ଓଡିଶା

odisha

ETV Bharat / science-and-technology

ଗୁଗଲ ମ୍ୟାପରେ ମିଳିବ ଡାର୍କ ମୋଡ ଫିଚର, ସୁବିଧା ପାଇବେ iPhone ବ୍ୟବହାରକାରୀ

ଖୁବଶୀଘ୍ର ଗୁଗଲ ମ୍ୟାପରେ ମିଳିବ ଡାର୍କ ମୋଡ ଫିଚର । ଆସନ୍ତା ସପ୍ତାହ ସୁଦ୍ଧା ଏହି ଫିଚର ବିକଶିତ କରିବାକୁ କାର୍ଯ୍ୟ କରୁଛି ଗୁଗଲ । କେବଳ iPhone ବ୍ୟବହାରୀକାରୀଙ୍କୁ ମିଳିବ ଏହି ସୁବିଧା । ଅଧିକ ପଢନ୍ତୁ...

By

Published : Aug 5, 2021, 10:45 PM IST

ଗୁଗଲ ମ୍ୟାପରେ ମିଳିବ ଡାର୍କମୋଡ ଫିଚର, ସୁବିଧା ପାଇବେ iPhone ବ୍ୟବହାରକାରୀ
ଗୁଗଲ ମ୍ୟାପରେ ମିଳିବ ଡାର୍କମୋଡ ଫିଚର, ସୁବିଧା ପାଇବେ iPhone ବ୍ୟବହାରକାରୀ

ୱାସିଂଟନ: ବୃହତ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର କିଛି ନୂଆ ଅପଡେଟ ଘୋଷଣା କରିଛି । ଯେଉଁଥିରେ ଡାର୍କ ମୋଡ ଅନ୍ତର୍ଭୁକ୍ତ । ଖୁବଶୀଘ୍ର ଗୁଗଲ ମ୍ୟାପରେ ମିଳିବ ଡାର୍କ ମୋଡ ଫିଚର । ମାତ୍ର ଏହା କେବଳ iPhone ବ୍ୟବହାରକାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ ହେବ ।

ଗୁଗଲ ମ୍ୟାପରେ ମିଳିବ ଡାର୍କମୋଡ ଫିଚର, ସୁବିଧା ପାଇବେ iPhone ବ୍ୟବହାରକାରୀ

ଏହି ଉଲ୍ଲେଖନୀୟ ଡାର୍କ ମୋଡ ଫିଚର ପାଇଁ ଗୁଗଲ ମ୍ୟାପ ବ୍ୟବହାରକାରୀ ବହୁ ଦିନରୁ ଅପେକ୍ଷା କରିଥିଲେ । କହି ରଖୁଛୁ କି, ଡାର୍କ ମୋଡ ହେଉଛି ଲାଇଟ ମୋର୍ଡର ବିକଳ୍ପ । ଏହା iOS ଡିଭାଇସରେ ଗୋଟିଏ ଡାର୍କର ବ୍ୟବହାରକାରୀ ଇଣ୍ଟରଫେସକୁ ଅନ୍ୟ ଡାର୍କ ମୋଡ ଆପ୍ ସହ ମ୍ୟାଟ୍ କରିବାକୁ ଅନୁମତି ଦେଇଥାଏ ।

ଗୁଗଲ ମ୍ୟାପରେ ମିଳିବ ଡାର୍କମୋଡ ଫିଚର, ସୁବିଧା ପାଇବେ iPhone ବ୍ୟବହାରକାରୀ

ଗୁଗଲ ସୂଚନା ଅନୁଯାୟୀ, ଗୁଗଲ ମ୍ୟାପରେ ଡାର୍କ ମୋଡ ଫିଚର ଉପଲବ୍ଧ କରିବାକୁ କାର୍ଯ୍ୟ ଚାଲିଛି । ଆସନ୍ତା ସପ୍ତାହରେ ଗୁଗଲ ମ୍ୟାପ ବ୍ୟବହାରକାରୀଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଥରେ ଏହି ଫିଚର ଉପଲବ୍ଧ ହେଲେ, ଏହାକୁ ଗୁଗଲ ମ୍ୟାପ ସେଟିଂ ବିଭାଗରେ ସକ୍ଷମ କରାଯାଇ ପାରିବ । ଏହି ଫିଚର ଦ୍ବାରା ଅଧିକ ବ୍ୟାଟେରୀ ପାୱାର ସଞ୍ଚୟ ହୋଇପାରିବ ଏବଂ ଆଖିକୁ କିଛି ସମୟ ବିରତି ମିଳିପାରିବ ।

ସୂଚନାଥାଉ କି, iOS 13 ସହ ପ୍ରଥମେ ଆପଲ ଡାର୍କ ମୋଡ ଫିଚର ବିକଶିତ କରିଥିଲା ।

@IANS

ABOUT THE AUTHOR

...view details