ଓଡିଶା

odisha

ETV Bharat / science-and-technology

Turkey Earthquake: ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଡ୍ରୋନ୍ - ଗରୁଡ ଡ୍ରୋନ୍

ତୁର୍କୀର ଶକ୍ତ ଭୂକମ୍ପ ଝଟ୍‌କାରେ ଧ୍ବଂସାବଶେଷ ତଳେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଏରୋସ୍ପେସ୍‌ ଡ୍ରୋନ୍ । ଅଧିକ ପଢନ୍ତୁ

Garuda Aerospace drone
Garuda Aerospace drone

By

Published : Feb 8, 2023, 5:05 PM IST

ଚେନ୍ନାଇ: ତୁର୍କୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଭାରତର ଗରୁଡ ଏରୋସ୍ପେସ୍‌ ଡ୍ରୋନ୍ । ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନଡିଆରଏଫ) ଦ୍ୱାରା ଭୂକମ୍ପ ପ୍ରଭାବିତ ତୁର୍କୀରେ ଉଦ୍ଧାର କାର୍ଯ୍ୟରେ ଗରୁଡ ଏରୋସ୍ପେସ୍‌ର ଡ୍ରୋନ୍ ନିୟୋଜିତ ହେବ । ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ଦେଶକୁ ଏନଡିଆରଏଫ ଓ ମେଡିକାଲ୍ ଟିମ୍ ପଠାଇ ଥିବାବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ଗରୁଡ ।

ଏହା ମଧ୍ୟ ପଢନ୍ତୁ:-Turkey earthquake: ପ୍ରଥମେ ରେସ୍କ୍ୟୁ ଟିମ୍‌ ପଠାଇଥିଲା ଭାରତ, ପ୍ରଶଂସା କଲା ତୁର୍କୀ

ଗରୁଡ ଏରୋସ୍ପେସ୍‌ର ସିଇଓ ଅଗ୍ନିଶ୍ବର ଜୟପ୍ରକାଶ କହିଛନ୍ତି ଯେ, "ଗରୁଡ ଏରୋସ୍ପେସ୍ ସଙ୍କଟ ସମୟରେ ସର୍ବଦା ଆଗକୁ ବଢିଛି ଏବଂ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଡ୍ରୋନ୍ ନିୟୋଜିତ କରି ବ୍ୟାପକ ପ୍ରଭାବ ସୃଷ୍ଟି କରିଛି । ତୁର୍କୀରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗରୁଡ ଏରୋସ୍ପେସ୍ ମଧ୍ୟ ଡ୍ରୋନ୍ ନିୟୋଜିତ କରିବ ।" ତେବେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଅନୁମୋଦିତ ଡ୍ରୋନ୍ ଯୋଗାଇବାକୁ NDRF ଗରୁଡ ଏରୋସ୍ପେସ୍‌କୁ ଅନୁରୋଧ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-Earthquake: ଭଗ୍ନସ୍ତୁପ ତଳେ ଜନ୍ମନେଲା ଚମତ୍କାରୀ ଶିଶୁ, ଆଖି ବୁଜିଲେ ବାପାମାଆ

ସୂଚନା ଅନୁସାରେ, ସହର ଭିତ୍ତିକ ସେବା ଯୋଗାଣକାରୀ ଡ୍ରୋନ୍ ଷ୍ଟାର୍ଟ ଅପ୍ ଗରୁଡ ଏରୋସ୍ପେସ୍ ସେମାନଙ୍କର ଡ୍ରୋନି ଡ୍ରୋନ୍‌କୁ ତୁର୍କୀର ଅଧିକ ପ୍ରଭାବିତ ଅଞ୍ଚଳରେ ନଜର ରଖିବା ପାଇଁ ନିୟୋଜିତ କରିବ । ଯେଉଁ ସ୍ଥାନରେ ଲୋକମାନେ ଭଗ୍ନ କୋଠା ତଳେ ଫସି ରହିଛନ୍ତି ସେଠାରେ ଏହି କିସାନ୍ ଡ୍ରୋନ୍ ପହଞ୍ଚି ପରିବହନ ଭାର ବହନ କରିବ । ଏଥିସହ ପ୍ରଭାବିତ ଲୋକଙ୍କୁ ଜରୁରୀ ଔଷଧ, ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ । ଏହାପୂର୍ବରୁ, ଗରୁଡ ଏରୋସ୍ପେସ୍ ଉତ୍ତରାଖଣ୍ଡରେ ଥିବା ଚାମୋଲି ଗ୍ଲେସିୟର ବିପର୍ଯ୍ୟୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଡ୍ରୋନ୍ ନିୟୋଜିତ କରିଥିଲା ।

ଏହା ମଧ୍ୟ ପଢନ୍ତୁ:-Turkey Earthquake: ଛାରଖାର ତୁର୍କୀ, 3ମାସ ପାଇଁ ଜାରି ହେଲା ଜାତୀୟ ଜରୁରୀ ସ୍ଥିତି

କହି ରଖୁଛୁ ଯେ, ଗତ ସୋମବାର(ଫେବ୍ରୁଆରୀ 6)ରେ ଭୟାନକ ଭୂକମ୍ପରେ ଥରିଥିଲା ତୁର୍କୀ ସମେତ ସିରିଆ । ତିନି ତିନି ଥର ଭୂକମ୍ପର ବଡ ଝଟ୍‌କାରେ ଭୁଶୁଡି ପଡିଛି ବଡ ବଡ ଅଟ୍ଟାଳିକା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା 8 ହଜାର ପାର୍ କରିସାରି ଥିବାବେଳେ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ଏବେ ମଧ୍ୟ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ଏପରି ଏକ ଦୁଃଖଦ ସମୟରେ ଭାରତ ସରକାର ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଏକାଧିକ ଟିମ୍ ସହ ମେଡିକାଲ୍‌ ଟିମ୍ ତୁର୍କୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ABOUT THE AUTHOR

...view details