ନୂଆଦିଲ୍ଲୀ: ସାମସଙ୍ଗ ଡିଭାଇସର ଉତ୍ପତିସ୍ଥଳ କୋରିଆ ବର୍ତ୍ତମାନ ସାମସଙ୍ଗ ଗାଲାକ୍ସି ଇକୋସିଷ୍ଟମକୁ ନୂତନ ପାୱାର ଡିଭାଇସ ଭାବେ ପ୍ରସ୍ତୁତ କରିଛି । ଏହି ଡିଭାଇସ ଦ୍ବାରା ଆପଣଙ୍କ କାର୍ଯ୍ୟକୁ ପୁନଃ ନିର୍ଦ୍ଧିଷ୍ଟ କରିପାରିବେ ଏବଂ ଏହାର ଭୋରପୁର ଫାଇଦା ଉଠାଇ ମନରଞ୍ଜନ କରିପାରିବେ ।
କୋରିଆରୁ ଷ୍ଟ୍ରିମ୍ ହୋଇଥିବା ଭର୍ଚୁଆଲ୍ ଇଭେଣ୍ଟରେ ସାମସଙ୍ଗ ଏହାର ନୂତନ ସୁଟ୍ ପାୱାର୍ ଡିଭାଇସ୍ ଲଞ୍ଚ କରିଛି। ଇଭେଣ୍ଟ ସମୟରେ ପାଞ୍ଚଟି ଡିଭାଇସ୍ ପ୍ରକାଶ ପାଇଥିଲା । ଯାହା ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆକୁ ନେଭିଗେଟ୍ କରୁଥିବା ଗ୍ରାହକଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ଭାବରେ ଚେଷ୍ଟା ଚାଲାଇଛି । ଗାଲାକ୍ସି ଇକୋସିଷ୍ଟମ 5 ଟି ଡିଭାଇସ ନୂତନ ଫିଚର ଓ ନୂତନ ପାୱାର ସହ ଲଞ୍ଚ କରିଛି କରିଛି । ସେଗୁଡିକ ହେଉଛି:-
- ଗାଲାକ୍ସି ନୋଟ20
- ଗାଲାକ୍ସି ନୋଟ20 ଅଲଟ୍ରା (ୱିଥ୍ ଏନହାନ୍ସ ଏସ୍ ପେନ୍)
- ଗାଲାକ୍ସି ଜେଡ୍ ଫୋଲ୍ଡ 2
- ଗାଲାକ୍ସି ଟ୍ୟାବ୍ S7 ଆଣ୍ଡ S7 +
- ଗାଲାକ୍ସି ୱାଚ୍ 3 ଆଣ୍ଡ ଗାଲାକ୍ସି ବୁଡ୍ସ ଲାଇଭ୍
ଗାଲାକ୍ସି ନୋଟ20 ର ଫିଚର ଏବଂ ନିର୍ଦ୍ଧିଷ୍ଟତା:-
6.7-ଇଞ୍ଚ ଫ୍ଲାଟ FHD + ସୁପର AMOLED ପ୍ଲସ୍ ଇନଫିନିଟି-O ଡିସପ୍ଲେ ଦୁଇଟି 5G ଭେରିଏଣ୍ଟରେ ଉପଲବ୍ଧ ହେବ । 256 ଜିବି ଇଣ୍ଟର୍ନାଲ ଷ୍ଟୋରେଜ୍ ସହିତ 8 ଜିବି ରାମ୍ ଏବଂ 8 ଜିବି ରାମ୍ + 128 ଜିବି ଇଣ୍ଟର୍ନାଲ ଷ୍ଟୋରେଜ୍ । ଏହାର 4G ଭେରିଆଣ୍ଟ 256GB ଇଣ୍ଟର୍ନାଲ ଷ୍ଟୋରେଜ୍ ସହିତ 8GB RAM ଆସିବ ।
