ଓଡିଶା

odisha

ETV Bharat / science-and-technology

ଉତକ୍ଷେପଣର 5 ସେକଣ୍ଡ ପୂର୍ବରୁ TV-D1 ପରୀକ୍ଷଣ ସ୍ଥଗିତ, ପୁଣି ସମୟ ଧାର୍ଯ୍ୟ କଲା ଇସ୍ରୋ

ଅଟକିଲା ଗଗନଯାନ ମିଶନର ପରୀକ୍ଷଣ। ଉତ୍‌କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନକୁ ସ୍ଥଗିତ ରଖାଯାଇଛି । ଅଧିକ ପଢ଼ନ୍ତୁ

ଉତକ୍ଷେପଣର 5 ସେକଣ୍ଡ ପୂର୍ବରୁ TV-D1 ଉତକ୍ଷେପଣ ସ୍ଥଗିତ
ଉତକ୍ଷେପଣର 5 ସେକଣ୍ଡ ପୂର୍ବରୁ TV-D1 ଉତକ୍ଷେପଣ ସ୍ଥଗିତ

By ETV Bharat Odisha Team

Published : Oct 21, 2023, 9:04 AM IST

Updated : Oct 21, 2023, 9:48 AM IST

ହାଇଦ୍ରାବାଦ:ଅଟକିଲା ଗଗନଯାନର ଟେଷ୍ଟ୍‌ ଫ୍ଲାଇଟ । ଶେଷ ପର୍ଯ୍ୟାୟରେ ଫ୍ଲାଇଟ ଟେଷ୍ଟକୁ ସ୍ଥଗିତ ରଖାଯାଇଛି । ବୈଷୟିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଅଧାରୁ ଅଟକିଲା କ୍ରୁ ମଡ୍ୟୁଲ ପରୀକ୍ଷଣ । ଦେଶବାସୀଙ୍କ ମନରେ ଫ୍ଲାଇଟ୍‌ ଟେଷ୍ଟ ନେଇ ଉତ୍କଣ୍ଠା ରହିଥିବା ବେଳେ ଇସ୍ରୋର ହଠାତ ଏଭଳି ଘୋଷଣା ହୃଦ ସ୍ପନ୍ଦନ ବଢ଼ାଇ ଦେଇଛି ।

ଉତକ୍ଷେପଣ ସ୍ଥଗିତ ରହିବା ପରେ ପୁଣି ନୂଆ ତାରିଖ ଘୋଷଣା କରାଯିବା ନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ଘୋଷଣା କରିଥିବା ବେଳେ ପୁଣି ଥରେ ଫ୍ଲାଇଟ ଟେଷ୍ଟ ନେଇ ସମୟ ଧାର୍ଯ୍ୟ କରିଲା ଇସ୍ରୋ। ତ୍ରୁଟିକୁ ସୁଧରା ଯାଇଛି ଏବଂ ଆଜି ସକାଳ 10ଟାରେ ପୁଣି ଥରେ ଉତକ୍ଷେପଣ କରାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି।

ଶ୍ରୀହରିକୋଟାରୁ TV-D1ର ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଛି । କାଉଣ୍ଟ୍‌ଡାଉନ୍‌ ଚାଲିଥିବା ବେଳେ ହଠାତ ସ୍ଥଗିତ ପାଇଁ ଘୋଷଣା କରାଗଲା । ଉତକ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଛି। ତେବେ ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ କହିଥିଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ।

ଉତକ୍ଷେପଣ ସ୍ଥିଗତ ରଖାଯିବା ପରେ ବୟାନ ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ତାଙ୍କ କହିବା ଅନୁସାରେ, "ବୈଷୟିକ କାରଣରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। କିନ୍ତୁ ଲଞ୍ଚ ଭେଇକଲ ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛି। ଖୁବଶୀଘ୍ର ଆମେ ପରବର୍ତ୍ତୀ ତାରିଖ ଘୋଷଣା କରିବୁ। କେଉଁ କାରଣରୁ ଏଭଳି ହୋଇଛି ଆମ ଏହାର କାରଣ ଖୋଜିବୁ। ତେବେ କମ୍ୟୁଟରରେ କିଛି ତ୍ରୁଟି ହୋଇଥାଇପାରେ ବୋଲି ଆମେ ଭାବୁଛୁ। ତେଣୁ ସିଗନାଲ ମିଳି ନଥାଇପାରେ। ଆମେ ଯାଞ୍ଚ କରି ପୁନଃ ତାରିଖ ଘୋଷଣା କରିବୁ ।"

