ଓଡିଶା

odisha

ETV Bharat / science-and-technology

Independence Day: ଗୁଗୁଲ ଡୁଡଲରେ ଭାରତର ସ୍ବାଧୀନତା ଦିବସ ସେଲିବ୍ରେସନ, ସ୍ଥାନ ପାଇଲା ବାନ୍ଧକଳା

77ତମ ସ୍ବାଧୀନତା ଦିବସ ପାଳୁଛି ଦେଶ । ଏହି ଅବସରରେ ଗୁଗୁଲ ଦେଶର ବିବିଧ ପରମ୍ପରା ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

Independence Day
Independence Day

By

Published : Aug 15, 2023, 12:33 PM IST

ହାଇଦ୍ରାବାଦ:ଆଜି ସ୍ବାଧୀନତା ଦିବସ। ଚଳିତ ବର୍ଷ ଦେଶ 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଆଜି ସର୍ଚ୍ଚ ଇଞ୍ଜିନ ଗୁଗୁଲ ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି । ଗୁଗୁଲ ଦେଶର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇ ସ୍ବତନ୍ତ୍ରତାର ସେଲିବ୍ରେସନ କରୁଛି। ଦୀର୍ଘ 200 ବର୍ଷ ଦେଶ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା। ଆଜି ସ୍ବାଧୀନତା ଦିବସ ଅବସରରେ ଗୁଗଲ ଏହାର ଡୁଡଲରେ ଭାରତୀୟ ଶିଳ୍ପ ପରମ୍ପରାକୁ ସ୍ଥାନିତ କରିଛି। ଏହି ଗୁଗୁଲ୍ ଡୁଡଲକୁ ଦିଲ୍ଲୀର କଳାକାର ନମ୍ରତା କୁମାରଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି ।

ଗୁଗୁଲ ଡୁଡଲରେ ଭାରତର ସ୍ବାଧୀନତା ଦିବସ ସେଲିବ୍ରେସନ

ଭାରତରେ ବସ୍ତ୍ରର ଇତିହାସ ବହୁତ ପୁରୁଣା । ଗୁଗୁଲର ଏହି ଖାସ୍‌ ଡୁଡୁଲ ଭାରତୀୟ ଟେକ୍ସଟାଇଲର ବିଭିନ୍ନ କପଡା ଏବଂ ଡିଜାଇନକୁ ବର୍ଣ୍ଣନା କରିଛି । ଏହି ଡୁଡଲ୍ ସହିତ ଗୁଗୁଲ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଭିନ୍ନ ଟେକ୍ସଟାଇଲ୍ ଆର୍ଟ୍‌ ଫର୍ମକୁ ସମ୍ମାନ ଦେଇ ଏକତା ପ୍ରଦର୍ଶନ କରିଛି ।

ଏହା ମଧ୍ୟ ପଢନ୍ତୁ:ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 140 କୋଟି ଭାରତୀୟଙ୍କୁ ପରିବାର କହିଲେ ମୋଦି, ଆସିବ ବିଶ୍ବକର୍ମା ଯୋଜନା

ଡୁଡଲରେ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମିଲ : ଗୁଗୁଲର ଏହି ଡୁଡଲରେ ଓଡ଼ିଶାର ବାନ୍ଧକଳା ସମେତ ଗୁଜୁରାଟ କଚ୍ଚର ସ୍ୱତନ୍ତ୍ର ଏମ୍ବ୍ରୋଡୋରୀକୁ ସ୍ଥାନିତ କରାଯାଇଛି । ଚିତ୍ରରେ ହିମାଚଳ ପ୍ରଦେଶର ପଟ୍ଟୁ ବୁଣା, ପଶ୍ଚିମବଙ୍ଗର କାନ୍ତା ଏବଂ ଜାମଦାନୀ ବୁଣା, ଗୋଆର କୁନବୀ ବୁଣା, ଜାମ୍ମୁ କାଶ୍ମୀରର ପାଶ୍ମିନା କାନି ଟେକ୍ସଟାଇଲ୍, ଉତ୍ତରପ୍ରଦେଶର ବନାରସୀ ଡିଜାଇନ୍, ମହାରାଷ୍ଟ୍ରର ପ୍ରସିଦ୍ଧ ପୈଠନୀ ଡିଜାଇନ ଭଳି ବିଭିନ୍ନ ରାଜ୍ୟର ଡିଜାଇନ୍ ଅନ୍ତର୍ଭୁକ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:Google Doodle PaniPuri: ଗୁପଚୁପକୁ ନେଇ ଗୁଗୁଲର ମଜାଦାର ଡୁଡୁଲ, ୟୁଜର୍ସ ସାଜୁଛନ୍ତି ପାନିପୁରୀ ଓ୍ବାଲା

ଆଜିର ଦିନ ଅର୍ଥାତ୍ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା । ଏହି ଦିନର ସୂର୍ଯ୍ୟୋଦୟ ଭାରତର ସମସ୍ତ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଦେଶକୁ ଗୋରା ସାହେବଙ୍କ କବଳକୁ ମୁକ୍ତ କରିବା ପାଇଁ ଅନେକ ବୀର ମାଟିର ସନ୍ତାନ ନିଜ ଜୀବନକୁ ମଧ୍ୟ ବଳିଦାନ ଦେଇଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସ ପାଇଁ ଆଜି ଦେଶ ସ୍ବାଧୀନତା ଦିବସ ପାଳନ କରୁଛି । ଦେଶ ଆଜି 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details