ନୂଆଦିଲ୍ଲୀ: ଜନ୍ମ-ମୃତ୍ୟୁ ଚକ୍ରରେ ଚାଲିଛି ସଂସାର । ବିଜ୍ଞାନ ଆଧାରରେ ସ୍ତ୍ରୀ-ପୁରୁଷର ମିଳନ ଅର୍ଥାତ୍ Y କ୍ରମୋଜମ ଏବଂ X କ୍ରମୋଜମ ଏକାଠି ହେଲେ ନୂତନ ଶିଶୁଟିଏ ଜନ୍ମ ନିଏ ଆଉ ଏହିପରି ପିଢି ପରେ ପିଢି ମାନବ ସମାଜର ଅସ୍ତିତ୍ବ ବଜାୟ ରହେ । ହେଲେ ଯଦି କେବେ ପୃଥିବୀରେ ସ୍ତ୍ରୀ କିମ୍ବା ପୁରୁଷର ବିଲୋପ ଘଟେ ତେବେ କଣ ହେବ ? ଏପରି ହେଲେ କଣ ମାନବ ସମାଜର ଚିହ୍ନ ଲିଭିଯିବ ? ଯଦି ଉଭୟଙ୍କ ମଧ୍ୟରୁ ଗୋଟିଏର ବିଲୋପ ଘଟେ ତେବେ ଆଗକୁ ସୃଷ୍ଟି ରକ୍ଷା ହେବ କିପରି ? ଏପରି ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି ବୈଜ୍ଞାନିକମାନଙ୍କ ଏକ ନୂତନ ଅନୁସନ୍ଧାନ । କାରଣ ଏକ ରିସର୍ଚ୍ଚ ଅନୁସାରେ, ଆଗକୁ ଆଉ ଜନ୍ମ ନେବେନି ପୁରୁଷ, ଅର୍ଥାତ୍ ପୃଥିବୀ ପୃଷ୍ଠରେ ପୁରୁଷ ଜାତିର ବିଲୋପ ଘଟିବ ।
ଆମେରିକାର ପ୍ରୋସିଡିଙ୍ଗସ୍ ଅଫ୍ ଦି ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସର ଗବେଷକଙ୍କ ଅଧ୍ୟୟନ ଅନୁସାରେ, ଧୀରେ ଧୀରେ ପୃରୁଷଙ୍କର Y କ୍ରୋମୋଜୋମ ଶେଷ ହୋଇ ଯାଉଛି(Men are slowly losing their Y chromosome) । ଫଳରେ ଆଗକୁ ଆଉ ପୁରୁଷ ଜନ୍ମ ନେବେ ନାହିଁ । ଏପରି ଏକ ଦିନ ଆସିବ ପୃଥିବୀରେ କେବଳ ମହିଳାମାନେ ବଞ୍ଚି ରହିବେ ! ଏପରି ଆଶଙ୍କାର ମୁଖ୍ୟ କାରଣ ହେଉଛି, ବର୍ତ୍ତମାନ Y କ୍ରୋମୋଜୋମ ମାନବ ସମେତ ଅନେକ ସ୍ତନ୍ୟପାୟୀ ପ୍ରାଣୀଙ୍କଠାରେ ମଧ୍ୟ ସମାପ୍ତ ହେଉଛି । ଯାହା ଫଳରେ ଆଗକୁ ପୁରୁଷ ଜନ୍ମ ନେବେ ନାହିଁ ବୋଲି ଆଶଙ୍କା କରାଯାଉଛି ।
ବିଜ୍ଞାନ ଅନୁସାରେ ମଣିଷର ଲିଙ୍ଗ ନିର୍ଣ୍ଣୟ କରିବାରେ Y Chromosome ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୃଥିବୀରେ ଥିବା ବିଭିନ୍ନ ପ୍ରକାର ପ୍ରଜାତିର ସ୍ତ୍ରୀଙ୍କ ଠାରେ ୨ଟି ଲେଖାଏଁ X Chromosome ଥାଏ କିନ୍ତୁ ପୁରୁଷଙ୍କଠାରେ ଗୋଟିଏ X କ୍ରୋମୋଜୋମ୍ ସହ ଗୋଟିଏ Y କ୍ରୋମେଜୋମ୍ ଥାଏ । X କ୍ରୋମୋଜୋମରେ ୯୦୦ ଜିନ୍ ଥିବାବେଳେ Y କୋମେଜୋମ୍ରେ ଥାଏ ମାତ୍ର ୫୫ଟି ଜିନ୍ । Y କ୍ରୋମୋଜୋମ୍ X ଠାରୁ ଆକାରରେ ଛୋଟ ହୋଇପାରେ, କମ୍ ଜିନ୍ ଥାଇପାରେ କିନ୍ତୁ ଏହା ସ୍ଥିର କରେ ଯେ, ଭ୍ରୁଣରେ ବିକାଶ କରୁଥିବା ପିଲାଟି ପୁଅ କିମ୍ବା ଝିଅ ଜନ୍ମ ହେବ । ଏହିପରି ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର X ଏବଂ Y କ୍ରୋମୋଜୋମ୍ ଥାଏ ।