ଓଡିଶା

odisha

ETV Bharat / science-and-technology

ଗୁଗଲ ଉପରେ EUର ଛାଟ, ମୋଟା ଅଙ୍କର ଜରିମାନା ଭରିପାରେ ଗୁଗଲ - ମୋଟା ଅଙ୍କର ଜରିମାନ ଭରିପାରେ ଗୁଗଲ

ଗୁଗଲ ଉପରେ ୟୁରୋପିଆନ ୟୁନିୟନ ରେଗୁଲେଟର୍ସର ଛାଟ । ଗୁଗଲର ପେରେଣ୍ଟ କମ୍ପାନି ଆଲ୍ଫାବେଟ୍ ଉପରେ ଜରିମାନା । ଅଧିକ ପଢନ୍ତୁ

Google faces EU break up order
Google faces EU break up order

By

Published : Jun 15, 2023, 10:57 AM IST

ହାଇଦ୍ରାବାଦ:ଗୁଗଲ ଉପରେ ଇୟୁର ଛାଟ । ଗୁଗଲ ବିରୋଧରେ ଅନେକ ଥର ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିବା ବେଳେ ଏବେ ଇୟୁ ଆଣ୍ଟିଟ୍ରଷ୍ଟ ରେଗୁଲେଟର୍ସ ପକ୍ଷରୁ ଗୁଗଲର ପେରେଣ୍ଟ କମ୍ପାନି ଅଲ୍ଫାବେଟ୍ ଉପରେ ବଡ଼ ଜରିମାନା ଲଗାଇଛି । ଗୁଗଲ ଆଣ୍ଟି-କମ୍ପିଟେଟିଭ କାମରେ ଲିପ୍ତ ରହିଥିବା ନେଇ ଜଣାପଡିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ବୁଧବାର ଦିନ ୟୁରୋପିଆନ ୟୁନିୟନ ରେଗୁଲେଟର୍ସ ପକ୍ଷରୁ ସୂଚନା ଦିଆଯାଇଛି ।

କହିବାକୁ ଗଲେ ଦୁନିଆର ସବୁଠାରୁ ବଡ ଟେକ କମ୍ପାନୀ ହେଉଛି ଗୁଗଲ । କିନ୍ତୁ ତା ବିରୋଧରେ ଅନେକ ପ୍ରକାର ଅଭିଯୋଗ ହେଉଥିଲା । ଅନ୍ୟବ୍ରାଣ୍ଡ ଗୁଡିକୁ ମାର୍କେଟରେ ସ୍ଥାନ ଦେଉନଥିବା ନେଇ ଅଭିଯୋଗ ହେଉଥିବା ବେଳେ ସମସ୍ୟାର ସାମ୍ନା କରୁଥିଲା ଗୁଗଲ । ତେବେ ବର୍ତ୍ତମାନ ଗୁଗଲର ପେପରେଣ୍ଟ କମ୍ପାନୀ ଆଲ୍ଫାବେଟ ଉପରେ ଜରିମାନା ଲଗାଇଛି ୟୁରୋପିଆନ ୟୁନିୟନ ରେଗୁଲେଟର୍ସ । ବର୍ତ୍ତମାନ ଆଲ୍ଫାବେଟ ଉପରେ ଅଭିଯୋଗ ହୋଇଥିବାରୁ ଗୁଗଲ ପାଇଁ ବିପଦ ବା ଜଟିଳ ହୋଇପାରେ ବୋଲି କୁହାଯାଉଛି । ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ଗୁଗଲ ପ୍ରାୟ ୨୨୯୬ କୋଟି ଟଙ୍କାର ଜରିମାନା ଭରିପାରେ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: Google Bard: ମାଇକ୍ରୋସଫ୍ଟ ଟେକ୍ନୋଲୋଜିକୁ ଅନୁସରଣ କରୁଥିବା ଅଭିଯୋଗକୁ ଗୁଗୁଲ୍‌ର ଖଣ୍ଡନ

୨୦୨୨ରେ କମ୍ପାନି ଭିନ୍ନ ଭିନ୍ନ ସେବାରୁ ମୋଟ ୨୨୪.୫ ବିଲିୟନର ବିଜ୍ଞାପନ ରାଜସ୍ୱ ଲାଭ କରିଥିଲା । ଭାରତରେ ଏହାର ମୂଲ୍ୟ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ହେବ । ତେବେ ଗୁଗଲ ଏହି ବିଜ୍ଞାପନରେ ଅନ୍ୟ କମ୍ପାନୀଗୁଡିକୁ ପ୍ରବେଶ କରିବାକୁ ଦେଉନାହିଁ ବୋଲି ଅଭିଯୋଗ ହୋଇଛି । ଏନେଇ ଇୟୁ ଚିଫଙ୍କ କହିବା ଅନୁସାରେ, ଗୁଗଲକୁ ନିଜ ଏଡଟେକ ବିଜନେସର କିଛି ଅଂଶକୁ ବିକ୍ରି କରିବାକୁ ପଡିପାରେ । ଗତ ଦୁଇ ବର୍ଷ ଧରି ଚାଲିଥିବା ତଦନ୍ତ ଶେଷ ହେବା ପରେ ଗୁଗଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛି । ତେବେ ଗୁଗଲର ବାର୍ଷିକ ଆୟର 10 ପ୍ରତିଶତ ଜରିମାନା ଦେବାକୁ ପଡିପାରେ । ତେବେ ଏନେଇ ଗୁଗଲ ମଧ୍ୟ ବୟାନ ଦେଇଛି । ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଆୟୋଗଙ୍କ ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଛି ଆମେ ସେଥିରେ ଅସହମତ ଅଟୁ । ଆମେ ଏଭଳି କୌଣସି କାର୍ଯ୍ୟ କରିନାହୁଁ ।

ବୈଷୟିକ ବିଜ୍ଞାପନର ଗୁଗୁଲର ଉପାଧ୍ୟକ୍ଷ ଡାନ ଟେଲର ଏକ ବିବୃତ୍ତିରେ କହିଛନ୍ତି, "ଆୟୋଗର ଅନୁସନ୍ଧାନ ଆମର ବିଜ୍ଞାପନ ବ୍ୟବସାୟର ଏକ ସଂକୀର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଥାଏ ଏବଂ ଏହା ଆମ ପାଇଁ କୌଣସି ନୂଆ ନୁହେଁ । ଆମେ ECର ଆଭିମୁଖ୍ୟରେ ସହମତ ନାହୁଁ ।"

ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details