- ମିଷ୍ଟିକ୍ ବ୍ରୋଞ୍ଜ୍ ଏବଂ ମିଷ୍ଟିକ୍ ସବୁଜ ରଙ୍ଗରେ ଗାଲାକ୍ସି ନୋଟ୍ 20 ଉପଲବ୍ଧ ହେବ ।
ଗାଲାକ୍ସି ନୋଟ20 ଅଲଟ୍ରାର ଫିଚର ଏବଂ ନିର୍ଦ୍ଧିଷ୍ଟତା:-
6.9-ଇଞ୍ଚର ନୋଟ୍ 20 ଅଲଟ୍ରା କ୍ୱାଡ୍ HD ଡାଇନାମିକ୍ AMOLED 2X ଇନଫିନିଟି-O ଡିସପ୍ଲେ ସହିତ HDR10 ରେ ଉପଲବ୍ଧ ହେବ ।
- 120Hz ରିଫ୍ରେସ ରେଟ୍ ସାର୍ଟିଫାଇଡ୍
- ତିନୋଟି 5G ଭେରିଆଣ୍ଟ: 12ଜିବି RAM (LPDDR5) ସହିତ 512GB ଇଣ୍ଟର୍ନାଲ ଷ୍ଟୋରେଜ୍, 12GB RAM ସହିତ 256GB ଇଣ୍ଟର୍ନାଲ ଷ୍ଟୋରେଜ୍ ଏବଂ 12GB RAM ସହିତ 128GB ଇଣ୍ଟର୍ନାଲ ଷ୍ଟୋରେଜ୍ ରହିବ ।
- ଏହା କର୍ନିଙ୍ଗ ଗୋରିଲା ଗ୍ଲାସ 7 ରେ ଉପଲବ୍ଧ ହେବ, ଯାହାର ସ୍ମାର୍ଟଫୋନରେ ସବୁଠୁ କଠିନ ଗ୍ଲାସ ଅଟେ ।
- ନୋଟ୍ 10 ରେ 4300mAh ବ୍ୟାଟେରୀ ଥିବାବେଳେ ନୋଟ୍ 20 ଅଲଟ୍ରା ରେ 4,500mAh ବ୍ୟାଟେରୀ ଅଛି ।
- ଗାଲାକ୍ସି ନୋଟ୍ 20 ଅଲ୍ଟ୍ରା 5 ଜି ମିଷ୍ଟିକ୍ ବ୍ରୋଞ୍ଜ୍ ଏବଂ ମିଷ୍ଟିକ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ ।
- ଗାଲାକ୍ସି ନୋଟ୍ 20 ସିରିଜ୍ ରେ ବର୍ଦ୍ଧିତ S ପେନରେ ଅଧିକ ସଠିକତା ଏବଂ ପ୍ରତିକ୍ରିୟାଶୀଳତା ପ୍ରଦାନ କରିବାକୁ ଅଧିକ ଲାଇଫ୍ ରହିଛି ।
- ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଇଣ୍ଟିଗ୍ରେସନ୍ ସହିତ, ଆପଣ ୱାର୍କଫ୍ଲୋକୁ ବାଧା ନଦେଇ ସ୍ମାର୍ଟଫୋନରେ ଆପଣଙ୍କ ୱିଣ୍ଡୋଜ୍ 10 PC ରୁ ସିଧାସଳଖ ମୋବାଇଲ୍ ଆପ୍ ଆକ୍ସେସ କରିପାରିବେ ।
- ସେପ୍ଟେମ୍ବର 15 ଠାରୁ ଆପଣ ଗାଲାକ୍ସି ନୋଟ୍ 20 ସିରିଜରେ 100 ରୁ ଅଧିକ Xbox ଗେମ୍ ଖେଳିପାରିବେ। ସିଧାସଳଖ କ୍ଲାଉଡ୍ (ବିଟା) ରୁ Xbox ଗେମ୍ ପାସ୍ ଅଲ୍ଟିଟେମ୍ ସହିତ, ମାଇନାକ୍ରାଫ୍ଟ ଡୁଞ୍ଜନ୍ସ ଏବଂ ଗିଅର୍ସ 5 ଭଳି ହିଟ୍ କୁ ଅନ୍ତର୍ଭୁକ୍ତ କରି ଗେମ ରନ କରିପାରିବେ ।
