ଓଡିଶା

odisha

By

Published : Jul 9, 2020, 4:25 PM IST

Updated : Feb 16, 2021, 7:51 PM IST

ETV Bharat / science-and-technology

ହ୍ୟାଣ୍ଡ-ଫ୍ରି ମୋଡ୍ ଫିଚର ଆଣିଲା ଆମାଜନ ଆଲେକ୍ସା

ଆଇଫୋନ ଏବଂ ଆଣ୍ଡ୍ରଏଡର ଆଲେକ୍ସା କମ୍ପାନିୟନ ଆପ୍ ୟୁଜରମାନେ ଏକ ନୂଆ ସୁବିଧା ପାଇବାକୁ ଯାଉଛନ୍ତି । କାରଣ ଆମାଜନ ଆପରେ ଏକ ଛୋଟ ପରିବର୍ତ୍ତନ କରୁଛି । ଯାହାଦ୍ବାରା ୟୁଜରମାନଙ୍କୁ ଏକ ଭଏସ୍ କମାଣ୍ଡ କହିବା ପାଇଁ ଅଧିକ ସମୟ ସ୍କ୍ରିନରେ ବ୍ଲୁ ବଟନ ଟ୍ୟାପ କରିବାକୁ ପଡିବ ନାହିଁ ।

_amazon alexa
ହ୍ୟାଣ୍ଡ-ଫ୍ରି ମୋଡ୍ ଫିଚର ଆଣିଲା ଆମାଜନ ଆଲେକ୍ସା

ୱାଶିଂଟନ୍: ଆଇଫୋନ ଏବଂ ଆଣ୍ଡ୍ରଏଡର ଆଲେକ୍ସା କମ୍ପାନିୟନ ଆପ୍ ୟୁଜରମାନେ ଏକ ନୂଆ ସୁବିଧା ପାଇବାକୁ ଯାଉଛନ୍ତି । କାରଣ ଆମାଜନ ଆପରେ ଏକ ଛୋଟ ପରିବର୍ତ୍ତନ କରୁଛି । ଯାହାଦ୍ବାରା ୟୁଜରମାନଙ୍କୁ ଏକ ଭଏସ୍ କମାଣ୍ଡ କହିବା ପାଇଁ ଅଧିକ ସମୟ ସ୍କ୍ରିନରେ ବ୍ଲୁ ବଟନ ଟ୍ୟାପ କରିବାକୁ ପଡିବ ନାହିଁ ।

ନୂଆ ହ୍ୟାଣ୍ଡ-ଫ୍ରି ମୋଡ୍ କେବଳ ସେତେବେଳେ କାର୍ଯ୍ୟ କରିବ ଯେତେବେଳେ ୟୁଜର ଆପ୍ ଲଞ୍ଚ କରି କ୍ରମାଗତ ଭାବରେ ଏହାକୁ ନିଜ ଫୋନରେ ଖୋଲା ରଖନ୍ତି ବୋଲି ଭର୍ଜ ରିପୋର୍ଟ କରିଛି। ଆଇଫୋନ ୟୁଜରମାନେ ଏହି ଆପ ଲଞ୍ଚ କରିବା ପରେ ଆଲେକ୍ସା ବ୍ୟବହାର କରିପାରିବେ ।

ୟୁଜରମାନଙ୍କ ପାଇଁ ଯେଉଁମାନେ ଆଲେକ୍ସାକୁ ନିଜ ଫୋନର ଭଏସ୍ ଆସିଷ୍ଟାଣ୍ଟ ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ସେମାନେ ଆମାଜନର କୋ-ବ୍ରାଣ୍ଡେଡ୍ ଆଲେକ୍ସା-ବିଲ୍ଟ ଇନ ସ୍ମାର୍ଟଫୋନ୍ ପାଇଁ ଚୟନ କରିପାରିବେ ।

ଗତ ବର୍ଷ ଠାରୁ ୱିଣ୍ଡୋଜ୍ କମ୍ପ୍ୟୁଟରରେ ଆଲେକ୍ସା ହ୍ୟାଣ୍ଡସ-ଫ୍ରି ଥିଲା । 2017 ଠାରୁ ଆମାଜନର ମ୍ୟୁଜିକ୍ ଆପ ମଧ୍ୟ ହ୍ୟାଣ୍ଡ-ଫ୍ରି ମୋଡ୍ ରଖିଛି । ଯାହା ୟୁଜରଙ୍କୁ ନିଜ ସ୍ବର ମାଧ୍ୟମରେ ଆଲେକ୍ସାକୁ ମ୍ୟୁଜିକ୍ ଚଲାଇବାକୁ ଅନୁମତି ଦେଇଥାଏ ।

Last Updated : Feb 16, 2021, 7:51 PM IST

ABOUT THE AUTHOR

...view details