ଓଡିଶା

odisha

ETV Bharat / science-and-technology

Chandrayaan 3: ଚନ୍ଦ୍ରଯାନର ଐତିହାସିକ ସଫଳତା, ସ୍ପେଶାଲ୍ ଡୁଡୁଲ କରି ସେଲିବ୍ରେଟ କଲା ଗୁଗୁଲ - ଗୁଗୁଲ ଡୁଡୁଲ

ଚନ୍ଦ୍ରଯାନର ଐତିହାସିକ ସଫଳତାକୁ ନେଇ ଗୁଗୁଲ ସ୍ବତନ୍ତ୍ର ଡୁଡୁଲ କରି ସେଲିବ୍ରେସନ କରୁଛି। ଅନ୍ୟପଟେ ଗୁଗୁଲ ସିଇଓ ମଧ୍ୟ ଇସ୍ରୋକୁ ବଧାଇ ଦେଇଛନ୍ତି। ଅଧିକ ପଢନ୍ତୁ

Chandrayaan 3
Chandrayaan 3

By ETV Bharat Odisha Team

Published : Aug 24, 2023, 5:08 PM IST

ହାଇଦ୍ରାବାଦ:23 ଅଗଷ୍ଟ 2023। ଭାରତ ପାଇଁ ଥିଲା ଏକ ଐତିହାସିକ ଦିନ। ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି। ତେବେ ଚନ୍ଦ୍ରଯାନ-3ର ଏହି ସଫଳତାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ବିଶ୍ବର କୋଣଅନୁକୋଣରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ମଧ୍ୟ ଏକ ସ୍ୱତନ୍ତ୍ର ଡୁଡଲ୍ କରି ସେଲିବ୍ରେସନ କରୁଛି। ଏହାପୂର୍ବରୁ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଟ୍ୱିଟ୍ କରି ଚନ୍ଦ୍ରାୟଣ 3 କୁ ସଫଳ ଅବତରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଭାରତର ଏହି ସଫଳତା ପାଇଁ ଗୁଗୁଲ ଏକ ବିଶେଷ ଢଙ୍ଗରେ ବଧାଇ ଜଣାଇଛି। ଗୁଗୁଲ ଚନ୍ଦ୍ରାୟନ-3ର ସଫଳତା ଉପରେ ଭାରତର ସଫଳତାକୁ ଏକ ଡୁଡଲ ତିଆରି କରି ସେଲିବ୍ରେସନ କରୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ତଥା ଏକମାତ୍ର ଦେଶ ହୋଇପାରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 କିପରି ସଫଳତାର ସହ ଅବତରଣ କରିଛି ତାହା ଗୁଗୁଲର ଡୁଡଲ୍ ଦର୍ଶାଇଛି। ଏହାପରେ ରୋଭର ବାହାରି ଆସିବା ମଧ୍ୟ ଡୁଡୁଲରେ ଦର୍ଶାଯାଇଛି। ଅନ୍ୟପଟେ ଏହାକୁ ନେଇ ଚନ୍ଦ୍ର ମଧ୍ୟ ଖୁସି ଥିବା ଡୁଡୁଲରେ ଦର୍ଶାଯାଇଛି।

ଗୁଗୁଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡୁଲ୍ସ ତିଆରି କରେ। ଆଜି ଲ୍ୟାଣ୍ଡର ବିକ୍ରମରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ ଏବଂ ଅଲଗା ହେବା ପରେ ଚନ୍ଦ୍ରରେ ପ୍ରଜ୍ଞାନ ବିଚରଣ କରୁଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ:Independence Day: ଗୁଗୁଲ ଡୁଡଲରେ ଭାରତର ସ୍ବାଧୀନତା ଦିବସ ସେଲିବ୍ରେସନ, ସ୍ଥାନ ପାଇଲା ବାନ୍ଧକଳା

ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଏଭଳି ଟ୍ବିଟ କଲେ ଗୁଗୁଲ ସିଇଓ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏକ୍ସରେ ଏକ ଟ୍ବିଟ କରି ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂକୁ ନେଇ ଇସ୍ରୋକୁ ବଧାଇ ଦେଇଛନ୍ତି। ସୁନ୍ଦର ପିଚାଇ ଟ୍ବିଟ କରି ଲେଖିଛନ୍ତି, " ଅବିଶ୍ୱସନୀୟ ମୁହୂର୍ତ୍ତ! ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ 3ର ସଫଳ ଅବତରଣ ପାଇଁ ISRO କୁ ଅଭିନନ୍ଦନ। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଭାରତ ଏକ ମାତ୍ର ଦେଶ ହୋଇପାରିଛି।"

ପ୍ରକାଶଥାଉକି, ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଆଜି ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ।ଅଲଗା ହେବା ପରେ ଚନ୍ଦ୍ରରେ ବିଚରଣ ଆରମ୍ଭ କରି ନିଜର କାର୍ଯ୍ୟ ଆରମ୍ଭ କରିଛି ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details