ହାଇଦ୍ରାବାଦ:ସମୟ ଅନୁସାରେ ବୃଦ୍ଧି ପାଉଛି ସ୍ମାର୍ଟଫୋନର ବ୍ୟବହାର । ବିଶେଷ କରି ବେସରକାରୀ କ୍ଷେତ୍ରରେ ଜିମେଲ ଅଧିକ ବ୍ୟବହାର ହେଉଛି । କିଛି ଜଣଙ୍କର ଏକରୁ ଅଧିକ ଆକାଉଣ୍ଟ ମଧ୍ୟ ରହିଛି । କେତେକ କ୍ଷେତ୍ରରେ ଦରକାରୀ ମେଲ ସହିତ ଅଦକାରୀ ମେଲ ଅଧିକ ଆସିଥାଏ । ତେବେ ମୋବାଇଲରେ ସେଗୁଡିକୁ ଡିଲିଟ କରିବାକୁ ହେଲେ ଗୋଟି ଗୋଟି କରି ସିଲେକ୍ଟ କରି ଡିଲିଟ କରିବାକୁ ହୋଇଥାଏ । ନଚେତ ଓ୍ବେବରେ ଲଗନ କରି ଡିଲିଟ କରିବାକୁ ହୋଇଥାଏ । ଏଣିକି ଏଭଳି ସମସ୍ୟା ଭୋଗିବେନି ୟୁଜର୍ସ । ଗୁଗୁଲ ମୋବାଇଲ ଆପରେ ଆସିଲା ସିଲେକ୍ଟ ଅଲ ଫିଚର । ଯାହା ସାହାଯ୍ୟରେ ୟୁଜର୍ସ ଏକରୁ ଅଧିକ ମେଲକୁ ଏକାଥରେ ଡିଲିଟ କରିପାରିବେ । ସୂଚନା ଅନୁସାରେ ଜଣେ ୟୁଜର୍ସ ଚାହିଁଲେ 50ରୁ ଅଧିକ ମେଲକୁ ସିଲେକ୍ଟ ଅଲ କରି ଡିଲିଟ କରିପାରିବେ । କହିରଖୁଛୁ କି, ପୂର୍ବରୁ ଓ୍ବେବରେ ଏହି ସୁବିଧା ରହିଥିବା ବେଳେ ବର୍ତ୍ତମାନ ମୋବାଇଲ ଆପରେ ମଧ୍ୟ ଏହି ଉପଲବ୍ଧ ହୋଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଆପରେ ମେଲ ଡିଲିଟ କରିବାକୁ ହେଲେ ଗୋଟିଏ ପରେ ଗୋଟିଏ ମେଲ ସିଲେକ୍ଟ କରିବାକୁ ହେଉଥିଲା । ଏହାର ଅର୍ଥ ଏକାଥରେ ଅଧିକ ମେଲର ଅପ୍ସନ ଉପଲବ୍ଧ ନଥିଲା। ତେବେ ସିଲେକ୍ଟ ଅଲ ଫିଚର ଦ୍ବାରା ମୋବାଇଲ ୟୁଜର୍ସ ଅଧିକ ଉପକୃତ ହେବେ । ଏକରୁ ଅଧିକ ମେଲ୍ ଚଳାଉଥିବା ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ଏବଂ ଏହା ସେମାନଙ୍କର ଅନେକ ସମୟ ମଧ୍ୟ ସଞ୍ଚୟ କରିବ ।
ଏହା ମଧ୍ୟ ପଢନ୍ତୁ: Gmail Latest Feature: ଜିମେଲ୍ ଆଣିଲା ନୂଆ ଫିଚର, ଆଜି ଲଞ୍ଚ୍ କଲା ଗୁଗଲ