ହାଇଦ୍ରାବାଦ:ବର୍ଷ ଆରମ୍ଭରୁ ଗୁଗଲର ଝଟକା । ବିଶ୍ବର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଖର୍ଚ୍ଚ କମ୍ କରିବା ପାଇଁ କମ୍ପାନୀ ଡିଜିଟାଲ ଆସିଷ୍ଟାଣ୍ଟ, ହାର୍ଡଓ୍ବେୟାର ଏବଂ ଇଞ୍ଜିନିୟରିଂ ଟିମରୁ 100 କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି । ପ୍ରକାଶଥାଉକି, ଏହା ପୂର୍ବରୁ କମ୍ପାନୀ 2022 ମସିହାରେ 1200 କର୍ମଚାରୀଙ୍କୁ ଛଟେଇ କରିଥିଲା ।
ସୂଚନା ଅନୁସାରେ, ଛଟେଇ କରିବାକୁ ଥିବା 100 ଜଣ କର୍ମଚାରୀଙ୍କ ମଧ୍ୟରେ ଗୁଗଲ ଆସିଷ୍ଟାଣ୍ଟ, ଭଏସ ଆକ୍ଟିଭେଟେଡ ଟେକ୍ନୋଲୋଜିରେ ସାମିଲ କର୍ମଚାରୀ ଏବଂ ହାର୍ଡଓ୍ବେୟାର ଟିମରେ ସାମଲ କର୍ମଚାରୀ ରହିଛନ୍ତି । ଏହା ବ୍ୟତୀତ ଗୁଗଲର କେନ୍ଦ୍ରୀୟ ଇଞ୍ଜିନିୟରିଂ ସଂସ୍ଥାରେ ମଧ୍ୟ ଛଟେଇ ହେବାର ସମ୍ଭାବନା ରହିଛି । ଏକ ବୟାନରେ ଗୁଗଲର ପ୍ରବକ୍ତା କହିଛନ୍ତି, 2023ଶେଷ ଭାଗରେ ଆମର ଅନେକ ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକତା ସହିତ ଉନ୍ନତି ଆଣିବା ପାଇଁ ଅନେକ ପ୍ରକାର ପରବର୍ତ୍ତନ କରିଥିଲୁ । ତେବେ ଏହି କମ୍ପାନୀର ସବୁଠାରୁ ଅଧିକ ପ୍ରଭାବ ପିକ୍ସେଲ, ନେଷ୍ଟ, ଫିଟବିଟ ଏବଂ ଏୟାର ଟିମ ଉପରେ ପ୍ରଭାବ ପଡିବା ନେଇ ଅନେକ ରିପୋର୍ଟରେ ପ୍ରକାଶିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: 12ହଜାର କର୍ମଚାରୀଙ୍କୁ ଗୁଗଲର ଛଟେଇ ମାମଲା, ତରିକା ସଠିକ ନଥିଲା କହିଲେ ପିଚାଇ