ନୂଆଦିଲ୍ଲୀ:ଗୁପ୍ଚୁପ୍ ଖାଇବା କାହାକୁ ବା ପସନ୍ଦ ନୁହେଁ ।ଗୋଲଗପା ବା ଗୁପଚୁପର ନାମ ଶୁଣି ସମସ୍ତଙ୍କ ପାଟିରେ ପାଣି ଆସିଯାଇଥାଏ। ଗୁପଚୁପ ଭାରତର ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ, ଯାହା ପ୍ରତ୍ୟେକ ସହରରେ ବିଭିନ୍ନ ନାମରେ ବିକ୍ରି କରାଯାଇଥାଏ। ଗୁପଚୁପକୁ ପୁଚକା, ପାନିପୁରି, ପାନି କେ ପାତାଶେ ନାମରେ ଜଣାଶୁଣା। ତେବେ ଏହା ପଢ଼ିବା ପରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ ଯେ କାହିଁକି ଗୁପଚୁପ ବିଷୟରେ କୁହାଯାଉଛି । ତେବେ ଏହାର କାରଣ ଗୁଗଲ ଏହାର ଡୁଡଲ୍କୁ ଗୁପଚୁପ୍ ରୂପ ଦେଇଛି । ଆଜି ଗୁଗୁଲ୍ ଏହାର ଉପଭୋକ୍ତାମାନଙ୍କୁ ଡୁଡଲ୍ ମାଧ୍ୟମରେ ଗୁପଚୁପ ଖେଳ ଖେଳିବାର ସୁଯୋଗ ଦେଉଛି । ସକାଳୁ ଏହାକୁ ଦେଖି ୟୁଜର୍ସମାନେ ମଧ୍ୟ ବେସ ଖୁସି ହେଉଥିବା ନେଇ ମଧ୍ୟ ଏକ ରିପୋର୍ଟରେ କୁହାଯାଇଛି । ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଭାରତର ଲୋକପ୍ରିୟ ଏବଂ ସ୍ବାଦିଷ୍ଟ ଷ୍ଟ୍ରିଟଫୁ଼ଡ ଗୁପଚୁପ ।
ତେବେ କଣ ଏହି ଗୁପଚୁପ:ଗୁପଚୁପ ବିଷୟରେ ସୂଚନା ଦେଇ ଗୁଗୁଲ ଏହାକୁ ସ୍ୱାଦିଷ୍ଟ ପାଣିରେ ଭରପୂର କ୍ରିସ୍ପି ସେଲ୍ ବୋଲି ବର୍ଣ୍ଣନା କରିଛି, ଯେଉଁଥିରେ ଆଳୁ, ଛୋଲେ, ମସଲା, ଚିଲି ଭରି ରହିଛି । ଏହା ବ୍ୟତୀତ ଗୁଗୁଲ ଗୁପଚୁପର ବିଭିନ୍ନ ସ୍ୱାଦ ବିଷୟରେ ମଧ୍ୟ କହିଛି।
ଗୁଗୁଲ କାହିଁକି ଏହି ଡୁଡଲ୍ ପାଳନ କରୁଛି: ବାସ୍ତବରେ ଯଦି କହିବା ଗୁଗୁଲ ଆଜି ଦକ୍ଷିଣ ଏସୀୟ ଷ୍ଟ୍ରିଟ୍ ଫୁଡ୍ ପାଳନ କରୁଛି । 2015 ମସିହାରେ, ଏହି ଦିନ ଅର୍ଥାତ୍ ଜୁଲାଇ 12 ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ରେଷ୍ଟୁରାଣ୍ଟ 51ଟି ବିଭିନ୍ନ ପ୍ରକାରର ଗୁପଚୁପ ପରିବେଷଣ କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଆଜି ଗୁଗୁଲ ଏହି ଦିନକୁ ସେଲିବ୍ରେଟ୍ କରୁଛି । ତେବେ ଗୁଗୁଲ ଗୁପଚୁପର ଡୁଡୁଲ ତିଆରି କରିନାହିଁ ବରଂ ଖେଳ ମାଧ୍ୟମରେ ଏହାର ଉପଭୋକ୍ତାମାନଙ୍କୁ ମଧ୍ୟ ଏକ ଟାସ୍କ ଦେଇଛି ।