ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ପାଇଁ ହୋମଗ୍ରାଉଣ୍ଡ ମୋବାଇଲ୍ ଆସେସୋରିଜ୍ ବ୍ରାଣ୍ଡ ଗିଜମୋର ଏକ ନୂତନ ସ୍ମାର୍ଟୱାଚ୍, ଗିଜଫିଟ୍ ଗ୍ଲୋ ଲଞ୍ଚ(smartwatch Gizfit Glow launch) କରିଛି, ଯେଉଁଥିରେ ଏକ ଷ୍ଟାଇଲିସ୍ ଡିଜାଇନ୍ ସହିତ ଅନେକ ନୂଆ ଫିଚର୍ସ ରହିଛି(smartwatch Gizfit Glow launch) । ଏହି ସ୍ମାର୍ଟ ୱାଚର ମୂଲ୍ୟ 2.499 ଥିବାବେଳେ ଏହା ଫ୍ଲିପ୍କାର୍ଟ ବିଗ୍ ବିଲିଅନ୍ ଡେଜ୍ରେ(Flipkart Big Billion Days sale) ଉପଲବ୍ଧ ହେବ ।
ଗିଜମୋର ସିଇଓ ତଥା ସହ-ପ୍ରତିଷ୍ଠାତା ସଞ୍ଜୟ କୁମାର କାଲିରୋନା(Sanjay Kumar Kalirona , Gizmore CEO and CoFounder) ଏକ ବିବୃତ୍ତିରେ କହିଛନ୍ତି, "ଏହି ପାର୍ବଣ ଋତୁରେ ଆମେ ଆମ ଗ୍ରାହକଙ୍କୁ ଏକ ସ୍ମାର୍ଟ ୱାଚ୍ ଭେଟି ଦେବାକୁ ଚାହୁଁଛୁ, ଯାହା ନିଶ୍ଚିତ ଭାବରେ ସେମାନଙ୍କ ପସନ୍ଦ ଆସିବ । ଗିଜଫିଟ୍ ଗ୍ଲୋ ସର୍ବଦା 'ଆମୋଲେଡ୍'(Always on Amoled) ପ୍ରଦର୍ଶନ ସହିତ ସ୍ମାର୍ଟ ୱାଚ୍ ସେଗମେଣ୍ଟରେ(Smartwatch segment) ଏକ ଗେମ୍ ଚେଞ୍ଜର୍ ଭାବେ କାମ କରେ ।"