ହାଇଦ୍ରାବାଦ:ଆପଣ ଇଂରାଜୀରେ ଦୁର୍ବଳ ଅଛନ୍ତି କି ? କାହାକୁ ଜିମେଲ୍ କରିବାରେ ଅସୁବିଧା ହେଉଛି କି । ତାହେଲେ ଆଉ ଚିନ୍ତା କି ଲଜ୍ଜିତ ହେବାର ଆବଶ୍ୟକତା ନାହିଁ । ଏଥିପାଇଁ ଗୁଗଲ ଜିମେଲ୍ରେ ଏକ ଆକର୍ଷଣୀୟ ଫିଚର ଆଣିଛି । ଏଣିକି ଜିମେଲ୍ ମଧ୍ୟ ଅନୁବାଦ ସମ୍ଭବ ହୋଇପାରିବ । ଏହା ଅଧୀନରେ, ଆପଣ କେବଳ ଇଂରାଜୀ ଭାଷାରେ ନୁହେଁ ବରଂ ଯେକୌଣସି ଭାଷାରେ ଲେଖିପାରିବେ ଏବଂ ଆସିଥିବା ଜିମେଲକୁ ପଢିପାରିବେ । ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଆସିଛି । ତେବେ ବିଶେଷ କଥା ହେଉଛି ମୋବାଇଲରେ ଏହି ଫିଚର ବ୍ୟବହାର କରିବା ପାଇଁ ସମର୍ଥ ହେବେ । ଏହା ପୂର୍ବରୁ ଓ୍ବେବ୍ ୟୁଜର୍ସଙ୍କ ପାଇଁ ଏହି ଫିଚର ଉପଲବ୍ଧ ରହିଥିଲା । ବର୍ତ୍ତମାନ ମୋବାଇଲ ୟୁଜର୍ସ୍ ମଧ୍ୟ ଏହାର ସୁବିଧା ପାଇପାରିବେ ।
ମଙ୍ଗଳବାର ଏନେଇ ଟେକ୍ ଜିଆଣ୍ଟ୍ ପକ୍ଷରୁ ଘୋଷଣା କରାଯାଇଛି । କୁହାଯାଇଛି ଯେ,"ମେବାଇଲ ୟୁଜର୍ସଙ୍କ ପାଇଁ ଜିମେଲ୍ରେ ଏକ ଫିଚର ଅଣାଯାଇଛି । ଏହାର ଘୋଷଣା କରି ଆମକୁ ଖୁସି ଲାଗୁଛି । ଏହାର ବ୍ୟବହାର କରି ଆପଣ ଯେକୌଣସି ଭାଷାରେ ଜିମେଲ ଲେଖିପାରିବେ ଏବଂ ବୁଢ଼ି ପାରିବେ । ଏନେଇ ଅନେକ ୟୁଜର୍ସ ଆମକୁ ଅନୁରୋଧ କରି ଆସୁଥିଲେ । ବର୍ତ୍ତମାନ ଏହି ଫିଚର ଇପଲବ୍ଧ ହେଉଛି, ତାହାର ଉପଯୋଗ କରିପାରିବେ ।"
ଆଜିଠାରୁ ଆଣ୍ଡ୍ରଏଡ୍ରେ ଉପଲବ୍ଧ ଫିଚର:ମୋବାଇଲ୍ ଭର୍ସନ ପାଇଁ ଗୁଗଲ ଏହି ଫିଚର ଲଞ୍ଚ୍ କରିଛି । ଜିମେଲ୍ ତରଫରୁ ଟ୍ରାନ୍ସଲେସନ ଫିଚରକୁ ଜିମେଲ୍ ଆପରେ ସ୍ଥାପିତ କରାଯାଇଛି । ଯେତେବେଳେ ଜଣେ ମେଲ୍ ଲେଖିବେ, ଆପଣ ଟେକ୍ସଟ୍ ବକ୍ସରେ ଏକ ଟ୍ରାନ୍ସଲେସନ ବ୍ୟାନର ଦେଖାଯିବ । ଆପଣ ନିଜ ଭାଷାରେ ଲେଖି ସଠିକ ଅନୁବାଦ ପାଇପାରିବେ । 100ରୁ ଅଧିକ ଭାଷା ବାଛିବା ପାଇଁ ସୁବିଧା ରହିଛି ।