- 4G ମଡେଲଗୁଡିକ 512GB ଇଣ୍ଟର୍ନାଲ ଷ୍ଟୋରେଜ୍ ସହିତ 8GB RAM ଏବଂ 256GB ଇଣ୍ଟର୍ନାଲ ଷ୍ଟୋରେଜ୍ ସହିତ 8GB RAM ରେ ଉପଲବ୍ଧ ହେବ ।
ଗାଲାକ୍ସି ନୋଟ୍ 20 ସିରିଜ୍ ପାୱାର ଏବଂ ଉତ୍ପାଦକତାକୁ ପରବର୍ତ୍ତୀ ସ୍ତରକୁ ନେଇଥାଏ ଏବଂ ଗ୍ରାହକମାନେ କନେକ୍ଟେଡ ଥିବା ସମୟରେ ତାଙ୍କ କାମ ଏବଂ ଖେଳକୁ ମ୍ୟାକ୍ସିମାଇଜ କରିବାରେ ସାହାଯ୍ୟ କରିବ । ଚଳିତ ବର୍ଷ ଆମେ ଭାରତରେ ଆମର ପ୍ରଥମ 5G ସ୍ମାର୍ଟଫୋନ୍ ଗାଲାକ୍ସି ନୋଟ୍ 20 ଅଲ୍ଟ୍ରା 5 ଜି ମଧ୍ୟ ଲଞ୍ଚ କରୁଛୁ ବୋଲି ସାମସଙ୍ଗ ଇଣ୍ଡିଆର ମୋବାଇଲ୍ ବ୍ୟବସାୟର ବରିଷ୍ଠ ଉପସଭାପତି ମୋହନଦୀପ ସିଂ କହିଛନ୍ତି।
ସାମସଙ୍ଗ ଘୋଷଣା କରିଛି ଯେ ଏହାର ଗାଲାକ୍ସି ନୋଟ୍ 20 ସିରିଜ୍ ପାଇଁ ପ୍ରି-ବୁକିଂ ବର୍ତ୍ତମାନ ଭାରତରେ ଖୋଲା ଅଛି । ଭାରତରେ 6.7-ଇଞ୍ଚ ଗାଲାକ୍ସି ନୋଟ 20 (8 ଜିବି + 256 ଜିବି) ର ମୂଲ୍ୟ 77,999 ଟଙ୍କା ଥିବାବେଳେ 6.9-ଇଞ୍ଚ ଗାଲାକ୍ସି ନୋଟ 20 ଅଲଟ୍ରା 5 ଜି (12 ଜିବି + 256 ଜିବି) 104,999 ଟଙ୍କାରେ ଉପଲବ୍ଧ ହେବ।
ଗାଲାକ୍ସି ଜେଡ୍ ଫୋଲ୍ଡ 2 ର ଫିଚର ଏବଂ ନିର୍ଦ୍ଧିଷ୍ଟତା:-
ଫୋଲଡେବଲ୍ ଡିଭାଇସ୍ ଗାଲାକ୍ସି ଜେଡ୍ ଫୋଲ୍ଡ 2 , ଦୁଇଟି ଏଜ୍-ଟୁ-ଏଜ୍ ସହିତ ପ୍ୟାକ୍ ହୋଇଛି । ଏଥିରେ ପ୍ରାୟ ବେଜେଲ୍-କମ୍ ଇନଫିନିଟି-O ଜିସପ୍ଲେ ରହିଛି ।
- କଭର୍ ସ୍କ୍ରିନ୍ ହେଉଛି 6.2-ଇଞ୍ଚ ଏବଂ ମୁଖ୍ୟ ସ୍କ୍ରିନ, ଯେତେବେଳେ ଖୋଲିବ, 7.6-ଇଞ୍ଚ ହେବ । ଯାହା ଗାଲାକ୍ସି ଫୋଲ୍ଡଠାରୁ ବଡ଼ ହୋଇଯିବ ।
