ଓଡିଶା

odisha

ETV Bharat / science-and-technology

ବଜାରକୁ ଆସିଲା Redmi Note 9 Pro, ଜାଣନ୍ତୁ ଦାମ୍... - 4gb 128gb variant to go on first sale today

Redmi ଦ୍ବାରା ଆଜି(ମଙ୍ଗଳବାର) ଲଞ୍ଚ ହୋଇଛି ରେଡମି 9ପ୍ରୋ । କଣ ରହିଛି ଫିଚର, ଚାଲନ୍ତୁ ଜାଣିବା... ଭେରିଆଣ୍ଟର ପ୍ରଥମ ବିକ୍ରି କରାଯାଉଛି । ଗ୍ରାହକମାନେ ମଧ୍ୟାହ୍ନ 12 ଟାରୁ ଆମାଜନ ଏବଂ ଜିଓମି ଇଣ୍ଡିଆର ଅଫିସିଆଲ ୱେବସାଇଟରୁ ଏହି ନୂଆ ଭେରିଆଣ୍ଟକୁ କିଣି ପାରିବେ ।

Redmi Note 9 Pro,
Redmi Note 9 Pro,

By

Published : Jul 28, 2020, 1:47 PM IST

Updated : Feb 16, 2021, 7:52 PM IST

ନୂଆଦିଲ୍ଲୀ: ଭାରତ ବଜାରରେ ଲଞ୍ଚ କରିଛି 4GB+128GB ଭେରିଆଣ୍ଟର ରେଡମି ନୋଟ-9 ପ୍ରୋ । ପ୍ରାରମ୍ଭରେ ଏହାକୁ 4GB + 64GB ଏବଂ 6GB + 128GB ଭେରିଆଣ୍ଟରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ନୂଆ ଭେରିଆଣ୍ଟ ଆସିବା ପରେ ମୋଟ ତିନି ପ୍ରକାର ଭେରିଆଣ୍ଟରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । Redmi ଦ୍ବାରା ଆଜି(ମଙ୍ଗଳବାର) ନୂଆ ଭେରିଆଣ୍ଟର ପ୍ରଥମ ବିକ୍ରି କରାଯାଉଛି । ଗ୍ରାହକମାନେ ମଧ୍ୟାହ୍ନ 12 ଟାରୁ ଆମାଜନ ଏବଂ ଜିଓମି ଇଣ୍ଡିଆର ଅଫିସିଆଲ ୱେବସାଇଟରୁ ଏହି ନୂଆ ଭେରିଆଣ୍ଟକୁ କିଣି ପାରିବେ ।

ନୂଆ 4GB + 128GB ଭାରିଆଣ୍ଟର ମୂଲ୍ୟ 15,999 ଟଙ୍କା ରଖାଯାଇଛି। ଏହାସହିତ, ଏହାର 4GB + 64GB ଭାରିଆଣ୍ଟର ମୂଲ୍ୟ 13,999 ଟଙ୍କା ଏବଂ 6GB + 128GB ଭାରିଆଣ୍ଟର ମୂଲ୍ୟ 16,999 ଟଙ୍କା ରହିଛି ।

ଏହି ଫୋନ ଗ୍ରାହକଙ୍କ ପାଇଁ ଅରୋରା ବ୍ଲୁ, ଗ୍ଲାସିଅର ହ୍ବାଇଟ ଏବଂ ଇଣ୍ଟରଷ୍ଟେଲାର ବ୍ଲାକ ତିନୋଟି ରଙ୍ଗରେ ଉପଲବ୍ଧ ହେବ । ଏହା ସହିତ ଜିଓମି ୱେବସାଇଟରୁ ଏହି ହ୍ୟାଣ୍ଡସେଟ କିଣିଲେ ଗ୍ରାହକଙ୍କୁ ଏୟାରଟେଲ ତରଫରୁ 298 ଓ 398 ଟଙ୍କା ପ୍ଲାନରେ ଡବଲ ଡାଟାର ଲାଭ ମଧ୍ୟ ପାଇପାରିବେ ।

ଏଥିରେ 6 GB RAM ଏବଂ 128 GBର ଷ୍ଟୋରୋଜ୍ ସହ କ୍ବାଲକମ ସ୍ନାପଡ୍ରାଗନ 720 G ପ୍ରସେସର ଦିଇାଯାଇଛି । ଏହା ଆଣ୍ଡ୍ରଏଡ 10 ବେସ୍ଡ MIUI 11 ରେ ଚାଲିଥାଏ । ଏହାର ପଛରେ 48MP କ୍ବାଡ କ୍ୟାମେରା ସେଟଅପ ଦିଆଯାଇଛି । ଏହାର ସାମ୍ନାରେ ସେଲଫି ପାଇଁ 16MP କ୍ୟାମେରା ମଧ୍ୟ ଦିଆଯାଇଛି ।

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details