦି ୟୁଜର୍ସ ହିନ୍ଦୀ କିମ୍ବା ଇଂରାଜୀରେ ଇଣ୍ଡିଆ ଲେଖନ୍ତି ତେବେ ସର୍ଚ୍ଚ ରେଜଲ୍ଟରେ ଭାରତ ଦେଖାଯାଉଛି । ଗୁଗଲ ମ୍ୟାପ୍ ଭାରତ ଏବଂ ଇଣ୍ଡିଆକୁ ଦକ୍ଷିଣ ଏସିଆର ଏକ ଦେଶ ଭାବରେ ସ୍ୱୀକୃତି ଦେଇଛି। ତେଣୁ ଯଦି ୟୁଜର୍ସ ଗୁଗୁଲ୍ ମାନଚିତ୍ରରେ କିମ୍ବା ମ୍ୟାପ୍ରେ ଭାରତର ନକ୍ସା ଦେଖିବାକୁ ଚାହାଁନ୍ତି, ମ୍ୟାପ୍ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରି ଦେଖିପାରିବେ । ତେବେ ବିଶେଷ ଭାବେ ବର୍ତ୍ତମାନ ସୁଦ୍ଧା ଗୁଗଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।