- କମ୍ପାନୀ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ଘୋଷଣା କରିନାହିଁ । ଆନ୍ତର୍ଜାତୀୟ ବଜାରରେ ମୂଳ ଗାଲାକ୍ସି ଫୋଲ୍ଡର ମୂଲ୍ୟ ପ୍ରାୟ 2,000 ଡଲାର ଥିଲା ଏବଂ ଏହାର ଭାରତ ମୂଲ୍ୟ ପ୍ରାୟ 1.65 ଲକ୍ଷ ଟଙ୍କା ଥିଲା।
- ଏହାର ଡିଜାଇନ୍ ଏବଂ ବିଶୋଧିତ ଇଞ୍ଜିନିୟରିଂ ସହିତ ଗାଲାକ୍ସି ଜେଡ୍ ଫୋଲ୍ଡ 2, ଦୁଇଟି ରଙ୍ଗରେ ଉପଲବ୍ଧ ହେବ । ଗୋଟିଏ ମିଷ୍ଟିକ୍ ବ୍ଲାକ୍ ଏବଂ ଅନ୍ୟଟି ମିଷ୍ଟିକ୍ ବ୍ରୋଞ୍ଜ୍ ।
- ଗାଲାକ୍ସି ଜେଡ଼ ଫୋଲ୍ଡ 2 ସ୍ମାର୍ଟଫୋନର ପୋର୍ଟେବିଲିଟି ଏବଂ ନମନୀୟତାକୁ ଉତ୍ପାଦନ ପାଇଁ ଟ୍ୟାବଲେଟର ଶକ୍ତି ଏବଂ ସ୍କ୍ରିନ୍ ସାଇଜ୍ ସହିତ କମ୍ବାଇନ କରିବ । ଶୀଘ୍ର ଭାରତରେ ଆସିବ ଗାଲାକ୍ସି ଫୋଲ୍ଡ 2 ।
କମ୍ପାନୀ କହିଛି ଯେ ଦୁଇଟି ଫୋଲଡେବଲ୍ ଡିଭାଇସ୍ ରିଲିଜ୍ କରିବା ଏବଂ ସର୍ବାଧିକ ଅନୁରୋଧ କରାଯାଇଥିବା ଅପଗ୍ରେଡ୍ ଏବଂ ନୂତନ ଫିଚରଗୁଡିକ ଉପରେ ଉପଭୋକ୍ତା ମତାମତ ଶୁଣିବା ପରେ ଏହା ଗାଲାକ୍ସି ଜେଡ ଫୋଲ୍ଡ 2 କୁ ଅର୍ଥପୂର୍ଣ୍ଣ ଉଦ୍ଭାବନ ସହିତ ଉନ୍ମୋଚନ କରିଛି । ଯାହା ଉପଭୋକ୍ତାମାନଙ୍କୁ ବର୍ଦ୍ଧିତ ପରିଶୋଧନ ଏବଂ ଅନନ୍ୟ ଫୋଲଡେବଲ୍ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ କରିଛି ।
ସାମସଙ୍ଗରୁ ଆଗାମୀ ଫୋଲଡେବଲ୍ ସ୍ମାର୍ଟଫୋନ୍ ଗାଲାକ୍ସି ଜେଡ ଫୋଲ୍ଡ 2 ଚଳିତ ବର୍ଷ ପ୍ରାୟ 500,000 ୟୁନିଟ୍ ବିକ୍ରି କରିବ ବୋଲି ଆଶା କରାଯାଉଛି । ଯାହା କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ ନୂତନ ରିପୋର୍ଟରେ କହିଛି ।
ଗାଲାକ୍ସି ଟ୍ୟାବ୍ S7 ର ଫିଚର ଏବଂ ନିର୍ଦ୍ଧିଷ୍ଟତା:-