ନୂଆଦିଲ୍ଲୀ:ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ୭୫ତମ ଦିବସ ପାଳନ କରିବ ଭାରତ । ଏ ନେଇ ସାରା ଦେଶର ଉତ୍ସାହର ମାହୋଲ ଥିବାବେଳେ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ (Google) ମଧ୍ୟ ଏହି ଦିବସକୁ ପାଳନ କରିବ । ଏଥିଲାଗି ଗୁଗଲ୍ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ 'ଇଣ୍ଡିଆ କି ଉଡ଼ାନ'(India Ki Udaan) ନାମରେ ଏକ ଡିଜିଟାଲ ସଂଗ୍ରହ ଲଞ୍ଚ କରିଛି ।
ଇଣ୍ଡିଆ କି ଉଡ଼ାନ କଣ ?
ଏହା ଜରିଆରେ ଗୁଗଲ୍ ଭାରତର ୭୫ତମ ସ୍ବାଧୀନତା ଦିବସକୁ ପାଳନ କରିବ । ଏଥିରେ ଗତ ୭୫ ବର୍ଷ ମଧ୍ୟରେ ଭାରତର ଅତୁଟ ଓ ଅମର ଭାବନାକୁ ବଳିଷ୍ଠ ଲେଖା ଓ କଳା ସଂସ୍କୃତିର ଉପଯୋଗ କରାଯାଇ ପ୍ରଦର୍ଶିତ କରାଯିବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୋ କିଶନ ରେଡ୍ଡି ଓ ଗୁଗଲ୍ର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡିଜିଟାଲ ସଂଗ୍ରହକୁ ଲଞ୍ଚ କରାଯାଇଛି । ଦିଲ୍ଲୀ ସ୍ଥିତ ସୁନ୍ଦର ନର୍ସରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜିଠୁ ଏହାର ଶୁଭାରମ୍ଭ କରିଯାଇଛି । ଏଥିରେ ଭାରତର ପ୍ରଗତି ଓ ବିଭିନ୍ନ କ୍ଷେତ୍ରରେ ଭାରତର ଯୋଗଦାନକୁ ଅଥିରେ ଦର୍ଶାଯିବ । ଏଥିରେ ସ୍ବାଧୀନତାର ମଞ୍ଜି, ଭାରତର ପ୍ରଥମ ନିର୍ବାଚନ, ମହାତ୍ମା ଗାନ୍ଧୀ, ଭାରତର ସମ୍ବିଧାନ ନିର୍ମାଣ, ଖେଳ, ସାହିତ୍ୟ, ଫିଲ୍ମ ସମେତ ଭାରତର ବିକାଶ ଯାତ୍ରାକୁ ଦେଖାଇବ ।