ହାଇଦ୍ରାବାଦ: ଗୁଗଲ ନିଜର ୟୁଜର୍ସଙ୍କୁ ଗୁଗଲ ମ୍ୟାପ୍ ଜରିଆରେ ଅନେକ ପ୍ରକାର ସର୍ଭିସ ପ୍ରଦାନ କରିଥାଏ । ଗୁଗଲ ମ୍ୟାପ୍ ହେଉଛି ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ନେଭିଗେସନ୍ ଆପ୍ । ତେବେ ୟୁଜର୍ସଙ୍କୁ ଉନ୍ନତ ସେବା ପହଞ୍ଚାଇବା ପାଇଁ ବା ୟୁଜର ଏକ୍ସପେରିୟେନ୍ସ ବୃଦ୍ଧି କରିବା ପାଇଁ ସମୟ ସମୟରେ ଆପ ଅନେକ ପ୍ରକାର ଫିଚର ରୋଲଆଉଟ କରିଥାଏ । ଏହି ଆପ୍ ଜରିଆରେ ଲୋକେସନ ସର୍ଚ୍ଚ(ସ୍ଥାନର ସନ୍ଧାନ), ମାର୍ଗ, କରେଣ୍ଟ ଲୋକେସନ(ସାମ୍ପ୍ରତିକ ଅବସ୍ଥା), ଅନ୍ ଡିଭାଇସ୍ ଲୋକେସନ୍ ହିଷ୍ଟ୍ରି ଏବଂ ଟାଇମଲାଇନ କ୍ରିଏସନ ଭଳି ଅନେକ ସୁବିଧା ପାଇଥାଆନ୍ତି ୟୁଜର୍ସ। ଏହାରି ଭିତରେ ଟେକ ଜିଆଣ୍ଟ ଗୁଗଲ ୟୁଜର୍ସଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ନୂଆ 5ଟି ଫିଚର ଯୋଡିବା ନେଇ ଘୋଷଣା କରିଛି । ଗୁଗଲ ମ୍ୟାପ୍ରେ ଏଆଇ ଅପଗ୍ରେଡ୍ ହେବା ନେଇ ଘୋଷଣା କରାଯାଇଛି ।
ଏଆଇ ଜରିଆରେ ଉନ୍ନତ ହେବ ଗୁଗଲ ମ୍ୟାପ୍ ନାଭିଗେସନ: ଗୁଗୁଲ୍ ମ୍ୟାପ୍ ନେଭିଗେସନକୁ ବିକଳ୍ପ ମାର୍ଗ ପରାମର୍ଶ ଏବଂ ଟ୍ରାଫିକରୁ ବର୍ତ୍ତାଇବା ପାଇଁ ଆପରେ ଏଆଇ ଅପଗ୍ରେଡ ସୁବିଧା ମିଳିବ। ଏହା ଦ୍ବାରା ବାହାରକୁ ଯିବା ସମୟରେ କିମ୍ବା ରାସ୍ତାରେ ମୋଡ ସମୟରେ କେଉଁ ଲେନରେ ଯିବାକୁ ହେବ କିମ୍ବା ମୋଡ ପୂର୍ବରୁ ରାସ୍ତା କିଭଳି ଦେଖାଯିବ ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିବ ଗୁଗଲ ମ୍ୟାପ। ଏହାସହିତ ରାସ୍ତାର ସ୍ଥିତି ଏବଂ ଯାତାୟତ ଉପରେ ରିୟଲ ଟାଇମ ଅପଡେଟ ମଧ୍ୟ ପାଇବେ ୟୁଜର୍ସ। ଏହା ଦ୍ବାରା ଜଣେ ସୁଗମ ପଥ ବାଛିବାରେ ସକ୍ଷମ ହେବ। ଯଦି କମ ସମୟରେ ଗନ୍ତବସ୍ଥଳକୁ ପହଞ୍ଚିବାକୁ ହେବ ସହାୟକ ହେବ ଗୁଗଲ ମ୍ୟାପ ।
ଗୁଗଲ ମ୍ୟାପ ସର୍ଚ୍ଚ ଫିଚର: ଆପ୍ରେ ଖୁବଶୀଘ୍ର ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି । ଏହାର ନାମ ଗୁଗଲ ମ୍ୟାପ୍ ସର୍ଚ୍ଚ ରଖାଯାଇଛି । ଏହା ୟୁଜର୍ସଙ୍କୁ ପ୍ରାଥମିକତା ଏବଂ ଆବଶ୍ୟକତା ସହିତ ଜଡିତ ସ୍ଥାନ ଖୋଜିବାରେ ସାହାଯ୍ୟ କରିବା ପାଇଁ ଏଆଇର ଉପଯୋଗ କରିପାରିବ। ଉଦାହରଣ ସ୍ବରୂପ ଯଦି ଆପଣ ଏକ ରେଷ୍ଟୁରାଣ୍ଟ ଖୋଜୁଛନ୍ତି ତାହେଲେ ଗୁଗଲ ମ୍ୟାପ୍ ଏଭଳି ଏକ ଅପ୍ସନ ଦେଖାଇବ, ଯାହା ସ୍ୱାଦ, ବଜେଟ୍ ଏବଂ ଉପଲବ୍ଧତା ସହିତ ମେଳ ଖାଉଥିବ । ୟୁଜର୍ସଙ୍କୁ ଉତ୍ତମ ସୁବିଧା ବା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଅନ୍ୟ ୟୁଜର୍ସଙ୍କ ଦ୍ବାରା ଦାଖଲ କରାଯାଇଥିବା ଫଟୋ ଏବଂ ରିଭ୍ୟୁର ଉପଯୋଗ କରିବ । ୟୁଜର୍ସ ସର୍ଚ୍ଚ ରେଜଲ୍ଟରେ ଅନେକ କ୍ୟାଟେଗୋରୀ ଯେପରିକି ରେଟିଂ, ଆଇଟମ ଏବଂ ରିହାତି ଆଧାରରେ ଫିଲ୍ଟର ମଧ୍ୟ କରିପାରିବେ ।