ଖବର ଅନୁସାରେ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1 ବା କ୍ରିଉ ଏସ୍‌କେପ ସିଷ୍ଟମର ପ୍ରଥମ ପରୀକ୍ଷା କରାଯିବାର ଥିଲା । ଏନେଇ ସକାଳ 8 ଟା ସମୟ ଧାର୍ଯ୍ୟ କରାଯାଇଥିଲା। ପୂର୍ବରୁ ପାଣିପାଗ ଅନୁକୂଳ ନଥିବାରୁ ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଏହାପରେ ପୁନଃ ନିର୍ଦ୍ଧାରିତ ସମୟରେ ଉତକ୍ଷେପଣ କାଉଣ୍ଟ ଡାଉନ ଆରମ୍ଭ ହୋଇଥିଲା। ଏହାର ସମୟ ପରିବର୍ତ୍ତନ କରାଯାଇ 8.30ରେ ଉତକ୍ଷେପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଶେଷ ମୁହୁର୍ତ୍ତରେ ଯାନ୍ତ୍ରିକ ତ୍ରୁଟି କହି ଏହାକୁ ସ୍ଥଗିତ ରଖାଯାଇଛି। ଠିକ୍‌ ସମୟରେ ଇଞ୍ଜିନ୍‌ ଷ୍ଟାଟ ହୋଇ ପାରିନଥିଲା। ଏଣୁ 5 ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Gaganyaan: ମାନବ ମିଶନ ପାଇଁ ଇସ୍ରୋର ପ୍ରଥମ ପଦକ୍ଷେପ, ଆଜି ପ୍ରଥମ ଫ୍ଲାଇଟ ଟେଷ୍ଟ୍‌

କହିରଖୁଛୁ କି, ମାନବ ରହିତ ମିଶନ ପାଇଁ ଆଜି ଇସ୍ରୋ ପ୍ରଥମ ପଦକ୍ଷେପ ଗ୍ରହଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହି ମିଶନ ଅଧୀନରେ ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର କକ୍ଷପଥକୁ ପଠାଯିବ ଏବଂ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ ବୋଲି ଯୋଜନା କରିଥିଲା ଇସ୍ରୋ । ତେବେ ଆଜି ହେବାକୁ ଥିବା ଟିଭି ଡି1 ପରୀକ୍ଷଣ ହେଉଛି ଗଗନଯାନର ଅଂଶବିଶେଷ। ପ୍ରଥମେ ଟେଷ୍ଟ୍‌ ଭେଇକଲ୍‌ କ୍ରୁ' ମଡ୍ୟୁଲକୁ ଉପରକୁ ନେବ । ପ୍ରାୟ 17 କିମି ଉଚ୍ଚରେ ଏହାର ଶବ୍ଦର ଗତି ରକେଟ ଶବ୍ଦର ଗତିଠାରୁ 1.2 ଗୁଣା ହେବ ଏବଂ ସେଥିରେ କ୍ରୁ' ମଡ୍ୟୁଲ ଏବଂ କ୍ରୁ' ଏସ୍କେପ୍‌ ସିଷ୍ଟମ ଲଗାଯିବ । କ୍ରୁ ମଡ୍ୟୁଲକୁ ସେଠାରୁ 2 କିମି ଦୂର ନେବା ପରେ ଶୀହରିକୋଟାରୁ 10 କିମି ଦୂର ସମୁଦ୍ରରେ ଲ୍ୟାଣ୍ଡ୍‌ କରାଯିବ ନେଇ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ମଡେଲ ସମ୍ମୁରେ କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସକେପ ସିଷ୍ଟମ ଖଞ୍ଜା ଯାଇଥିଲା। ତେବେ ଟେଷ୍ଟ ଫ୍ଲାଇଟକୁ ସ୍ଥଗିତ ରଖାଯାଇଥିବା ବେଳେ ପୁଣି ତାରିଖ ଘୋଷଣା କରିଛି ଇସ୍ରୋ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2023, 9:48 AM IST

ABOUT THE AUTHOR

...view details