ଓଡିଶା

odisha

ETV Bharat / science-and-technology

Parents Accountsରେ ଫ୍ଲାଗ୍ ଲଗାଇଲା ଗୁଗୁଲ, ଜାଣନ୍ତୁ କାହିଁକି - ଅସୁସ୍ଥ ପିଲାଙ୍କ ସେନ୍ସିଟିଭ ଫଟୋ ସୁଟ

Parents Accounts(ପ୍ୟାରେଣ୍ଟ୍ସ ଆକାଉଣ୍ଟ)ରେ ଏକ ଫ୍ଲାଗ ରିପୋର୍ଟ କଲା ଗୁଗୁଲ । ଅସୁସ୍ଥ ପିଲାଙ୍କ ସେନ୍ସିଟିଭ ଫଟୋ ସୁଟ ପରେ ପ୍ରତିବନ୍ଧକ ଲଗାଯାଇଥିଲା । କଣ ଥିଲା ଘଟଣା, ଜାଣନ୍ତୁ ।

Parents Accounts ରେ ଫ୍ଲାଗ୍ ଲଗାଇଲା ଗୁଗୁଲ, ଜାଣନ୍ତୁ କାହିଁକି
Parents Accounts ରେ ଫ୍ଲାଗ୍ ଲଗାଇଲା ଗୁଗୁଲ, ଜାଣନ୍ତୁ କାହିଁକି

By

Published : Aug 23, 2022, 11:47 AM IST

ସାନ ଫ୍ରାନ୍ସିସ୍କୋ: Parents' Accounts(ପ୍ୟାରେଣ୍ଟ୍ସ ଆକାଉଣ୍ଟ)ରେ ଏକ ଫ୍ଲାଗ ରିପୋର୍ଟ କଲା ଗୁଗୁଲ । ଟେକ୍ ଜିଆଣ୍ଟ୍ ଗୁଗୁଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) Tech giant Google's artificial intelligence ଅସୁସ୍ଥ ପିଲାମାନଙ୍କର ନଗ୍ନ ଫଟୋ ଉପରେ ସମ୍ଭାବ୍ୟ ଅପବ୍ୟବହାର ପାଇଁ ପିତାମାତାଙ୍କ ଆକାଉଣ୍ଟକୁ ଫ୍ଲାଗ୍ କରିଥିବା ଜଣାପଡିଛି । ଜଣେ ପିତାଙ୍କ କହିବା ପରେ ଏହି ନିୟମ ଆଣିଛି ଗୁଗୁଲ । କାରଣ ଅସୁସ୍ଥ ଥିବା ପିଲାମାନଙ୍କ କେତେକ ସେନ୍ସିଟିଭ ଫଟୋ ଉଠାଇ ଡାକ୍ତରଙ୍କ ନିକଟକୁ ପଠାଇବାକୁ ନେଇ ଆକାଉଣ୍ଟ ଉପରେ ରେଷ୍ଟ୍ରିକସନ ଲଗାଇଥିଲା ଗୁଗୁଲ ।

କମ୍ପାନୀ ତାଙ୍କ ଆକାଉଣ୍ଟ ବନ୍ଦ କରି ନ୍ୟାସନାଲ ସେଣ୍ଟର ଫର ମିସିଂ ଏବଂ ଏକ୍ସପ୍ଲୋଟେଡ୍ ଶିଶୁ (NCMEC) ରେ ଏକ ରିପୋର୍ଟ ଦାଖଲ କରି ତଦନ୍ତକୁ ତ୍ୱରାନ୍ୱିତ କରିଥିଲା ପୋଲିସ । ଏହା ଏକ ବ୍ୟକ୍ତିଗତ ଡିଭାଇସରେ ହେଉ କିମ୍ବା କ୍ଲାଉଡ୍ ଷ୍ଟୋରେଜରେ, ବ୍ୟବହାରକାରୀଙ୍କ ଡିଜିଟାଲ୍ ଲାଇବ୍ରେରୀର ଏକ ଅଂଶ ବା ପାର୍ଟ ହେବା ପରେ ସମ୍ଭାବ୍ୟ ଅପବ୍ୟବହାର ଏବଂ ଏକ ଇନୋସେଣ୍ଟ ଫଟୋ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଏପରି କରାଯାଇଥାଏ ।

ଫେବୃଆରୀ 2021 ରେ ଏହି ଘଟଣା ଘଟିଥିଲା, ଯେତେବେଳେ କୋଭିଡ-19 ମହାମାରୀ କାରଣରୁ କିଛି ଡାକ୍ତରଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିଲା । ରିପୋର୍ଟ ଅନୁଯାୟୀ, ମାର୍କ (ଯାହାଙ୍କ ଟାଇଟଲ ବା ସାଜ୍ଞ୍ୟା ପ୍ରକାଶ କରାଯାଇ ନାହିଁ) ତାଙ୍କ ଶିଶୁର ଯୌନାଙ୍ଗରେ କିଛି ଫୁଲିବା ଲକ୍ଷ୍ୟ କରିଥିଲେ ଏବଂ ଜଣେ ନର୍ସଙ୍କ ଅନୁରୋଧ କ୍ରମେ ଭିଡିଓ ପଠାଇଥିଲେ । ଏହାପରେ ଡାକ୍ତର ପ୍ରେସକ୍ରାଇବ କରିଥିବା ଆଣ୍ଟିବାୟୋଟିକରେ ପିଲାଟିର ଇନଫେକ୍ସନ କମିଥିଲା । ଫଟୋ ଉଠାଇବାର ଦୁଇ ଦିନ ପରେ ମାର୍କ ଗୁଗୁଲରୁ ଏକ ବିଜ୍ଞପ୍ତି ପାଇଥିଲେ, ଯେଉଁଥିରେ ସେ କ୍ଷତିକାରକ ବିଷୟବସ୍ତୁ ବା "harmful content" କାରଣରୁ ତାଙ୍କ ଆକାଉଣ୍ଟ ଲକ୍ ହୋଇଯାଇଛି ଏବଂ ଏହା ଗୁଗୁଲ ନିୟମର ଘୋର ଉଲ୍ଲଂଘନ ଏବଂ ବେଆଇନ୍ ହୋଇପାରେ ବୋଲି ଦର୍ଶା ଯାଇଥିଲା ।

ଫେସବୁକ୍, ଟ୍ୱିଟର, ଏବଂ ରେଡ୍ଡିଟ୍ ସହିତ ଅନେକ ଇଣ୍ଟରନେଟ୍ କମ୍ପାନୀ ପରି ଗୁଗୁଲ ମାଇକ୍ରୋସଫ୍ଟର ଫଟୋ DNA ସହିତ ହ୍ୟାସ୍ ମେଳକ ବ୍ୟବହାର କରି ଜଣାଶୁଣା CSAM ସହିତ ମେଳ ଚିହ୍ନଟ କରିବା ପାଇଁ ଅପଲୋଡ୍ ହୋଇଥିବା ଚିତ୍ର ସ୍କାନ କରିବା ପାଇଁ ବ୍ୟବହାର କରିଛି । ତେବେ 2012 ରେ, ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ​​ଯିଏ ପଞ୍ଜୀକୃତ ଯୌନ ଅପରାଧୀ(Registered Sex Offender) ଥିଲା ଏବଂ ଜଣେ ଯୁବତୀଙ୍କ ଚିତ୍ର ପଠାଇବା ପାଇଁ Gmail ବ୍ୟବହାର କରିଥିଲା ​​।

ABOUT THE AUTHOR

...view details