ଓଡିଶା

odisha

ETV Bharat / science-and-technology

ରୋବଟ ଓ୍ବେଟର - CHENNAI

ମାନବ ସମ୍ବଳ ଅପେକ୍ଷା ଯନ୍ତ୍ର ସମ୍ବଳ ଉପରେ ଆଧୁନିକ ମଣିଷ ନିର୍ଭରଶୀଳ । ସବୁ କ୍ଷେତ୍ରରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଣିଷକୁ ଆଗକୁ ନେବାରେ ସହଯୋଗ କରୁଛି । ବିଭିନ୍ନ ଫିଲ୍ମରେ ରୋବର୍ଟ କାମ କାରୁଥିବାର ନଜିର ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ସତ ସତିକା ଏହା ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Feb 6, 2019, 10:19 AM IST

Updated : Feb 16, 2021, 7:51 PM IST

ଚେନ୍ନାଇ: ପୋରୁର ରେଷ୍ଟୁରାଣ୍ଟରେ ପ୍ରଥମ ଥର ପାଇଁ ରୋବର୍ଟ ବ୍ୟବହାର ହୋଇଛି । ଖାଲି ସ୍ବାଗତ କରିବା ପାଇଁ ନୁହଁ, ଲୋକଙ୍କ ସହ ଇଂରାଜୀ ଓ ତାମିଲ ଭାଷାରେ କଥା ହୋଇପାରୁଛି ଏହି ରୋବର୍ଟ । ମୋଟ 2 ପ୍ରକାରର ରୋବର୍ଟ ରହିଛି ।

ଏହି ରେଷ୍ଟୁରାଣ୍ଟ ଚେନ୍ନାଇ ମୁଗିଲଭାକ୍କାମରେ ରହିଛି । ମୋଟ୍ 7ଟି ରୋବର୍ଟକୁ ନେଇ ଏହି ରେଷ୍ଟୁରାଣ୍ଟ ଚାଲିଥିବା ଜଣାପଡିଛି । ଖାଇବା ପରଷିବା ସହ ଚା, କଫି ଇତ୍ୟାଦି ଲୋକଙ୍କ ଅଡର ଅନୁଯାୟୀ ଆଣି ଖାଇବା ଟେବୁଲରେ ଏହି ରୋବର୍ଟ ଦେଉଛି ।

ସବୁଠୁ ବଡ଼ କଥା ହେଲା ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ସ୍ବାଗତ କରିବା ପାଇଁ ଜଣେ ମହିଳା ରୋବର୍ଟ ରହିଛି । ଯିଏକି ଗ୍ରାହକଙ୍କୁ ଗାଇଡ୍ କରୁଛି । ପ୍ରତି ରୋବର୍ଟ ଗୁଡିକର ଦାମ 5 ଲକ୍ଷ ରହିଥିବା ସୂଚନା ରହିଛି । ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ପ୍ରତିଟି ରୋବର୍ଟକୁ ଆବଶ୍ୟକ ତାଲିମ ଦିଆଯାଇଥିବା ସୂଚନା ରହିଛି ।

ତେବେ ଏହି ରୋବର୍ଟର ନାମକରଣ ହୋଇ ନାହିଁ । ରେଷ୍ଟୁରାଣ୍ଟ ମାଲିକ ଗ୍ରାହକ ଓ ସାଧାରଣ ଲୋକଙ୍କୁ ରୋବର୍ଟର ନାମ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

Last Updated : Feb 16, 2021, 7:51 PM IST

For All Latest Updates

ABOUT THE AUTHOR

...view details